IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏଥର ଦୀପାବଳିରେ ଏପରି ସଜାନ୍ତୁ ନିଜର ଘର, ଯାହା ସମସ୍ତଙ୍କୁ କରିବ ଆକର୍ଷଣ

ନବରାତ୍ରୀ ପୂଜା ଏବଂ ରାବଣ ଦହନ ଶେଷ ହେବା ପରେ ଦୀପାବଳିର ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏଥିସହ ଘର ପରିସ୍କାର କରିବା କାମ ମଧ୍ୟ ଆରମ୍ଭ ହୋଇଥାଏ। ଦୀପାବଳି ଅବସରରେ ଲୋକମାନେ ଘରକୁ ବିଭିନ୍ନ ରଙ୍ଗରେ ସଜାଇଥାନ୍ତି। ଆପଣ ବର୍ଷ ନିଜ ଘରକୁ ବିଭିନ୍ନ ରଙ୍ଗରେ ସଜାଇପାରିବେ। ତେବେ ଜାଣନ୍ତୁ ଦୀପାବଳିର ଏହି ଶୁଭ ଅବସରରେ କିପରି ଆପଣ ଘରକୁ ସଜାଇ ଆକର୍ଷଣୀୟ କରିପାରିବେ।
ଘରର ମୁଖ୍ୟ ଦ୍ୱାରକୁ ଘରର ଆଇନା କୁହାଯାଇଥାଏ।

ମୁଖ୍ୟ ଦ୍ୱାରର ସାଜସଜ୍ଜା ଲୋକମାନଙ୍କୁ ପ୍ରଥମେ ଆକର୍ଷଣୀୟ କରିଥାଏ। ଫେଷ୍ଟିଭ୍ ଲୁକ୍ ଦେବା ପାଇଁ ଆପଣ ଘରକୁ ଫୁଲରେ ମଧ୍ୟ ସଜାଇ ପାରିବେ। ଏହା ଦେଖିବାକୁ ସ୍ୱତନ୍ତ୍ର ଲାଗିଥାଏ। ଆଜିକାଲି ମାର୍କେଟରେ ମିଳୁଥିବା ଅଧିକରୁ ଅଧିକ ଅପ୍ରାକୃତିକ ଫୁଲ ଆଣି ମଧ୍ୟ ଆପଣ ଘରକୁ ସୁନ୍ଦର ଭାବେ ସଜାଇ ପାରିବେ।

diwaliଏହାବ୍ୟତୀତ ଘରର ସମସ୍ତ ଝରକାରେ ରଙ୍ଗ ବେରଙ୍ଗର ଆଲୋକରେ ସଜାନ୍ତୁ। ଏପରି ସଜାଇବା ଦ୍ୱାରା ଘରର ସୌନ୍ଦଯ୍ୟର୍ ଆହୁରି ବଢିଯାଇଥାଏ। ରଙ୍ଗ ବେରଙ୍ଗର ଆଲୋକ ସହ ଲ୍ୟାମ୍ପ ମଧ୍ୟ ଘରର ସୁନ୍ଦରତା ବଢାଇଥାଏ। ଆଜିକାଲି ମାର୍କେଟ ବ୍ୟତୀତ ଅନଲାଇନ୍ ରେ ମଧ୍ୟ ଏହି ସବୁ ଜିନିଷ ଉପଲବ୍ଧ ।

ଆପଣ ନିଜ ଇଛା ଅନୁସାରେ ଏହି ଲ୍ୟାମ୍ପକୁ ଡ୍ରଇଙ୍ଗ୍ ରୁମ୍ ରୁ ବେହ୍ ରୁମ୍ ପର୍ଯ୍ୟନ୍ତ ସଜାଇ ପାରିବେ। କିନ୍ତୁ ପିଲାମାନଙ୍କ ରୁମ୍ କୁ ଷ୍ଟିକରରେ ସଜାନ୍ତୁ , ଏହାଦ୍ୱାରା ପିଲାମାନେ ଖୁସି ହୋଇଥାନ୍ତି। ଅନଲାଇନ୍ ରେ ମଧ୍ୟ ଭଗବାନଙ୍କ ଷ୍ଟିକର ସହ ବିଭିନ୍ନ କାର୍ଟୁନ ଷ୍ଟିକର ମିଳିଥାଏ। ଯାହାଦ୍ୱାରା ଆପଣ ଏହି ଷ୍ଟିକର କିଣି ଘର ସଜାଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button