ଦେଶ

ସଜେଇ ହୋଇଛି ଧର୍ମନଗରୀ ଅଯୋଧ୍ୟା : ୨୪.୬୦ ଲକ୍ଷ ଦୀପ ଜଳାଇ ସୃଷ୍ଟି ହେବ ବିଶ୍ୱ ରେକର୍ଡ – Ibnodisha

[ad_1]

ଲଖନଉ : ଦୀପତ୍ସୋବ ପାଇଁ ଅଯୋଧ୍ୟା ସଜେଇ ହୋଇଛି। ଏଭଳି ଭାବେ ସାଜସଜ୍ଜା ହୋଇଛି ଯେ, ପୃଥିବୀରେ ଦେବଲୋକର ଭ୍ରମ ସୃଷ୍ଟି କରୁଛି। ଚମକୁଥିବା ରାସ୍ତାଘାଟ, ରଙ୍ଗବେରଙ୍ଗ ଆଲୋକରେ ସଜା ହୋଇଥିବା ଘର ସହ ଆକର୍ଷଣୀୟ ଆଲୋକ ସହ ରାମକଥା ଉପରେ ଆଧାରିତ ୧୫ ତୋରଣଦ୍ୱାର ଓ ସ୍ୱାଗତ ପାଇଁ ସଜେଇ ହୋଇ ଅଯୋଧ୍ୟାର ଶୋଭା ଦ୍ୱିଗୁଣିତ ହୋଇଛି। ଆଜି ହେବାକୁ ଥିବା ଦୀପୋତ୍ସବରେ ୨୧ ଲକ୍ଷ ଦୀପ ରାମଙ୍କ ପିଣ୍ଡିରେ ଲଗା ହେବ ଯାହାକି ବିଶ୍ୱରେ ରେକର୍ଡ ସୃଷ୍ଟି କରିବ। ଏହାକୁ ରେକର୍ଡ କରିବା ପାଇଁ ଆଉ ୩ ଲକ୍ଷ ୬୦ ହଜାର ଦୀପ ମଧ୍ୟ ଲଗାଯିବ।

ଦୀପାବଳିକୁ ସ୍ୱତନ୍ତ୍ର କରିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ୨୪ ଲକ୍ଷର ଦୀପରେ ପ୍ରଜ୍ଜ୍ୱଳିତ ହେବ ରାମନଗରୀ ଅଯୋଧ୍ୟା। ଦୀପାବଳି ପାଇଁ ସାରା ସହର ସଜେଇ ହୋଇଛି। ବିଶେଷ କରି ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହଙ୍କ ଘାଟ ସମେତ ୫୧ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି। ଦୀପୋତ୍ସବରେ ଲେଜର ଲାଇଟ୍‌‌ ସୋର’ର ମଧ୍ୟ ଆୟୋଜନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ରାଜ୍ୟପାଳ ଆନନ୍ଦିବେନ୍‌‌ ପଟେଲ ମଧ୍ୟ ଯୋଗ ଦେବେ।
ଚଳିତ ବର୍ଷ ସରାୟୁ ବ୍ରିଜ ଉପରେ ସବୁଜ ବାଣରେ ଆତସବାଜି ହେବ। ଏଥିରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଅତିଥିମାନେ ସରାୟୁ ତଟରେ ଆତସବାଜି ଦେଖିବେ। ଏଥିପାଇଁ ବିଭିନ୍ନ ମଞ୍ଚ ମଧ୍ୟ ତିଆରି ହୋଇଛି। ପ୍ରାୟ ୨୦ ମିନିଟ୍‌‌ ପର୍ଯ୍ୟନ୍ତ ଆତସବାଜି ହେବ। ଭିନ୍ନ ଭିନ୍ନ ରଙ୍ଗର ବାଣରେ ଆକାଶ ରଙ୍ଗବେରଙ୍ଗ ଦେଖାଯିବ। ସାଜସଜ୍ଜା ଏଭଳି ହୋଇଛି , ସନ୍ଧ୍ୟା ହେବା ମାତ୍ରେ ସରାୟୁ ବ୍ରିଜ ଆଲୋକରେ ଆଲୋକିତ ହୋଇ ଉଠିବ।

ଦୀପୋତ୍ସବ ଦିନ ରାମଲାଲା ସ୍ୱତନ୍ତ୍ର ପୋଷାକ ପିନ୍ଧିବେ। ଏକ ନୀଳ ରେଶମୀ ପୋଷାକ ତିଆରି କରାଯାଇଛି, ଯାହାକୁ ଶନିବାର ଦିନ ରାମଲାଲା ପିନ୍ଧିବେ। ଏହା ସହିତ ଏକ ସୁନା ମୁକୁଟ ମଧ୍ୟ ପିନ୍ଧାଯିବ ଏହାସହ ଅନ୍ୟ ଅଳଙ୍କାରରେ ମଧ୍ୟ ସଜ୍ଜିତ ହେବେ।
ଦୀପତ୍ସୋବର ଆକର୍ଷଣ..

୨୧ ଲକ୍ଷ ଦୀପ  ..
୨୫,୦୦୦ ସ୍ୱେଚ୍ଛାସେବୀ ୫୧ ଘାଟରେ ୨୪.୬୦ ଲକ୍ଷ ଦୀପ ଲଗାଇବେ ..
ରାମଜନ୍ମ ଭୂମିରେ ୧.୫୦ ଲକ୍ଷ ଦୀପ ଜଳାଯିବ ..
ରାମଙ୍କ ପିଣ୍ଡିରେ ୨୦୦ ଫୁଟ ଲମ୍ବା ପରଦାରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ..
୨୫ ଟି ରାଜ୍ୟରୁ ୨୫୦୦ ଲୋକ କଳାକାରଙ୍କ ଉପସ୍ଥାପନା ..
ପୁରୁଣା ସରାୟୁ ବ୍ରିଜ ଉପରେ ସବୁଜ ଆତସବାଜି..
୫୨ ଟି ଦେଶର ରାଷ୍ଟ୍ରଦୂତ ଅଂଶଗ୍ରହଣ କରିବେ..

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button