ଅପରାଧ

ପୂର୍ବ ଶତ୍ରୁତାରୁ ଆକ୍ରମଣ, ୨ଗିରଫ – Ibnodisha

[ad_1]

ଭୁବନେଶ୍ୱର:  ପୂର୍ବ ଶତ୍ରୁତାକୁ କେନ୍ଦ୍ରକରୀ ଆକ୍ରମଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଗିରଫ ଉଭୟ ହେଲେ ଲକ୍ଷ୍ମୀସାଗର ଥାନା ନିକଟସ୍ଥ ମୋଚି ସାହିର ଏଲ୍‌. ପ୍ରଭାଶ(୧୯) ଏବଂ ଉଦୟ ଦାସ(୨୦) । ସୂଚନ ଯେ, ଅଭିଯୋଗକାରୀ କେ. ଲକ୍ଷ୍ମୀନାରାୟଣ ବୁଦ୍ଧନଗର ଅନ୍ତର୍ଗତ ପିଡବ୍ଲ୍ୟୁଡି ବସ୍ତିରେ ରୁହନ୍ତି । ପୂର୍ବରୁ ଅଭିଯୋଗକାରୀ ସହ ଉଭୟଙ୍କ କୌଣସି ଏକ କାରଣରୁ ପାଡିପୁଣ୍ଡ ହୋଇଥିଲା ।

ସେହି ରାଗ ରଖି ଗତ ୧୪ ତାରିଖ ସକାଳେ, କେ. ଲକ୍ଷ୍ମୀନାରାୟଣ ଓଲ୍ଡ ଷ୍ଟେସନ ବଜାର କିଛି କାମରେ ଯାଉଥିବା ବେଳେ ସେଠାରେ ଥିବା ବିନୋଦ ସୋରୁମ ସମୁଖରେ ଉପରକ୍ତ ଦୁଇ ଯୁବକ ଏବଂ ତାଙ୍କର ଜଣେ ସହଯୋଗୀ କେ. ଲକ୍ଷ୍ମୀନାରାୟଣଙ୍କୁ ଅଶ୍ରାବ୍ୟ ଭାଷାରେ ଗଳିଗୁଲଜ କରିବା ସହିତ ଏକ କାଠ ଫାଳିଆ ଆକ୍ରମଣ କରିଥଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ସେ ସେଠାରେ ଚେତା ହରାଇ ବସିଥିଲେ, ଏହାର ସୁଯୋଗ ନେଇ ତାଙ୍କ ପର୍ସରେ ଥିବା ଦଶହଜାର ଟଙ୍କା ଓ ଏକ ସୁନା ମୁଦି ଚୋରିକରି ନେଇଯାଇଥିବା  କେ. ଲକ୍ଷ୍ମୀନାରାୟଣ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ, ଆଜି ମୋଚି ସାହି ଅଞ୍ଚଳରେ ଚଢଉ କରି ଉଭୟଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଉଭୟ ନିଜର ଅପରାଧ ସ୍ୱୀକାର କରିଥିଲେ । ଯାହା ଫଳରେ ପୁଲିସ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button