ଆର୍ଥାଇଟିସ୍(ଆଣ୍ଠୁଗଣ୍ଠି ବାତ) ଯନ୍ତ୍ରଣାକୁ ନେଇ ଚିନ୍ତିତ କି ? ଆଜିଠାରୁ କରନ୍ତୁ ଏହି ତିନିଟି ଆସନ, ଦୂର କରନ୍ତୁ ଯନ୍ତ୍ରଣା
ଆଜିକାଲି ପ୍ରାୟତଃ ବୟସ ବଢିବା ଯୋଗୁଁ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ବଢିବାରେ ଲାଗିଛି। ଏହାଛଡା ଥଣ୍ଡା ଦିନ ଆସିବା ମାତ୍ରେ ଆମ ଶରୀରେ ଥଣ୍ଡାଜନିତ ଯନ୍ତ୍ରଣା ବଢିଯାଏ। କିନ୍ତୁ ଏହି ବଦଳୁଥିବା ଋତୁର ପ୍ରଭାବ ବେଶୀ ଆର୍ଥାଇଟିସ୍(ଆଣ୍ଠୁଗଣ୍ଠି ବାତ) ରୋଗୀଙ୍କ ଉପରେ ପଡିଥାଏ। ଥଣ୍ଡା ବଢିବା ଯୋଗୁଁ ଏମାନଙ୍କର ଯନ୍ତ୍ରଣା ବଢିଚାଲିଥାଏ। ଥଣ୍ଡା ଦିନରେ ଆର୍ଥାଇଟିସ୍ ଯନ୍ତ୍ରଣାକୁ ଦୂର କରିବା ପାଇଁ ଏପରି ଆସନ କରନ୍ତୁ, ଯାହା ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବ। କେବଳ ଏତିକି ନୁହେଁ, ଏହି ଆସନ କରିବା ଦ୍ୱାରା ଗଣ୍ଠିରେ ଥିବା ଯନ୍ତ୍ରଣା, ପବନ ଅଟକିବା ଏବଂ ଫୁଲିବା ଭଳି ସମସ୍ୟାରୁ ମଧ୍ୟ ଆରାମ ମିଳିବ। ଆସନ୍ତୁ ଜାଣିବା କ’ଣ ରହିଛି ଏହି ଆସନ …

ଗୋମୁଖାସନ :
ଗୋମୁଖାସନ କରିବା ପାଇଁ ପ୍ରଥମେ ତଳେ ବସି ପଡନ୍ତୁ। ଏହାପରେ ଦୁଇପାଦର ଗୋଇଠିକୁ ନିଜ ଜଙ୍ଘରେ ତଳେ ଚାପି ରଖନ୍ତୁ। ଏପରି କରିବା ପରେ ଡାହାଣ ହାତକୁ ପିଠି ପଛରେକୁ ନେଇ ବାମ ହାତକୁ ମୋଡି ଏହା ଉପରେ ରଖିଦିଅନ୍ତୁ। ଏପରି ଅବସ୍ଥାରେ ଆପଣ ୨-୩ ମିନିଟ ରହିପାରିବେ।

ସେତୁବନ୍ଧାସନ :
ଏହି ଆସନକୁ କରିବା ପାଇଁ ପ୍ରଥମେ ତଳେ ଶୋଇପଡନ୍ତୁ। ଏହାପରେ ହାତରେ ନିଜ ଅଣ୍ଟାକୁ ଧରନ୍ତୁ। ତାପରେ କାନ୍ଧ ଏବଂ ବେକକୁ ତଳେ ରଖି ଅଣ୍ଟାକୁ ଧୀରେ ଧୀରେ ଉପରକୁ ଉଠାଇ ରଖନ୍ତୁ। ଏହିପରି ଅବସ୍ଥାରେ ଆପଣ କିଛିସମୟ ରହିପାରିବେ।

ବୃକ୍ଷାସନ :
ବୃକ୍ଷାସନ ଏକ ସ୍ଥିର ବୃକ୍ଷ ଭଳି ଆସନ। ଏହି ଆସନ କରିବା ଦ୍ୱାରା ଏକାଗ୍ରତା ବଢାଇଥାଏ। ଏହାଛଡା ଏହି ଆସନ କରିବା ଦ୍ୱାରା ଗୋଡ ଏବଂ ପିଠି ମଜବୁତ ରହିଥାଏ। ଏହି ଆସନ କରିବାକୁ ହେଲେ ପ୍ରଥମେ ସିଧା ଠିଆ ହୋଇ ଡାହାଣ ଗୋଡର ପାଦକୁ ନେଇ ବାମ ଜଙ୍ଘରେ ଲଗାଇ ରଖନ୍ତୁ। ଏପରି ଭାବେ ସିଧା ରହି ସନ୍ତୁଳନ ରଖନ୍ତୁ।
ଏହି ସବୁ ଆସନ କରିବା ଦ୍ୱାରା ଆପଣ ଆର୍ଥାଇଟିସ୍ ଭଳି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଯେତେ ସମ୍ଭବ ଏପରି ଆସନ ପ୍ରତିଦିନ କରନ୍ତୁ, ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ।




