ଦେଶ

ଯେଉଁ ସ୍ଥାନରେ ପ୍ରଦୂଷଣ ସ୍ତର କମ୍ ରହିଛି, ସେଠାରେ ସବୁଜ ବାଣ ଫୁଟାଇବାକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ : ସୁପ୍ରିମ୍‌ କୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୦୧୮ରେ ସୁପ୍ରିମ୍ କୋର୍ଟ ସାରା ଦେଶରେ ବାଣଫୁଟାକୁ ବ୍ୟାନ୍‌ କରିଥିଲେ । କୋର୍ଟଙ୍କ ସେହି ନିଷ୍ପତ୍ତି ଏବେ ମଧ୍ୟ ଦେଶରେ ଜାରି ରହିବ । ଦିଲ୍ଲୀ NCR ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ କେବଳ ସବୁଜ ବାଣକୁ ଅନୁମତି ଦିଆଯିବ । ଏହାସହ ବାଣ ତିଆରିରେ ବାରିୟମ କେମିକାଲ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ବାଣ ତିଆରିରେ ବାରିୟମ୍‌କୁ କେମିକାଲ୍‌ ରୂପେ ବ୍ୟବହାର ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ବାଣ ତିଆରି କମ୍ପାନୀଗୁଡିକ କୋର୍ଟରେ ଏ ନେଇ ଦାବି କରିଥିଲେ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଲଡି ଭଳି ଜଏଣ୍ଟ୍‌ ବାଣ ତିଆରି ଏବଂ ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଜାରି ରଖିବେ। ସାରା ଦେଶର ଏଜେନ୍ସିଗୁଡିକ ସୁପ୍ରିମ୍ କୋର୍ଟଙ୍କ ଆଦେଶ ପାଳନ କରିବାକୁ କୋର୍ଟ କହିଛନ୍ତି।

ଜଷ୍ଟିସ୍‌ ଏ ଏସ୍‌ ବୋପନ୍ନ ଓ ଜଷ୍ଟିସ୍‌ ଏମ୍‌ ଏମ୍‌ ସୁନ୍ଦରେଶଙ୍କ ବେଞ୍ଚ୍‌ ବାଣ ନିର୍ମାତା କମ୍ପାନୀଙ୍କ ପ୍ରତିବନ୍ଧକ ହଟାଇବା ସମ୍ପର୍କିତ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ବାଣ ଉପରେ ଲଗାଯାଇଥିବା ନିଷେଧାଦେଶ ବିରୋଧରେ ବିଜେପି ସାଂସଦ ମନୋଜ ତିଓ୍ଵାରୀ ଆବେଦନ କରିଥିଲେ । ହେଲେ ସୁପ୍ରିମ୍ କୋର୍ଟ କହିଥିଲେ ଯେ ଦୀପାବଳି ପାଳନ କରିବା ପାଇଁ ଅନ୍ୟ ଉପାୟ ଖୋଜି ପାରିବେ। ଯଦି ଆପଣ ବାଣ ଫୁଟାଇବାକୁ ଚାହୁଁଛନ୍ତି, ତେବେ ସେହି ଭଳି ରାଜ୍ୟକୁ ଯାଆନ୍ତୁ, ଯେଉଁଠି ବାଣକୁ ନେଇ କିଛି ପ୍ରତିବନ୍ଧକ ନାହିଁ। ସୁପ୍ରିମ୍ କୋର୍ଟ କହିଛନ୍ତି, ଯେଉଁ ସ୍ଥାନରେ ପ୍ରଦୂଷଣ ସ୍ତର କମ୍ ରହିଛି, ସେଠାରେ ସବୁଜ ବାଣ ଫୁଟାଇବାକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button