ଦେଶ

ଲୋକସଭାରେ ବିଏସପି ସାଂସଦଙ୍କୁ ଆତଙ୍କବାଦୀ କହିଲେ ବିଜେପି ସାଂସଦ ରମେଶ ବିଧୁରୀ, ନୋଟିସ ଜାରି – Ibnodisha

[ad_1]

ଦାନିସଙ୍କୁ ଭେଟିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମରୋହାର ବିଜେପି ସାଂସଦ ରମେଶ ବିଧୁରୀ ଲୋକସଭା ଅଧିବେଶନ ସମୟରେ ବିଏସପି ସାଂସଦ କୁଅଁର ଦାନିଶ ଅଲ୍ଲୀଙ୍କ ପ୍ରତି କରିଥିବା ଅଭଦ୍ର ଟିପ୍ପଣୀକୁ ନେଇ ବିବାଦ ବଢିବାରେ ଲାଗିଛି । ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାନିଶଙ୍କୁ ଭେଟିଛନ୍ତି ।

ଦାନିଶ ଅଲ୍ଲୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏପରିକି ଯଦି ବିଧୁରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେ ସଂସଦ ଛାଡିବାକୁ ବିଚାର କରିପାରନ୍ତି ବୋଲି ଅଲ୍ଲୀ କହିଛନ୍ତି। ତେବେ ବିଧୁରୀଙ୍କ ଅପମାନଜନକ ଶବ୍ଦକୁ ଗୃହ କାର୍ଯ୍ୟରୁ ହଟାଇ ଦିଆଯାଇଛି। ସେପଟେ ସାଂସଦ ରମେଶ ବିଦୁଡିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଜେପି । ୧୫ ଦିନ ଭିତରେ ସାଂସଦଙ୍କୁ ଜବାବ ମାଗିଛି ବିଜେପି ।

ସେପ୍ଟେମ୍ବର ୨୧ ରେ ଲୋକସଭା କାର୍ଯ୍ୟ ସମୟରେ ବିଜେପି ସାଂସଦ ରମେଶ ବିଦୁରୀ ବିଏସପି ସାଂସଦ କୁଅଁର ଦାନିଶ ଅଲ୍ଲୀଙ୍କ ବିରୋଧରେ ଅସଂସଦୀୟ ଭାଷା ବ୍ୟବହାର କରିଥିଲେ । ଗୃହରେ ସେ ବିଏସପି ସାଂସଦଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ଆତଙ୍କବାଦୀ ବୋଲି ମଧ୍ୟ କହିଥିଲେ। ବିଧୁରୀଙ୍କ ଅସଦାଚରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଲୋକସଭା ବାଚସ୍ପତି ମଧ୍ୟ ଚେତାବନୀ ଦେଇଛନ୍ତି

ଗୃହରେ ଏଭଳି ଆଚରଣର ପୁନରାବୃତ୍ତି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଧୁରୀଙ୍କୁ ଚେତାବନୀ ଦେଇଛନ୍ତି। ବିଜେପି ବିଧୁରୀଙ୍କୁ ନୋଟିସ ଜାରି କରି ପଚାରିଛି, ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ?



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button