ଦେଶ

ଚୀନ୍ ସହ ଚୁକ୍ତି କଲା ମାଳଦ୍ୱୀପ; ୧୦ ସୁଦ୍ଧା ଦ୍ୱୀପ ଛାଡ଼ିବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ – Ibnodisha

[ad_1]

ନୂଆଦିଲ୍ଲୀ : ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଭାରତ ସହ ତିକ୍ତତା ଚାଲିଥିବା ବେଳେ ମାଳଦ୍ୱୀପ, ଚୀନ୍ ସହ ଏକ ପ୍ରତିରକ୍ଷା ସହଯୋଗ ଭିତ୍ତିକ ଚୁକ୍ତି କରିଥିବା ସୂଚନା ମିଳିଛି । ଚୀନ୍ ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ଏବଂ ଆର୍ଥିକ ସମ୍ପର୍କକୁ ମଜବୁତ୍ କରିବା ଲାଗି ମୁକ୍ତ ସହାୟତା ପାଇବା ଲୋଭରେ ମାଳଦ୍ୱୀପ, ଚୀନ୍ ସହ ଏହି ଚୁକ୍ତି ସ୍ୱାକ୍ଷରିତ କରିଛି । ଏହି ଚୁକ୍ତି ମୁତାବକ ଚୀନ୍ ମାଳଦ୍ୱୀପକୁ ଦେୟମୁକ୍ତ ସେନା ସହାୟତା ଯୋଗାଇଦେବ । ତେବେ ଚୀନ୍ ସହ ଚୁକ୍ତି ହେବାର କିଛି ଘଣ୍ଟା ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଭାରତୀୟ ସେନାକୁ ଅଲ୍ଟିମେଟମ୍ ଦେଇଛନ୍ତି ।

 ନିଜ ନିର୍ଦ୍ଦେଶନାମାରେ ଆସନ୍ତା ୧୦ ତାରିଖ ସୁଦ୍ଧା ଭାରତୀୟ ସେନା ମାଳଦ୍ୱୀପ ଛାଡିବାକୁ କହିଛନ୍ତି । ଏଥିସହ ଆଗାମୀ ଦିନରେ ବିନା ତାଙ୍କ ସରକାରଙ୍କ ଅନୁମତିରେ ଜଣେ ବି ଭାରତୀୟ ସେନା ଯବାନ୍ ମାଳଦ୍ୱୀପରେ ପ୍ରବେଶ କରିପାରିବେ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ନିଜ ନିର୍ଦ୍ଦେଶନାମାରେ ଭାରତୀୟ ସେନା ସିଭିଲ୍ ଡ୍ରେସ୍‌ରେ ମଧ୍ୟ ମାଳଦ୍ୱୀପରେ ରହିପାରିବେ ନାହିଁ ବୋଲି ମୁଇଜୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ସିଧାସଳଖ ଅର୍ଥ ମାଳଦ୍ୱୀପରୁ ଭାରତୀୟ ସେନାଙ୍କୁ ବହିଷ୍କାର କରିବାକୁ ମୁଇଜୁ ସ୍ପଷ୍ଟ କରିଦେଇଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆଜି ମାଳଦ୍ୱୀପ ସଂସଦରେ ଏନେଇ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିବା ଜାଣିବାକୁ ମିଳିଛି । ସୂଚନାଯୋଗ୍ୟ, ମାଳଦ୍ୱୀପରେ ଏବେ ପ୍ରାୟ ୮୮ ଭାରତୀୟ ସେନା ଯବାନ ରହିଛନ୍ତି । ମାଳଦ୍ୱୀପକୁ ମାନବୀୟ ସହାୟତା, ଚିକିତ୍ସା ସୁବିଧା, ସୁରକ୍ଷା ଓ ବନ୍ଦର ସୁରକ୍ଷା ପାଇଁ ଏହି ଯବାନ୍‌ଙ୍କୁ ଭାରତ ସରକାରଙ୍କ ପକ୍ଷରୁ ନିଯୁକ୍ତ କରାଯାଇଥିଲା ।

ଅନ୍ୟପକ୍ଷେ ଚୀନ୍‌-ମାଳଦ୍ୱୀପର ଏପ୍ରକାର ସମ୍ପର୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ମାଳଦ୍ୱୀପ ନିକଟବର୍ତ୍ତୀ ଭାରତୀୟ ଭୌଗୋଳିକ ସୀମାରେଖା ଦକ୍ଷିଣ-ପଶ୍ଚିମ ଉପକୂଳରେ ଆଇଏନ୍‌ଏସ୍ ଜଟାୟୁ ନାମରେ ଏକ ନୂତନ ନୌସେନା ଘାଟି ନିର୍ମାଣ କରିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଲାକ୍ଷାଦ୍ୱୀପର ଦକ୍ଷିଣ ଭାଗରେ ଥିବା ଦ୍ୱୀପପୁଞ୍ଜ ମିନିକଏରେ ଏହି ନୌସେନା ଘାଟି ନିର୍ମାଣ କରାଯିବ । ପ୍ରକାଶ ଲାକ୍ଷାଦ୍ୱୀପ, ମାଳଦ୍ୱୀପର ଉତ୍ତରରେ ୧୩୦ କିମି ଦୂରରେ ଅବସ୍ଥିତ । ତେଣୁ ଦ୍ୱୀପପୁଞ୍ଜ ମିନିକଏ ଠାରେ ଯଦି ନୌସେନାର ଏକ ଘାଟି ସ୍ଥାପନା କରାଯାଏ, ତେବେ ପଶ୍ଚିମ ଆରବ ସାଗରରେ ଭାରତୀୟ ନୌସେନା ସେସବୁ ସାମରିକ କାର୍ଯ୍ୟକ୍ରମ ଜାରି ରଖିପାରିବ ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ୍ ମାଳଦ୍ୱୀପ ଉପରେ ଭାରତକୁ ନିର୍ଭର କରିବାକୁ ପଡୁଥିଲା । ସିଧାଅର୍ଥରେ କହିଲେ ପଶ୍ଚିମ ଆରବ ସାଗରରେ ଜଳଦସ୍ୟୁ ବିରୋଧୀ ଏବଂ ନିଶା କାରବାର କରୁଥିବା ପେଡେଲରଙ୍କ ବିରୋଧରେ ଅପରେସନ କରାଯିବା ସମ୍ଭବ ହୋଇପାରିବ । ପ୍ରକାଶ, ଲାକ୍ଷାଦ୍ୱୀପର କାଭାରାଟ୍ଟି ଠାରେ ଆଇଏନ୍‌ଏସ୍ ଦ୍ୱୀପରକ୍ଷକ ନାମରେ ଭାରତର ଏକ ନୌସେନା ଘାଟି କାର୍ଯ୍ୟକ୍ଷମ ରହିଛି । ସୂଚନାଯୋଗ୍ୟ, ଚୀନ୍ ପୂର୍ବରୁ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ, ଗତ ସପ୍ତାହରେ ଶ୍ରୀଲଙ୍କା ସହ ମଧ୍ୟ ସ୍ୱାସ୍ଥ୍ୟ, ଚିକିତ୍ସା ସେବା କ୍ଷେତ୍ରରେ ଏକ ଚୁକ୍ତି ସ୍ୱାକ୍ଷରିତ କରିସାରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button