ରାଜ୍ୟ

କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ କୁମାର ନାୟକଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ ବିଭାଗ। ରାୟଗଡ଼ା ଡିଭିଜନର ଡିଏଫଓ(ବନତତ୍ତ୍ୱବିତ୍‌) ଦେବେନ୍ଦ୍ର କୁମାର ବେହେରାଙ୍କୁ ବିଭାଗ ଗତକାଲି ନିଲମ୍ବିତ କରିଛି। ଫରେଷ୍ଟର ଶ୍ରୀ ନାୟକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍ ଲେଖି ଡିଏଫ୍‌ଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଓ ପଦୋନ୍ନତି କରାଇ ଦେଉ ନ ଥିବା ଉଲ୍ଲେଖ କରିଥିଲେ।

ଡିଏଫ୍‌ଓଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ପରେ ଭବାନୀପାଟଣା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ସେହିପରି ପିସିସିଏଫ୍‌ ଘଟଣାର ତଦନ୍ତ ପାଇଁ କଟକସ୍ଥିତ ମୁଖ୍ୟ ବନ ସଂରକ୍ଷଣ (ଟି ଆଣ୍ଡ୍‌ ଡି)ଙ୍କୁ ଗତ ୨୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button