ଦୁଇ ଚେନ୍ ଲୁଟେରା ଗିରଫ – Ibnodisha

[ad_1]
ଭୁବନେଶ୍ୱର: ଦୁଇ ଜଣ ଚେନ ଛିନତାଇଙ୍କୁ ଗିରଫ କଲା ଖାରବେଳନଗର ଥାନା ପୁଲିସ । ସେମାନେ ହେଲେ ଭିଏସ୍ଏସ୍ ନଗର ତାରିଣୀ ବସ୍ତିର ରାକେଶ ସ୍ୱାଇଁ ଓରଫ ବୁଧିଆ(୨୮) ଏବଂ ଅନ୍ୟ ଜଣଙ୍କ ପୁରୀ ଜିଲ୍ଲା ବେଶାଳିସାହି ଥାନା ଅନ୍ତର୍ଗତ କାହ୍ନା ତ୍ରିପାଠୀ(୨୭) । ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ମାସ ୨୩ ତାରିଖରେ ଅଭିଯୋଗକାରିଣୀ ତାଙ୍କର ସ୍ୱାମୀଙ୍କର ସହିତ ୟୁନିଟ୍ -୪ରୁ ରବୀନ୍ଦ୍ର ମଣ୍ଡପ ବସ ଷ୍ଟପକୁ ଚାଲି ଯାଉଥିବା ବେଳେ ଉପରକ୍ତ ଦୁହେଁ ଗୋଟିଏ ବାଇକରେ ଆସି ଅଭିଯୋଗକାରିଣୀଙ୍କ ବେକରୁ ଗୋଟିଏ ସୁନା ଚେନ ଜୋର ଜବରଦସ୍ତ ଛିନତାଇ କରି ନେଇ ଚାଲି ଯାଇଥିଲେ ।
ଅଭିଯୋଗକାରୀଙ୍କ ଏବଂ ତାଙ୍କ ସ୍ୱାମୀସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେମାନେ ସେଠାରୁ ଚାଲିଯାଇଥିଲେ । ଏନେଇ ମହିଳା ଜଣଙ୍କ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଆଜି ଉଭୟ ଚୋରଙ୍କୁ କାବୁ କରିଥିଲେ । ପୁଲିସ ସେମାଙ୍କଠାରୁ ଲୁଟ ସୁନା ଚେନ ସହିତ ୪ଟି ଫୋନ ଏବଂ ଦୁଇଟି ବାଇକ୍ ଜବତ କରିଥିଲେ । ପଚରା ଉଚରା ବେଳେ ସେମାନେ ସେମାନଙ୍କର ଅପରାଧ ମାନିଥିଲେ । ଅପାରାଧିକ ଯାଞ୍ଚ ବେଳେ ସେମାନଙ୍କ ନାମରେ ପୂର୍ବରୁ ଶହୀଦନଗର, ନୟାପଲ୍ଲି, ଖାରବେଳନଗର, ମୈତ୍ରୀବିହାର, ସିଂହଦ୍ୱାର ଥାନାରେ ୧୪ଟି ଚୋରୀ ଓ ଲୁଟ ପରି ମାମଲାରେ ସମ୍ପୃକ୍ତ ଥିବା ଜଣା ପଡିଛି । ତେଣୁ ସେମାନଙ୍କ ବିରୁଦ୍ଧରେ ସିଆରପିସି-୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇଥିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଛିି ।
[ad_2]




