ଜାଣନ୍ତୁ କଫିରେ ବଟର୍ ମିଶାଇ ପିଇଲେ ଶରୀରକୁ କେଉଁ ପ୍ରକାର ଫାଇଦା ମିଳିଥାଏ

ବ୍ୟସ୍ତବହୁଳ ଜୀବନରୁ ଫୁର୍ସତ୍ ମିଳିଲେ ସମସ୍ତେ କଫି ପିଇବା ପାଇଁ ପସନ୍ଦ କରିଥା’ନ୍ତି। କଫି ଶରୀର ପାଇଁ ଉପକାରୀ, କିନ୍ତୁ ଏହାକୁ ଅଧିକ ପିଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ। କଫି ପିଇବା ଦ୍ୱାରା ଚିନ୍ତା ମୁକ୍ତ ହେବା ସହ ତ୍ୱଚା ସୁନ୍ଦର ହେବା ଭଳି ଅନେକ ପ୍ରକାର ଲାଭ ମିଳିଥାଏ। ଏକ ରିସର୍ଚ୍ଚରୁ ମଧ୍ୟ ଜାଣିବାକୁ ମିଳିଛି କଫିରେ ତାଜା ବଟର୍ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ।
ବର୍ତ୍ତମାନ କଫିକୁ ନେଇ ଏକ ଟ୍ରେଣ୍ଡ ବାହାରିଛି, ଯାହାର ନାମ ‘ବୁଲେଟ୍ କଫି’ ବା ‘ବଟର୍ କଫି’। ଏହି କଫି ପ୍ରସ୍ତୁତ କରିବା ପାଇଁ ଏଥିରେ ଗୋଟିଏ ଚାମଚ ଘିଅ ମିଶା ଯାଇଥାଏ। ଅଧିକାଂଶ ସେଲେବ୍ରିଟି ଡାଏଟ୍ କଣ୍ଟ୍ରୋଲ କରିବା ପାଇଁ ଏହି କଫିକୁ ବ୍ୟବହାର କରୁଛନ୍ତି। ଆସନ୍ତୁ ଜାଣିବା ‘ବୁଲେଟ୍ କଫି’ ବା କଫିରେ ବଟର୍ ମିଶାଇ ପିଇଲେ କେଉଁସବୁ ଲାଭ ମିଳିଥାଏ।
.କିଛି ଲୋକଙ୍କ ପାଚନ କ୍ରିୟାକୁ କଫି ଖରାପ କରିଥାଏ। ଖାଲି ପେଟରେ କଫି ପିଇଲେ ପେଟରେ ଥିବା ଏନ୍ଜାଇମ୍ ବିଶୃଙ୍ଖଳିତ ହୋଇଯାଉଥିବାରୁ ଏଭଳି ସ୍ଥିତି ଉପୁଜିଥାଏ। କିନ୍ତୁ ଏହି ସମସ୍ୟା ଥିବା ବ୍ୟକ୍ତି କଫିରେ ଘିଅ ମିଶାଇ ପିଇଲେ କୌଣସି ଅସୁବିଧା ହୋଇ ନଥାଏ। ଘିଅ ଏସିଡିଟିକୁ କମ୍ କରିଥାଏ। ଏଥିରେ ଥିବା ବ୍ୟୁଟିରିକ୍ ଏସିଡ୍ ଓ ଓମେଗା-୩ ଫ୍ୟାଟି ଏସିଡ୍ ଖାଦ୍ୟନଳୀ ଓ ମେଟାବୋଲିଜିମ୍ ପାଇଁ ବହୁତ ଭଲ।
.ଓଜନ କମ୍ କରିବା ପାଇଁ ଫ୍ୟାଟ୍ଜାତୀୟ ଖାଦ୍ୟକୁ ସମ୍ପୂର୍ଣ୍ଣ ଛାଡ଼ିବା ଉଚିତ୍ ନୁହେଁ। ତେଣୁ ସ୍ମାର୍ଟ ଉପାୟରେ ଫ୍ୟାଟ୍ ଗ୍ରହଣ କରିପାରିବେ, ଯେମିତିକି ଏହା ଓଜନ ବଢ଼ାଇବ ନାହିଁ। ତେଣୁ କଫିରେ ଘିଅ ମିଶାଇ ପିଅନ୍ତୁ। ଘିଅରେ ଫ୍ୟାଟ୍ ରହିଥିବାରୁ କମ୍ ଭୋକ ହୋଇଥାଏ। ତେଣୁ ଖାଇବାକୁ ଇଚ୍ଛା ହୁଏ ନାହିଁ। ଏହାଦ୍ୱାରା ଆପଣଙ୍କ ଓଜନ କମ୍ ହୋଇଥାଏ।
.ଯଦି ସକାଳେ ଆପଣ କେବଳ କଫି ପିଉଛନ୍ତି, ତେବେ ମନେ ରଖନ୍ତୁ ଆପଣ କେବଳ କ୍ୟାଲୋରୀ ହିଁ ନେଉଛନ୍ତି। ଏଥିପାଇଁ କଫିରେ ଘିଅ ମିଶାଇ ପିଅନ୍ତୁ। ଏହା ଆପଣଙ୍କ ପାଚନ କ୍ରିୟା ପାଇଁ ଭଲ ଏବଂ ଏହାଦ୍ୱାରା ଆପଣଙ୍କ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ।
.ଘିଅରେ ଥିବା ଫ୍ୟାଟ୍ ମସ୍ତିଷ୍କ ପାଇଁ ଭଲ। କଫିରେ ଘିଅ ମିଶାଇ ପିଇଲେ ମୁଡ୍ ଠିକ୍ ରଖୁଥିବା ହରମୋନ୍ ରିଲିଜ୍ ହୋଇଥାଏ। ଫଳରେ ମନ ବି ଶାନ୍ତ ରହେ।




