ରାଜ୍ୟ

ଲଭ୍‌ ଜିହାଦ୍‌ରୁ ବର୍ତ୍ତିଗଲେ

ଭୁବନେଶ୍ବର: ମୋବାଇଲ୍ ଗେମ୍ରୁ ବନ୍ଧୁତା ଓ ନିବିଡ଼ ବନ୍ଧୁତାରୁ ପ୍ରେମ। କଥା ପହଞ୍ଚିଥିଲା ବାହା ହେବା ପର୍ଯ୍ୟନ୍ତ। କିନ୍ତୁ ନିଜର ଧର୍ମ ଲୁଚାଇ ବେଶ୍ ଚତୁରତାର ସହ ଯୁବତୀଙ୍କୁ ଫସାଇଥିବା ଯୁବକର ଚାଲ୍ ବେଶି ଦିନ ଛପିରହି ନଥିଲା। ଯୁବତୀଙ୍କ ନଜରରେ ଯୁବକର ଶଠତା ଧରାପଡ଼ିଯାଇଥିଲା। ତେଣୁ ଯୁବତୀ ପଛଘୁଞ୍ଚା ଦେଲେ। ମାତ୍ର ଲଭ୍ ଜିହାଦ୍ ପାଇଁ ଯୋଜନା କରିସାରିଥିବା ଯୁବକ ପଛଘୁଞ୍ଚା ଦେଇନଥିଲା।

ମିଳାମିଶା ବେଳେ ଚଞ୍ଚକତା ପୂର୍ବକୁ ନିଜ ମୋବାଇଲ୍ରେ ସାଇତି ରଖିଥିବା ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋକୁ ଭାଇରାଲ୍ କରିବ ବୋଲି ଧମକ ଦେଲା। ଏମିତିକି ପ୍ରଥମେ ଯୁବତୀଙ୍କ ବାପାମା’ଙ୍କୁ ସେହି ଭିଡିଓରୁ କିଛି ପଠାଇ ବ୍ଲାକ୍ମେଲ୍ କଲା। ପର୍ଣ ସାଇଟ୍ରେ ଭିଡିଓ ପୋଷ୍ଟ କରି ଯୁବତୀଙ୍କ ଜୀବନ ନଷ୍ଟ କରିବ ବୋଲି ଚେତାବନୀ ଦେଲା। ସେହଭଳି ବାହା ନ ଦେଲେ, ୫ଲକ୍ଷ ଟଙ୍କା ଦେବାକୁ ଦାବି କଲା। ତଥାପି ଯୁବତୀ ଭୟ କରି ନଥିଲେ। ମହିଳା ଥାନାର ଦ୍ବାରସ୍ଥ ହେଲେ। ଶେଷରେ ପୁଲିସ ଜାଲରେ ଫସିଲା ଲଭ୍ ଜିହାଦ୍ର ଖଳନାୟକ। ଏମିତି ଏକ ମାମଲା ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲା କଶ୍ମୀରରେ ଚାକିରି କରୁଥିବା ବିହାର ପାଟନାର ସମୀର୍ ମନ୍ସୁର୍।

