ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାପା ମୃତ, ପୁଅ ଗୁରୁତର – Ibnodisha

[ad_1]

କନ୍ଧମାଳ: ବସ୍‌କୁ ଅପେକ୍ଷା କରିଥିବା ବେଳେ ବାପାପୁଅଙ୍କ ଉପରେ ଚଢ଼ିଗଲା ବୋଲେରୋ। ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମପଞ୍ଚାୟତର ତେଲିମୁଣ୍ଡା ଛକ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଯୁଗଳ ଦିଗାଲ ଗୁରୁତର ପୁଅ ହେଲେ କୁଶ ଦିଗାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କୌଣସି କାମରେ ଗତ କାଲି ଫୁଲବାଣୀକୁ ଆସି ଆଜି ସକାଳୁ ଅଟୋର ଫିରିଙ୍ଗିଆ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଗାଡ଼ି ନମିଳିବାରୁ ଚାଲି ଚାଲି ନିଜ ଗାଆଁ କୁ ଯାଉଥିଲେ । ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁ ଥିବା ଏକ ବୋଲେରୋ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାପା ଯୁଗଳ ଦିଗାଲଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ଗାଡ଼ିର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏହି ଖବର ପାଇ ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button