ମନୋରଞ୍ଜନ

ସୈଫ୍‌ ପ୍ରଥମ ବିବାହ କଲା ବେଳକୁ ୧୧ ବର୍ଷର ହୋଇଥିଲେ କରୀନା, କହି‌ଥିଲେ ଏପରି କଥା – Ibnodisha

[ad_1]

ମୁମ୍ବାଇ: ‌ଛୋଟା ନବାବ ତଥା ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଓ ତାଙ୍କ ଅଭିନେତ୍ରୀ ପତ୍ନୀ କରୀନା କପୁର ବି-ଟାଉନ୍‌ର ଏକ ଲୋକପ୍ରିୟ ଯୋଡ଼ି। ସେମାନଙ୍କ ପ୍ରେମ ବିବାହ ହୋଇଥିବା ବେଳେ ସୈଫ୍‌ କରୀନାଙ୍କ ପୂର୍ବରୁ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ। ସୈଫ୍‌ ପ୍ରଥମ ବିବାହ ବେ‌ଳେ ୨୧ ବର୍ଷର ହୋଇଥିବା ବେଳେ ସେତେବେଳେ କରୀନାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା।

ସୈଫ୍‌ ଓ ଅମୃତାଙ୍କ ବିବାହ ଉତ୍ସବରେ ଅତିଥି ହୋଇ ପହଞ୍ଚିଥିଲେ କରୀନା। ସେ ସୈଫ୍‌ଙ୍କୁ ବିବାହ ପାଇଁ ଶୁଭେଚ୍ଛା ବାର୍ତ୍ତା ଦେଇଥିବା ‌ବେଳେ ସୈଫ୍‌ ତାଙ୍କୁ ‘ଥ୍ୟାଙ୍କ୍‌ ୟୁ ବେଟା’ ବୋଲି କହିଥିଲେ। ଯେତେବେଳେ ସୈଫ୍‌ ଓ କରୀନାଙ୍କ ବିବାହ ହେଲା ତ ସେହି ପୁରୁଣା ଭିଡିଓକୁ ନେଇ ବହୁମାତ୍ରାରେ ଚର୍ଚ୍ଚା ହୋଇଥିଲା।

ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାହାକୁ ନେଇ ବିଭିନ୍ନ ପ୍ରକାରର ମିମ୍‌ ବନାଇଥିଲେ। କେହି କେହି ଲେଖିଥିଲେ, ‘କେହି ଯଦି ଆପଣଙ୍କୁ ବିବାହରେ ଶୁଭେଚ୍ଛା ଜଣାଉଛି ତ ‘ବେଟା’ ବୋଲି କୁହନ୍ତୁ ନାହିଁ।

ଅମୃତାଙ୍କୁ ବିବାହ ବେଳେ ସୈଫ୍‌ ତାଙ୍କଠାରୁ ୧୨ ବର୍ଷ ସାନ ଥିଲେ। ଚର୍ଚ୍ଚା ହେଉଥିଲା କି ନିଜ ବାପାମାଆଙ୍କ ବିରୋଧରେ ଯାଇ ସୈଫ୍‌ ଅମୃତାଙ୍କୁ ବିବାହ କରିଥିଲେ। ହେଲେ ଏକଥା ବି ସତ ଯେ ସୈଫ୍‌ଙ୍କ ବାହାଘର ପରେ ଘର ‌ଲୋକ ଏକ ଜବରଦସ୍ତ ପାର୍ଟି ଦେଇଥିଲେ।

ହେଲେ ପରବର୍ତ୍ତୀ ସମୟରେ ସୈଫ୍‌ଙ୍କର ଅମୃତାଙ୍କ ସହ ଛାଡ଼ପତ୍ର ହୋଇଥିଲା ଓ ଦ୍ବିତୀୟ ବିବାହ କରୀନାଙ୍କ ସହ ହୋଇଥିଲା। କରୀନାଙ୍କ ସହ ଏବେ ତାଙ୍କର ତୈମୁର୍‌ ଓ ଜୈହଙ୍କ ନାମରେ ଦୁଇ ପୁଅ ଅଛନ୍ତି। ସେହିଭଳି ଅମୃତାଙ୍କର ବି ସାରା ଓ ଇବ୍ରାହିମ୍‌ଙ୍କ ନାମରେ ‌ଏକ ଝିଅ ଓ ଏକ ପୁଅ ଅଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button