ଦେଶ

ଭୁବନେଶ୍ବରରେ ନିଯୁକ୍ତି କମିଲା : ବର୍ଷକ ଭିତରେ ହ୍ରାସ ପାଇଛି ୪ ପ୍ରତିଶତ – Ibnodisha

[ad_1]

ନୂଆଦିଲ୍ଲୀ: ବର୍ଷକ ମଧ୍ୟରେ ଦେଶରେ ସୃଷ୍ଟି ହୋଇଥିବା ନିଯୁକ୍ତିରେ ଛୋଟ ସହରଗୁଡ଼ିକର ବଡ଼ ଅବଦାନ ରହିଛି। କିନ୍ତୁ ଚିନ୍ତାର ବିଷୟ ହେଉଛି ସେହି ତାଲିକାରେ ଭୁବନେଶ୍ବର ନାମ ନାହିଁ। ନିଯୁକ୍ତିରେ ଭୁବନେଶ୍ବର ପ୍ରଦର୍ଶନ ଦୁର୍ବଳ ରହିଛି। ୨୦୨୨ ଅଗଷ୍ଟରୁ ୨୦୨୩ ଅଗଷ୍ଟ ଭିତରେ ଭୁବନେଶ୍ବରରେ ୮-୧୨ ବର୍ଷ ଅଭିଜ୍ଞତା ଥିବା ମଧ୍ୟମ ସ୍ତରରେ ନିଯୁକ୍ତି ୪ ପ୍ରତିଶତ ହ୍ରାସ ପାଇଛି। ନିଯୁକ୍ତି ସୂଚନା ପ୍ରଦାନ କରୁଥିବା ପ୍ଲାଟଫର୍ମ ନୌକ୍ରିର ତଥ୍ୟ ଅନୁଯାୟୀ ମହୀଶୂର, ରାଜକୋଟ, କାନପୁର, ସୁରଟ, ଲୁଧିଆନା, ଗାନ୍ଧୀନଗର, ବିଜୟୱାଡା, ଜାମସେଦପୁର, ପଣ୍ଡିଚେରି ଓ ଜୟପୁର ଭଳି ଛୋଟ ସହର ନିଯୁକ୍ତି ସୃଷ୍ଟିରେ ଆଗରେ ରହିଛନ୍ତି। ନିଯୁକ୍ତି ହ୍ରାସ ପାଇଥିବା ଛୋଟ ସହର ତାଲିକାରେ ଭୁବନେଶ୍ବର, ହାଇଦ୍ରାବାଦ, ଦିଲ୍ଲୀ, ବେଙ୍ଗାଲୁରୁ, ରାୟପୁର, ପୁନେ, ଚେନ୍ନାଇ, କୋଚି ଓ ତ୍ରିଭେନ୍ଦ୍ରମ୍ ନାମ ରହିଛି।

ହୋଟେଲ୍‌, ରେସ୍ତୋରାଁ, ନିର୍ମାଣ, ଇଞ୍ଜିନିୟରିଂ, ଧାତବ, ଇଣ୍ଟେରିୟର ଡିଜାଇନ୍, ରିଅଲ ଇଷ୍ଟେଟ୍‌, ଶିକ୍ଷା, ତାଲିମ, ତୈଳ ଓ ଗ୍ୟାସ୍, ବିଦ୍ୟୁତ, ଭିତ୍ତିଭୂମି ଓ ଶକ୍ତି କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ସେହି ସମୟରେ ବ୍ୟାଙ୍କ, ଆର୍ଥିକ ସେବା, ବ୍ରୋକିଂ, ସ୍ବାସ୍ଥ୍ୟ ସେବା, ଏଫ୍ଏମ୍‌ସିଜି, ଖାଦ୍ୟ ଓ ପାନୀୟ, ଟେଲିକମ୍‌, କଞ୍ଜ୍ୟୁମର ଡ୍ୟୁରେବଲ୍‌, ଆଇଟି ଓ ଆକାଉଣ୍ଟିଂ କ୍ଷେତ୍ରରେ ନିଯୁକ୍ତି ହ୍ରାସ ପାଇଛି। ନିର୍ଦ୍ଦିଷ୍ଟ ପ୍ରକାର ଚାକିରି ଦୃଷ୍ଟିରୁ ଇଣ୍ଟେରିୟର ଡିଜାଇନ, ଇଆର୍‌ପି, କଂପାନି ସେକ୍ରେଟାରି, କମ୍ପ୍ଲାଏନ୍ସ ଅଫିସର, ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର, ପ୍ଲାନିଂ ଇଞ୍ଜିନିୟର, ସିଭିଲ୍ ଇଞ୍ଜିନିୟର, ମାନବ ସମ୍ବଳ କନସଲଟାଣ୍ଟ୍‌, ମୁଖ୍ୟ ନିରାପତ୍ତା ଅଧିକାରୀ, ନିର୍ମାଣ କ୍ଷେତ୍ର ସୁପରଭାଇଭର, ପ୍ରୋସେସ୍‌ ଇଞ୍ଜିନିୟର, ପ୍ରାଇଭେଟ୍‌ ଆଟର୍ଣ୍ଣି, ‌ଆଇନଜୀବୀ, ଟେରିଟୋରି ସେଲ୍‌ସ ମ୍ୟାନେଜର, କ୍ବାଲିଟି ଇଞ୍ଜିନିୟର ଓ ପ୍ରୋଜେକ୍ଟ ଇଞ୍ଜିନିୟର ପଦ ଅଧିକ ସୃଷ୍ଟି ହୋଇଛି। ସେହି ସମୟରେ ଫାଇନାନ୍ସିଆଲ ଆନାଲିଷ୍ଟ୍‌, ହ୍ବାଇଟ୍‌ ବକ୍ସ ଟେଷ୍ଟିଂ ଇଞ୍ଜିନିୟର, ଡାଟାବେସ୍ ଡେଭେଲପର, କ୍ରେଡିଟ୍ ମ୍ୟାନେଜର, ଏମ୍ବେଡେଡ୍ ସିଷ୍ଟମ୍‌ସ ଇଞ୍ଜିନିୟର, ଡାଟା ଆନାଲିଷ୍ଟ୍‌ ଆଦି ନିଯୁକ୍ତିରେ ହ୍ରାସ ଘଟିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button