ଦେଶ

ଆରପାରିରେ ବରିଷ୍ଠ ପ୍ରଯୋଜକ ଧୀରଜିଲାଲ – Ibnodisha

[ad_1]

ନୂଆଦିଲ୍ଲୀ : ମଙ୍ଗଳବାର ସକାଳୁ ଏକ ଦୁଃଖ କବର ସାମ୍ନାକୁ ଆସିଛି । ଲୋକପ୍ରିୟ ପ୍ରଯୋଜକ ଧୀରଜିଲାଲ ଶାହାଙ୍କ ଗତ ସୋମବାର ପରୋଲୋକ ହୋଇଛି। ଏନେଇ ଇଣ୍ତିଆନ ଫିଲ୍ମ ଟିଭି ପ୍ରଡୁସର କାଉନସିଲ ସୋସିଆଲ ମିଡିଆ ଏକ୍ସ ତରଫରୁ ସୂଚନା ମିଳିଛି । ଇଣ୍ତିଆନ ଫିଲ୍ମ ଟିଭି ପ୍ରଡୁସର କାଉନସିଲ ଏକ୍ସ ଜରିଆରେ ସୂଚିତ କରିଛି କି ଷ୍ଚୁଡିଓ ଏବଂ ଟାଇମ ଭିଡିଓ ମାଲିକ ଧୀରଜଲାଲ ନାନାଜୀ ଶାହ ଆମ ଗହଣରେ ଆଉ ନାହାନ୍ତି ତାଙ୍କର ପରୋଲୋକ ହୋଇଛି । ସୂଚନାଯୋଗ୍ୟ, ଦୀର୍ଘଦିନରୁ ଧୀରଜଲାଲ ଅସୁସ୍ଥ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୨୦ଦିନ ଭିତରେ ତାଙ୍କ ସ୍ବାସ୍ଥ୍ୟାବସ୍ଥ‌ା ଅଧିକରୁ ଅଧିକ ବିଗିଡ଼ିବାକୁ ଲାଗିଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଗତ ସୋମବାର ଡାକ୍ତରଙ୍କ ଅନେକ ଚେଷ୍ଟାପରେ ବି ଧୀରଜଲାଲ ଶାହା ଜୀବନ ଯୁଦ୍ଧରେ ହାରି ଯାଇଥି‌ଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button