ଦେଶ

ପତ୍ନୀଙ୍କ ମୃତ୍ୟୁ ପରେ ଫୋନ୍ ଚେକ୍ କରିବାରୁ ସ୍ୱାମୀ ଯାହା ଦେଖିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha

[ad_1]

ୱାଶିଂଟନ୍‌: ଆମେରିକାରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଜାଣିବାକୁ ପାଇଲେ ମହିଳାଙ୍କର ଅନେକ ରହସ୍ୟ । ମହିଳା ଜଣକ ଆମେରିକାର ବାସିନ୍ଦା ହୋଇଥିବା ବେଳେ ୨୦୨୦ ମସିହା ମାର୍ଚ୍ଚ ୮ ତାରିଖରେ ସେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରି ଦେଇଥିଲେ । ସେତେବେଳେ ତାଙ୍କୁ ୩୯ ବର୍ଷ ବୟସ ହୋଇଥାଏ । ହେଲେ ଏହି କଥା ତାଙ୍କ ସ୍ୱାମୀଙ୍କ ପାଇଁ ଭାରି ଅଜବ ଥିଲା । କାରଣ ମହିଳାଙ୍କ ଜୀବନରେ ସେପରି କୌଣସି ସମସ୍ୟା ଥିବା କଥା ତାଙ୍କ ସ୍ୱାମୀଙ୍କୁ ଜଣାନଥିଲା । ତାଙ୍କ ମୁତାବକ ମହିଳାଙ୍କ ବୈବାହିକ ଜୀବନ ବେଶ୍ ସୁଖମୟ ଥିଲା । ସେ କେଉଁ ବି କାରଣରୁ ଆଦୌ ଦୁଃଖୀ ନଥିଲେ ।

ହେଲେ ମହିଳା ଜଣଙ୍କ ଏପରି ଏକ ନିଷ୍ପତ୍ତି କାହିଁକି ନେଲେ? ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଯେବେ ମହିଳାଙ୍କ ଫୋନ୍ ଦେଖିଲେ ତ ତାଙ୍କ ପାଦ ତଳୁ ମାଟି ଖସିଗଲା । କାରଣ ସେ ନିଜ ପତ୍ନୀଙ୍କ ବିଷୟରେ ଜାଣିବାକୁ ପାଇଲେ ଅତ୍ୟନ୍ତ ଅଜବ କଥା ସବୁ । ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଜାଣିପାରିଲେ ଯେ ସେ ଏକ ଭିନ୍ନ ଜୀବନ ବଞ୍ଚୁଥିଲେ । ତାଙ୍କୁ ଜଣାପଡ଼ିଲା କି ବିବାହର କିଛି ସପ୍ତାହ ପରେ ହିଁ ସେ ନିଜର ଜଣେ ଛାତ୍ରଙ୍କ ସହ ସଂପର୍କରେ ଆସି ଯାଇଥିଲେ । ତାଙ୍କର ଅନେକ ଭିନ୍ନ ଭିନ୍ନ ପୁରୁଷଙ୍କ ସହ ଶାରୀରିକ ସଂପର୍କ ଥିଲା । ମହିଳାଙ୍କ ଫୋନ୍‌ରେ ତାଙ୍କର ଅନେକ ଅଶ୍ଳୀର ଫଟୋ ଓ ରେକର୍ଡିଂ ରହିଥିଲା । ତାଙ୍କର କିଛି ଅଶ୍ଳୀଳ ଭିଡିଓ ବି ମିଳିଲା ଫୋନ୍‌ରୁ । ପତ୍ନୀଙ୍କ ମୃତ୍ୟୁ ପରେ ସ୍ୱାମୀ ଜାଣିପାରିଲେ ଯେ ତାଙ୍କ ପତ୍ନୀ ବିଶେଷ କରି କଲେଜ ପଢୁଆ ଯୁବବର୍ଗମାନଙ୍କୁ ଅଶ୍ଳୀଳ ଫଟୋ, ଭିଡିଓ ପଠାଇ ସେମାନଙ୍କ ସହ ସଂପର୍କରେ ରହୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button