ଦେଶ

ଯାତ୍ରୀମାନେ ଟଙ୍କା ନ ଦେବାରୁ ଟ୍ରେନରେ ସାପ ଛାଡ଼ିଦେଲେ କେଳା – Ibnodisha

[ad_1]

କୋଲକାତା : ହାଓଡ଼ାରୁ ଗ୍ୱାଲିୟର ଅଭିମୁଖେ ଯାଉଥିବା ଚମ୍ବଲ ଏକ୍ସପ୍ରେସର ଜେନେରାଲ ବଗିରେ କିଛି ସାପୁଆ କେଳା ପଶି ଏକ ସାପକୁ ବଗିରେ ଛାଡ଼ି ଦେଇଥିଲେ। କେଳାମାନେ ପ୍ରତି ସିଟ୍ ନିକଟକୁ ଯାଇ ଯାତ୍ରୀମାନଙ୍କୁ ଟଙ୍କା ମାଗୁଥିଲେ କିନ୍ତୁ ଆଶାନୁରୂପ ପରିମାଣର ଟଙ୍କା  ନ ମିଳିବାରୁ ସେମାନେ ଟ୍ରେନ ଭିତରେ ଗୋଟିଏ ସାପ ଛାଡ଼ିଦେଇଥିଲେ । ଏହା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କେଳାମାନେ ପ୍ରତ୍ୟେକ ସିଟକୁ ଯାଇ ସାପମାନଙ୍କ ପାଇଁ ଦାନ ମାଗୁଥିଲେ । କିଛି ଲୋକ ଟଙ୍କା ଦେଇଥିବାବେଳେ ଆଉ କିଛି ଲୋକ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏହା ଦେଖି ରାଗରେ କେଳାମାନେ ସାପ ଛାଡ଼ିଦେଇଥିଲେ । ଉତ୍ତରପ୍ରଦେଶର ମହୋବା ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା।

ସାପ ବୁଲୁଥିବା ଯୋଗୁଁ ଟ୍ରେନର ଜେନେରାଲ ବଗିରେ ୩୦ ମିନିଟ  ପର୍ଯ୍ୟନ୍ତ ବିଶୃଙ୍ଖଳା ଦେଖାଦେଇଥିଲା। ଉପର ବର୍ଥ ଚଢ଼ିବା ପାଇଁ ଅନେକ ଯାତ୍ରୀ ଧସ୍ତାଧସ୍ତି କରିଥିଲେ। ଏପରିକି କିଛି ଲୋକ ଭୟରେ ଶୌଚାଳୟରେ ଲୁଚି ରହିଥିଲେ। ତେବେ ଟ୍ରେନ୍ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିବା ପୂର୍ବରୁ କେଳାମାନେ ଟ୍ରେନରୁ ଡେଇଁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଘଟଣା ସମ୍ପର୍କରେ ରେଳବାଇ ପୁଲିସ ତଦନ୍ତ କରୁଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button