ରାଜ୍ୟ

ନାଟ ମଣ୍ଡପର ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ମାମଲା – Ibnodisha

[ad_1]

କଟକ: ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ମାମଲାର ମୂଳ ଆବେଦନକାରୀ ଅଭିଶେକ ଦାସଙ୍କ ପକ୍ଷରୁ ଏକ ମିସ୍‌କେଶ୍ ରୁଜୁ କରାଯାଇଛି । ଏଥିରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ନାଟ ମଣ୍ଡପର ମରାମତି ତୁରନ୍ତ ଆବଶ୍ୟକ ବୋଲି ଦର୍ଶାଯାଇଛି । ଗତ ଅଗଷ୍ଟ ୧୧ ତାରିଖରେ ଆମିକସ୍‌କ୍ୟୁରୀ ନାଟମଣ୍ଡପର ମରାମତି ଆବଶ୍ୟକ ଥିବା ଦର୍ଶାଇ ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆବେଦନ କରାଯାଇଛି । ଆମିକସ୍‌କ୍ୟୁରୀ ତାଙ୍କ ରିପୋର୍ଟରେ ନାଟ ମଣ୍ଡପ କ୍ରାକ୍ ବିମ୍‌କୁ ପିଡବ୍ଲ୍ୟୁଡି ମୁଖ୍ୟଯନ୍ତ୍ରୀଙ୍କ ଓ ଏକ୍ସ୍‌ପର୍ଟ ସହ ପରାମର୍ଶ କରି ଅଗ୍ରିମ ଭିତ୍ତିରେ ପ୍ରତ୍ନତତ୍ତ୍ୱ୍ୱ ବିଭାଗକୁ ମରାମତି କରିବାକୁ ରିପୋର୍ଟରେ ଦର୍ଶାଇଥିଲେ ।

ତେବେ ମାମଲାର ପ୍ରତିପକ୍ଷମାନେ ନାଟମଣ୍ଡପ ମରାମତି କରିବାରେ ବିଳମ୍ବ କରୁଥିବା ନେଇ ଆବେଦନକାରୀ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ଏକ ଐତିହାସିକ ମନ୍ଦିର ହୋଇଥିବା ବେଳେ ଏହାର ସୁରକ୍ଷା ଓ ସଂରକ୍ଷଣ ଜରୁରୀ ହୋଇପଡିଛି ବୋଲି ମାମଲାରେ କୁହାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ସମ୍ପର୍କିତ ଜନହିତ ମାମଲାରେ ପ୍ରତ୍ନତତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ଜବାବ ରଖଯାଇଥିଲା । ଏଥିରେ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ମରାମତି କାର୍ଯ୍ୟ ଶେଷ ହୋଇଥିବା ସମ୍ପର୍କରେ ପ୍ରତ୍ନତତ୍ୱ ବିଭାଗ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶଗୁଡିକୁ ସବୁ ପାଳନ କରାଯାଇ ମରାମତି କାର୍ଯ୍ୟ ଶେଷ ହୋଇଛି । ତେବେ ଜଗମୋହନ ଓ ନାଟ ମଣ୍ଡପ ମରାମତି ପ୍ରସଙ୍ଗରେ କୋର୍ କମିଟି ଓ ଏକ୍ସପର୍ଟ ମତାମତ ହସ୍ତଗତ ହୋଇଛି । ବୈଷୟିକ କମିଟି ଏହାକୁ ଅନୁମୋଦନ କଲେ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ହାଇକୋର୍ଟ ମାମଲାର ଶୁଣାଣି କରି ଶେଷ ହୋଇଥିବା ଜଗମୋହନଦ ଓ ନାଟ ମଣ୍ଡପ ମରାମତି କାର୍ଯ୍ୟର ବିସ୍ତୃତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଆଦେଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ଆଲୋକ ମହାପାତ୍ର ପରିଚାଳନା କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button