ପୁଲିସ ସୂଚନା ମୁତାବକ, ୨୦୨୨ ମସିହାରୁ ପୀଡ଼ିତାଙ୍କ ସହ ମନ୍ସୁର୍ର ସମ୍ପର୍କ ଗଢ଼ିଉଠିଥିଲା। ଟ୍ରାଭେଲ୍ ଏଜେନ୍ସିରେ କାମ କରୁଥିବା ପୀଡ଼ିତା ମୋବାଇଲ୍ରେ ଫ୍ରିଫାୟାର୍ ଗେମ୍ ଖେଳୁଖେଳୁ ମନ୍ସୁର୍ ସଂସ୍ପର୍ଶରେ ଆସିଥିଲେ। ପରସ୍ପର ମଧ୍ୟରେ ନମ୍ବର ଦିଆନିଆ ହୋଇ ଫୋନ୍ରେ କଥାବାର୍ତ୍ତା ହୋଇଥିଲେ। ମନ୍ସୁର୍ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫସାଇଥିଲା ଏବଂ ବାହାହେବାକୁ ପ୍ରସ୍ତାବ ଦେଇଥିଲା। ପୀଡ଼ିତା ରାଜି ହୋଇଯାଇଥିଲେ ଏବଂ ତାକୁ ଭୁବନେଶ୍ବର ଆସିବାକୁ ଆମନ୍ତ୍ରଣ କରିଥିଲେ। କଶ୍ମୀରରୁ ଧାଇଁ ଆସିଥିଲା ମନ୍ସୁର୍। ସେମାନେ ପୁରୀ ଯାଇ ଏକ ହୋଟେଲ୍ରେ ରହିଥିଲେ। ପୁରୀ, କୋଣାର୍କ ବେଳାଭୂମିରେ ବୁଲାବୁଲି କରିବା ପରେ ସେଠାରେ ରାତ୍ରିଯାପନ କରିଥିଲେ। ଏହି ଅବସରରେ ମିଳାମିଶାର ସୁଯୋଗ ନେଇ ମନ୍ସୁର୍ ନିଜ ମୋବାଇଲ୍ରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଉଠାଇଥିଲା। ରାତି ପାହିବା ପରେ ହଠାତ୍ ଚିତ୍ର ବଦଳିଯାଇଥିଲା। ମନ୍ସୁର ବାଥ୍ରୁମ୍ରେ ଥିବା ବେଳେ ପୀଡ଼ିତା ତା’ର ଲଗେଜ୍ରୁ ପରିଚୟପତ୍ର ଦେଖିପାରିଥିଲେ। ସେତେବେଳେ ତାଙ୍କର ମୁଣ୍ଡ ଘୂରିଯାଇଥିଲା। ଜଣେ ଭିନ୍ନ ସମ୍ପ୍ରଦାୟର ଯୁବକ ତାଙ୍କୁ ମିଛ କହି ପ୍ରେମରେ ଫସାଇଥିବା ଜାଣିବା ପରେ ସେ ଉତ୍କ୍ଷିପ୍ତ ହୋଇଉଠିଥିଲେ। ଏହାକୁ ନେଇ ହୋଟେଲ୍ରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କୌଶଳକ୍ରମେ ପୀଡ଼ିତା ହୋଟେଲରୁ ଖସି ଆସିଥିଲେ। କିନ୍ତୁ ଲୋକଲଜ୍ଜା ଡରରେ ସେ କାହାକୁ କିଛି ନ କହି ଚୁପ୍ ରହିଥିଲେ।

ମାତ୍ର ମନ୍ସୁର୍ ପିଛା ଛାଡ଼ିବା ସ୍ଥିତିରେ ନଥିଲା। ସେ ବାରମ୍ବାର ଫୋନ୍ କରି ପୀଡ଼ିତାଙ୍କୁ ବୁଝାଇଥିଲା ଏବଂ ଧର୍ମ ପରିବର୍ତ୍ତନ କଲା ପରେ କିଛି ସମସ୍ୟା ରହିବ ନାହିଁ ବୋଲି କହିଥିଲା। ମାତ୍ର ପୀଡ଼ିତା ନ ବୁଝିବାରୁ ସେ ଧମକ ଦେଇଥିଲା ଏବଂ ସତକୁ ସତ ପୀଡ଼ିତାଙ୍କ ଅଶ୍ଳୀଳ ଭିଡିଓ ତାଙ୍କ ବାପାମା’ଙ୍କ ପାଖକୁ ପଠାଇଦେଇଥିଲା। ଏସବୁ ପରେ ବି ପୀଡ଼ିତା ଡରି ଯାଇନଥିଲେ। ଲଭ୍ ଜିହାଦ୍ର ଶିକାର ହେବା ପୂର୍ବରୁ ନିଜକୁ ବଞ୍ଚାଇବାକୁ ପୁଲିସ ହିଁ ଭରସା ବୋଲି ପୀଡ଼ିତା ମହିଳା ଥାନାକୁ ଯାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ପୁଲିସର ଖେଳ। ପୁଲିସ ପରାମର୍ଶରେ ପୀଡ଼ିତା ମନ୍ସୁର୍କୁ ଫୋନ୍ କରି କ୍ଷମା ମାଗିବା ସହ ତା’ର ସବୁ ସର୍ତ୍ତରେ ରାଜି ବୋଲି କହିଥିଲେ। ସେମାନେ ପୁରୀରେ ବାହାହେବେ ବୋଲି ପୀଡ଼ିତା ତାକୁ କହିଥିଲେ। ଚାଲ୍ କାମ କରିଗଲା ବୋଲି ଭାବି ନେଇଥିଲା ମନ୍ସୁର। ତେଣୁ ସେ ବାହାହେବା ପାଇଁ ପୁରୀରେ ପହଞ୍ଚିଯାଇଥିଲା ଏବଂ ପୁଲିସ ଜାଲରେ ପଡ଼ିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button