ସୀତାହରଣ ବେଳେ ରାବଣଙ୍କ ଉପରେ ରାଗିଗଲେ ହାବିଲଦାର, ମାରିବାକୁ ମଞ୍ଚ ଉପରେ ଚଢ଼ିଗଲେ – Ibnodisha

[ad_1]
ଆଗ୍ରା: ସୀତାହରଣ ବେଳେ ରାବଣଙ୍କ ଉପରେ ରାଗିଗଲେ ହାବିଲଦାର। ମାରିବାକୁ ମଞ୍ଚ ଉପରେ ଚଢ଼ିଗଲେ। ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏଭଳି ଘଟଣା। ରାମଲୀଳା ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ହାବିଲଦାରଙ୍କର ଆଚରଣ ଦେଖି ପ୍ରଥମେ ଲୋକମାନେ ଭାବିଲେ ଯେ ସେ ମଦ୍ୟପାନ କରିଛନ୍ତି। କିନ୍ତୁ ଯେତେବେଳେ ଏହା ପଛର କାରଣ ଜଣା ପଡିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ହାବିଲଦାରଙ୍କ ନାମ ହରିଚନ୍ଦ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ମଞ୍ଚ ଉପରେ ଚାଲିଥିବା ନାଟକରେ ଯେତେବେଳେ ରାବଣ ଚରିତ୍ର କରୁଥିବା କଳାକାର ମାତା ସୀତାଙ୍କ ହରଣ କରିବା ଆରମ୍ଭ କରିଥିଲେ ସେତେବେଳେ ହରିଚନ୍ଦ ରାଗିଯାଇ ମଞ୍ଚ ଉପରକୁ ଚଢ଼ିଯାଇଥିଲେ। ହଠାତ୍ ତାଙ୍କର ଏଭଳି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମଞ୍ଚ ଉପରକୁ ଯାଇ ରାବଣ ଚରିତ୍ର କରୁଥିବା କଳାକାରଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ଉପସ୍ଥିତ ଲୋକେ ତାଙ୍କୁ କାବୁ କରିଥିଲେ। ଏହା ପରେ ହରିଚନ୍ଦଙ୍କ ସାଥୀମାନେ ତାଙ୍କୁ ଲୋକମାନଙ୍କ କବଳରୁ ମୁକ୍ତ କରି ମଞ୍ଚ ତଳକୁ ଆଣିଥିଲେ। ଏଭଳି କରିବା ପଛର କାରଣ ପଚରାଯିବାରୁ ହରିଚନ୍ଦ କହିଥିଲେ, ‘ମୁଁ ପ୍ରଭୁ ହନୁମାନଙ୍କର ଜଣେ ବଡ଼ ଭକ୍ତ। ପିଲାଦିନରୁ ମୁଁ ରାମଲୀଳା ଦେଖିବାକୁ ପସନ୍ଦ କରେ। ଏଠି ସୀତା ପାଠ ଚାଲିଥିଲା। ରାବଣ, ମାତା ସୀତାଙ୍କୁ ଉଠାଇ ନେଉଥିବା ଦେଖି ହନୁମାନ ଭକ୍ତ ଭାବେ ରାଗିଯାଇ ମୁଁ ମଞ୍ଚ ଉପରକୁ ଚଢ଼ିଯାଇଥିଲି।
[ad_2]




