ମନୋରଞ୍ଜନ

ମୋତେ ଗ୍ୟାଙ୍ଗଷ୍ଟର ଓ ଆତଙ୍କବାଦୀ କହିବା ବନ୍ଦ କର: ଲରେନ୍ସ ବିଷ୍ଣୋଇ – Ibnodisha

[ad_1]

ଅହମଦାବାଦ: ମୋତେ ଗ୍ୟାଙ୍ଗଷ୍ଟର ଓ ଆତଙ୍କବାଦୀ କହିବା ବନ୍ଦ କରାଯାଉ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବେ ଅହମଦାବାଦର ସ୍ୱତନ୍ତ୍ର କୋର୍ଟରେ ଏଭଳି ଆବେଦନ କରିଛନ୍ତି। ଆବେଦନରେ କୁହାଯାଇଛି ଯେ, ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ମାମଲା ପ୍ରମାଣିତ ହୋଇନାହିଁ ଏବଂ ସେ ଷ୍ଟୁଡେଣ୍ଟ ୟୁନିୟନ ସମୟରୁ ଜେଲରେ ଅଛନ୍ତି। ତେଣୁ ତାଙ୍କୁ ଗ୍ୟାଙ୍ଗଷ୍ଟର କିମ୍ବା ଆତଙ୍କବାଦୀ ବୋଲି କହିବା ଭୁଲ ହେବ। ତେବେ ଏ ବାବଦରେ ସରକାର କିମ୍ବା ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

କାନାଡାର ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂ ଓରଫ ସୁଖୱା ଦୁନେକେର ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ନିଜ ଫେସବୁକ ଆକାଉଣ୍ଟରୁ ନିଜକୁ ଦାୟୀ କରିଥିଲା। ଏବେ ତାଙ୍କ ଓକିଲ ଏହି ପୋଷ୍ଟକୁ ନକଲି ଆକାଉଣ୍ଟରୁ କରାଯାଇଥିବା କହିଛନ୍ତି। ଲରେନ୍ସ ବିଷ୍ଣୋଇଙ୍କ ଓକିଲ ଆନନ୍ଦ ବ୍ରହ୍ମାଭଟ୍ଟ କହିଛନ୍ତି ଯେ ଲରେନ୍ସ ବିଷ୍ଣୋଇଙ୍କ ନାମରେ ୧୫୦ରୁ ଅଧିକ ଫେସବୁକ ଆକାଉଣ୍ଟ ଅଛି। ବର୍ତ୍ତମାନ ଫେସବୁକ ଆକାଉଣ୍ଟ ୮୦୦ଟଙ୍କାରେ ‘ଭେରିଫାଏଡ’ ହୋଇଯାଉଛି। ଜେଲରେ ଥିବା ବ୍ୟକ୍ତି କିପରି କାହାକୁ ହତ୍ୟା କରିପାରିବ? ଏହି ସମସ୍ତ ଦାବି ମିଥ୍ୟା ଏବଂ ଯଦି ଜେଲରେ ଲରେନ୍ସଙ୍କୁ ଅନ୍ୟ କୌଣସି ସୁବିଧା ଦିଆଯାଉଛି, ତେବେ ପୁଲିସ ପ୍ରଶାସନ ଏହା ବିଷୟରେ ଏକ ସରକାରୀ ବିବୃତି ଦେବା ଉଚିତ୍। ଯଦି ଏହା ସତ ତେବେ ଏପରି ଅଧିକାରୀଙ୍କୁ ନିଲମ୍ବନ କରାଯିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ଓରଫ ସୁଖ ଦୁନେକେ କାନାଡ଼ାରେ ଦୁଇ ଆତଙ୍କବାଦୀ ଗୋଷ୍ଠୀ ଲଢ଼େଇରେ ନିହତ ହୋଇଥିଲା। ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ତା’ର ହତ୍ୟା ପାଇଁ ନିଜକୁ ଦାୟୀ କରି ଲରେନ୍ସ ବିଷ୍ଣୋଇ ନାମ ଥିବା ଫେସବୁକ ଆକାଉଣ୍ଟରୁ ଏକ ପୋଷ୍ଟ କରିଥିଲା। ହେଲେ ଆକାଉଣ୍ଟଟି ଲରେନ୍ସଙ୍କର ନୁହଁ ବୋଲି ଦାବି କରିଛନ୍ତି ତାଙ୍କ ଓକିଲ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button