ରାଜନୀତି

ଦଳରେ ଯୋଗଦେବା ପରେ ମା’ ତାରାତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡିଲେ ପାଣ୍ଡିଆନ – Ibnodisha

[ad_1]

ଭୁବେନେଶ୍ୱର : ବିଧିବଦ୍ଧ ଭାବେ ରାଜନୀତିରେ ଯୋଗ ଦେଇ ବିଜେଡିରେ ସାମିଲ ହୋଇଥିବା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଅପରାହ୍ନରେ ସେ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡ଼ିଥିଲେ । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ତାରାତାରିଣୀ ପୀଠର ସକଳ ଉନ୍ନତି ପାଇଁ ଚେଷ୍ଟା କରିଥିଲେ ଭି.କେ ପାଣ୍ଡିଆନ । ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଉଦ୍ୟମ ରେ ତାରାତାରିଣୀ ମନ୍ଦିରର ରୂପାନ୍ତର ହୋଇପାରିଛି । ଦେଶର ଏକ ପ୍ରମୁଖ ଶକ୍ତିପୀଠ ଭାବେ ତାରାତାରିଣୀ ମନ୍ଦିର ମୁଣ୍ଡ ଟେକିଛି। ମନ୍ଦିରର ରୂପାନ୍ତରଣ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ଭୂମିକା ଥିଲା ଉଲ୍ଲେଖନୀୟ।ଉଲ୍ଲେଖଯୋଗ୍ୟ ଆଜି ସକାଳେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ ।

ଦଳର ସମସ୍ତ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଦଳରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବାପରେ ପରେ ସେ ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନ ଯାଇଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ତେବେ ଭିକେ ପାଣ୍ଡିଆନଙ୍କ ବିଜେଡିରେ ସାମିଲ ହେବା ନେଇ ଦଳୀୟ ନେତା, ମନ୍ତ୍ରୀ ବେଶ୍ ଆଶାୟୀ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ଥିବାବେଳେ ଯେଉଁଭଳି ଭାବେ ସେ ବିଭିନ୍ନ ଜିଲ୍ଲାକୁ ଯାଇ ଲୋକଙ୍କର ସୁବିଧା ଅସୁବିଧା କଥା ବୁଝିଛନ୍ତି ଏବେ ଦଳରେ ସାମିଲ ହେବା ପରେ ଦଳ ତଥା ରାଜ୍ୟର ବିକାଶ ପାଇଁ ତାଙ୍କର ସେହି ନିଷ୍ଠା ବଳବତ୍ତର ରହିବ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ବିସ୍ତୃତ ଅଭିଜ୍ଞତା ଦଳ ପାଇଁ ବେଶ୍ ଲାଭଦାୟୀ ହେବ ବୋଲି ବିଜେଡି ନେତାମାନେ ଆଶାବ୍ୟକ୍ତ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button