ପାଣିପାଇଁ ଉତ୍ୟକ୍ତ ଲୋକେ ୱାଟକୋ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ, ଅଧିକାରୀଙ୍କୁ ଭିତରକୁ ଛାଡିଲେ ନାହିଁ – Ibnodisha
[ad_1]
ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ପାନୀୟ ଜଳ ଯୋଗାଣ ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଛି | ଏନେଇ ସହରବାସୀ ବାରମ୍ବାର ପୌର ପାରିଷଦ ଏବଂ ୱାଟକୋ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ | ଯାହାକୁ ନେଇ ୫0ରୁ ଉର୍ଦ୍ଧ ଉତ୍ୟକ୍ତ ଲୋକେ ଦଳାସ୍ଥିତ ୱାଟକୋ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ | ଦୀର୍ଘ ସମୟ ଧରି କାର୍ଯ୍ୟାଳୟ ଭିତକୁ କାହାକୁ ଛାଡ଼ିନଥିଲେ | ଏହି ସମୟରେ ୱାଟକୋ ସହାୟକ ପରିଚାଳକ ବିଚିତ୍ରାନନ୍ଦ ପୁହାଣ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ ସେ ଫୋନ ଉଠାଉନଥିବାରୁ ଫାଟକରେ ତାଲା ପକାଇଥିବା ଉପସ୍ଥିତ ଲୋକେ କହିଛନ୍ତି | ୧୮ନଂ ନିୟୁ ମାର୍କେଟ, ୧୯ନଂ ନଟପଡା ଏବଂ ୨0 ନଂ ଦଳା ଅଞ୍ଚଳରେ ବୋହୁ ସମୟରେ ପାଣି ଆସୁନଥିବା ଓ ପାଇପରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ କରିଛନ୍ତି | ଖବର ପାଇ ସହକାରୀ ପରିଚାଳକ ପୁହାଣ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଯାହା ସମସ୍ୟା ଅଛି ୨ ଦିନ ମଧ୍ୟରେ ତାହାର ସମଧାନ କରାଯିବ ସେ ପର୍ଯ୍ୟନ୍ତ ଟ୍ୟାଙ୍କର ସାହାଯ୍ୟରେ ପାଣି ଯୋଗାଇଦେବାକୁ ପ୍ରତିଶୃତି ଦେବାପରେ ଗେଟରୁ ତାଲା ଖୋଲିଥିଲେ | ପୂର୍ବତନ କାଉନସିଲର ମୋହନ ଚନ୍ଦ୍ର ସାହୁ,ଦେବବ୍ରତ ମହାପାତ୍ର, ଜଗନ୍ନାଥ ବେହେରା,ଦିଲ୍ଲୀପ ପରିଡା, ନନ୍ଦକିଶୋର ସାହୁ, ରାଜନ ସାହୁ, ନିରଞ୍ଜନ ସାହୁ, ସତ୍ୟବ୍ରତ ପଥାଳ, ଦେବେନ୍ଦ୍ର ରାଓ, ବଳରାମ ରାଓ ଶ୍ରୀକାନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ | ରାଜ୍ୟ ସରକାର ସହରାଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବୋହୁ କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାସ୍ତବରେ ତାହା କାର୍ଯ୍ୟକାରି ହେଉନଥିବା ଦେଖିବାକୁ ମିଳୁଛି | ବ୍ୟାସନଗର ସହରର ସମୁଦାୟ ୨୬ ଗୋଟି ୱାର୍ଡ ମଧ୍ୟରୁ ୧୧ ଗୋଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ପାଇପ ବିଛା କାର୍ଯ୍ୟ ସାରିଛି ବାକି ଅନ୍ୟ ୧୫ଟି ୱାର୍ଡ କାର୍ଯ୍ୟ ଚାଲୁରହିଛି ଏହାପରେ ଏହି ସମସ୍ୟା ରହିବ ନାହିଁ ବୋଲି ଅଧିକାରୀ ପୁହାଣ କହିଛନ୍ତି |
[ad_2]