IBN ଓଡ଼ିଶା ବ୍ୟୁରୋ

୨୦୫୧ ସୁଦ୍ଧା ମୁମ୍ବାଇରେ ହିନ୍ଦୁ ଜନସଂଖ୍ୟା ୫୪%କୁ ହ୍ରାସ ପାଇବ : ରିପୋର୍ଟ

ମୁମ୍ବାଇ: ନିକଟରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (ଟିଆଇଏସ୍ଏସ୍)ର ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଟିଆଇଏସ୍ଏସ୍ ରିପୋର୍ଟ ଅନୁଯାୟୀ, ମୁସଲମାନ ଅନୁପ୍ରବେଶକାରୀଙ୍କ ଯୋଗୁଁ ମୁମ୍ବାଇର ଜନସଂଖ୍ୟା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ମୁମ୍ବାଇରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟାରେ ହେଉଥିବା ପରିବର୍ତ୍ତନକୁ ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି।

ଏହା ଅନୁଯାୟୀ ୨୦୫୧ ସୁଦ୍ଧା ହିନ୍ଦୁ ଜନସଂଖ୍ୟା ୫୪%ରୁ କମ୍, ମୁସଲମାନ ଜନସଂଖ୍ୟା ୩୦%କୁ ବୃଦ୍ଧି ପାଇବ।

ଟିଆଇଏସ୍ଏସର ଅଧ୍ୟୟନ ଅନୁଯାୟୀ, ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ମୁସଲମାନମାନେ ମହାରାଷ୍ଟ୍ରର ରାଜନୀତିକୁ ପ୍ରଭାବିତ କରୁଛନ୍ତି। ୨୦୫୧ ସୁଦ୍ଧା ହିନ୍ଦୁ ଜନସଂଖ୍ୟା ୫୪%ରୁ କମ୍ ହେବ, ମୁସଲମାନ ଜନସଂଖ୍ୟା ୩୦%କୁ ବୃଦ୍ଧି ପାଇବ ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ସହରରେ ହିନ୍ଦୁଙ୍କ ପ୍ରତିଶତ ୧୯୬୧ ପରଠାରୁ ୮୮%ରୁ ୨୦୧୧ରେ ୬୬%କୁ ହ୍ରାସ ପାଇଥିବା ବେଳେ ମୁସଲମାନ ଜନସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଯାହା ୧୯୬୧ରେ ୮% ରୁ ୨୦୧୧ରେ ୨୧% କୁ ବୃଦ୍ଧି ପାଇଛି।

କେତେକ ରାଜନୈତିକ ଅନୁଷ୍ଠାନ ବେଆଇନ ପ୍ରବାସୀଙ୍କୁ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରୁଛନ୍ତି, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ। ଭୋଟର ପଞ୍ଜୀକରଣରେ ମଧ୍ୟ ହେରଫେର କରାଯାଉଛି। ବେଆଇନ ପ୍ରବାସୀମାନେ ନକଲି ଭୋଟର ପରିଚୟପତ୍ର ହାସଲ କରୁଥିବା ଅଭିଯୋଗ ହେଉଥିବା ବେଳେ ନିର୍ବାଚନୀ ନିରପେକ୍ଷତା ଏବଂ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ଅଖଣ୍ଡତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button