ଅପରାଧ

୮ ବର୍ଷର ଝିଆରୀକୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ – Ibnodisha

[ad_1]

ଲକ୍ଷ୍ନୌ: ମାମୁଁ ଭାଣେଜୀ ସମ୍ପର୍କରେ ଲାଗିଲା କଳଙ୍କ । ଭାଣେଜୀ ସହ ମାମୁଁ ଘଟାଇଲା ବର୍ବର କାଣ୍ଡ । ସମ୍ପର୍କୀୟ ମାମୁଁଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହେଲା ଆଠ ବର୍ଷର ଝିଅ । ଦୁଷ୍କର୍ମର ଶୀକାର ପରେ ଝିଅଟିର ସ୍ୱାସ୍ଥ୍ୟବସ୍ଥା ଖରାପ ଦେବାରୁ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ । ଏବେ ଝିଅର ଅବସ୍ଥା ଗୁରୁତର ରହିଛି । ଅନ୍ୟପକ୍ଷରେ ସୂଚନା ପାଇବା ମାତ୍ରେ ପୋଲିସ ଶନିବାର ସକାଳେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା । ତେବେ ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆମେଥୀରେ । ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଆମେଥା ଜିଲ୍ଲା ସଂଗ୍ରାମପୁର ଥାନା ଅଧିନସ୍ଥ ଏକ ଗାଁରେ ରହୁଥିବା ଏକ ଆଠ ବର୍ଷର ଝିଅର ବାପା ମାଆ ଅଭିଯୁକ୍ତ ଯୁବକ ଦିନେଶ ପାଲ (୨୫) ଙ୍କ ସହ ଗାଁ ପାଖରେ ହେଉଥିବା ଉତ୍ସବ ଦେଖିବା ପାଇଁ ଝିଅକୁ ପଠାଇଥିଲେ । ଅଭିଯୁକ୍ତ ଦିନେଶ ସମ୍ପର୍କରେ ଝିଅଟିର ମାମୁଁ ହେବ ବୋଲି ଜଣାପଡ଼ିଛି । ତେବେ ଶୁକ୍ରବାର ରାତିରେ ଉତ୍ସବରୁ ଫେରିବା ବାଟରେ ଦିନେଶ ଝିଅଟିକୁ ଦୁଷ୍କର୍ମ କରିଥିଲା ।

ଏନେଇ ଝିଅଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଦେଖି ଦିନେଶ ଝିଅଟିକୁ ନେଇ ତା ଘର ପାଖରେ ଛାଡ଼ିଦେଇ ପଳାଇଥିଲା । ସେପଟେ ଯେତେବେଳେ ଝିଅଟିର ବାପା ମାଆ ଝିଅକୁ ଘର ବାହାରେ ଏଭଳି ଅବସ୍ଥାରେ ଦେଖିଥିଲେ ଝିଅକୁ ଏଭଳି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଝିଅଟିର ରକ୍ତସ୍ରାବ ମଧ୍ୟ ହେଉଥିଲା । ଝିଅଟି ତା ସହ ଘଟିଥିବା ଘଟଣା ବିଷୟରେ ବାପା ମାଆଙ୍କୁ ଜଣାଇଥିଲା । ସେପଟେ ଝିଅର ଏଭଳି ଅବସ୍ଥା ଦେଖି ପରିବାର ଲୋକ ତୁରନ୍ତ ତାଙ୍କୁ ଗୌରିଗଞ୍ଜର ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ । ତେବେ ଗୌରିଗଞ୍ଜର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମଧ୍ୟ ଝିଅଟିର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡିବାରେ ଲାଗିଥିଲା । ପରେ ଡାକ୍ତରମାନେ ଝିଅଟିକୁ କେଜିଏମୟୁକୁ ପଠାଇଥିଲେ । କିନ୍ତୁ ଅଧିକ ରକ୍ତସ୍ରାବ ଦେଉଥିବାରୁ ଝିଅଟିର ଅବସ୍ଥା ଏବେ ଗୁରୁତର ରହିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ଝିଅଟିର ଚିକିତ୍ସା ଚାଲିଛି । ସେପଟେ ଏନେଇ ଝିଅଟିର ବାପା ମାଆ ସଂଗ୍ରାମପୁର ଥାନାରେ ସମ୍ପର୍କୀୟ ମାମୁଁ ଦିନେଶଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରିଥିଲେ । ଆଠ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦିନେଶ ନାଁରେ ମାମଲା ରୁଜୁ କରି ଗତକାଲି ଅଭିଯୁକ୍ତ ଦିନେଶକୁ ଗିରଫ କରିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button