ଦେଶ

‘ଇଣ୍ଡିଆ’ ନାମ ବଦଳିଲେ ଡଟ୍ ଇନ୍ ୱେବ୍‌ସାଇଟ୍‌ଗୁଡ଼ିକ ପରିଚୟ ସଂକଟରେ ପଡ଼ିବେ – Ibnodisha

[ad_1]

ନୂଆଦିଲ୍ଲୀ: ଇଣ୍ଡିଆ ସରକାରୀ ଭାବେ ଭାରତ ନାମରେ ପରିଚିତ ହେବ କି? ସେପ୍ଟେମ୍ବର ୯ରେ ଏକ ନୈଶଭୋଜି ପାଇଁ ଜି୨୦ ନେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣପତ୍ରରେ ‘ଭାରତ’ ନାମ ଉଲ୍ଲେଖକୁ ନେଇ ଏହି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପାର୍ଲାମେଣ୍ଟର ଏକ ସ୍ବତନ୍ତ୍ର ଅଧିବେଶନ ମଧ୍ୟ ହେବାକୁ ଯାଉଛି। ତେ‌ଣୁ କିଛି ଲୋକ ଅନୁମାନ କରୁଛନ୍ତି ଯେ ଏହି ସ୍ବତନ୍ତ୍ର ଅଧିବେଶନରେ ସରକାର ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଯଦି ତାହା ହୁଏ, ତେବେ .ଇନ୍ ଡୋମେନ ବ୍ୟବହାର କରୁଥିବା ୱେବ୍‌ସାଇଟ୍‌ଗୁଡ଼ିକ ପରିଚୟ ସଂକଟରେ ପଡ଼ିପାରନ୍ତି।
ବର୍ତ୍ତମାନ ଇଣ୍ଡିଆ ଓ ଭାରତ ଉଭୟ ନାମ ପ୍ରଚଳିତ। ଇଂରାଜୀରେ ଲେଖିଲା ବେଳେ ଆମେ ଇଣ୍ଡିଆ ଲେଖୁ ଏବଂ ହିନ୍ଦୀ ବା ଅନ୍ୟ ଭାରତୀୟ ଭାଷ‌ାରେ ଲେଖିଲା ବେଳେ ଭାରତ ଲେଖୁ। କିନ୍ତୁ ଯଦି ସରକାର ଉପରୋକ୍ତ ନିଷ୍ପତ୍ତି ନିଅନ୍ତି, ତେବେ ଇଂରାଜୀ ଓ ହିନ୍ଦୀ ଉଭୟ ଭାଷାରେ କେବଳ ‘ଭାରତ’ ହିଁ ଲେଖାଯିବ।

ବର୍ତ୍ତମାନ ଆସିବା .ଇନ୍ ପ୍ରସଙ୍ଗକୁ। .ଇନ୍ (ଡଟ୍ ଇନ୍) ହେଉଛି ଏକ ସିସିଟିଏଲ୍‌ଡି (କଣ୍ଟ୍ରି କୋଡ୍‌ ଟପ୍ ଲେୟାର ଡୋମେନ) ଏବଂ ଏହା ଜଣାଇଦିଏ ଯେ .ଇନ୍ ବ୍ୟବହାର କରୁଥିବା ୱେବ୍‌ସାଇଟ୍‌ ଇନ୍‌ରେଜିଷ୍ଟ୍ରିରେ ପଞ୍ଜୀକୃତ। .ଇନ୍‌ର କେତେକ ସବ୍‌ଡୋମେନ ମଧ୍ୟ ରହିଛି, ଯାହା ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବ୍ୟବହାର କରାଯାଏ। ଉଦାହରଣସ୍ବରୂପ ଗଭ୍.ଇନ୍ ଭାରତ ସରକାରଙ୍କ ଏକ ୱେବ୍‌ସାଇଟ୍‌କୁ ବୁଝାଉଥିବା ବେଳେ ମିଲ୍.ଇନ୍ ଭାରତୀୟ ମିଲିଟାରୀ ପାଇଁ ସଂରକ୍ଷିତ।
.ଇନ୍ ଭାରତୀୟ ୱେବ୍‌ସାଇଟ୍‌କୁ ବୁଝାଉଥିବା ବେଳେ .ସିଏନ୍‌ ଚାଇନିଜ୍, .ୟୁଏସ୍‌ ଆମେରିକୀୟ ଓ .ୟୁକେ ଇଂଲଣ୍ଡର ୱେବ୍‌ସାଇଟ୍‌କୁ ବୁଝାଇଥାଏ। ବର୍ତ୍ତମାନ ଇଣ୍ଡିଆ ଯଦି ଭାରତ ହୁଏ, ତେବେ .ଇନ୍ ୱେବ୍‌ସାଇଟ୍‌ଗୁଡ଼ିକ ପରିଚୟ ସଂକଟରେ ପଡ଼ିବେ। .ଇନ୍ ବଦଳରେ .ବିଏଚ୍‌ ବା .ବିଆର୍ ବା .ବିଟି ଯାହା କଲେ ବି ଅସୁବିଧା ହେବ। କାରଣ .ବିଏଚ୍ ବାହାରିନକୁ, .ବିଆର୍ ବ୍ରାଜିଲକୁ ଏବଂ .ବିଟି ଭୁଟାନକୁ ବୁଝାଉଛି। ତେଣୁ ଆମକୁ ଦୁଇ ଅକ୍ଷର ବଦଳରେ ଅକ୍ଷର ସଂଖ୍ୟା ବଢ଼ାଇ .ଭାରତ ବା .ବିଏଚ୍‌ଆର୍‌ଟି କରିବାକୁ ପଡ଼ିବ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button