ଦେଶ

ବିଜେପିରେ ଯୋଗ ଦେଇ ପାରନ୍ତି କମଲ ନାଥ – Ibnodisha

[ad_1]

ମଧ୍ୟପ୍ରଦେଶ : ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ସାମିଲ ହେବେ ବୋଲି ଶନିବାରଠାରୁ ଜୋର ଚର୍ଚ୍ଚା ଚାଲିଛି ।ସେ କାହିଁକି ବିଜେପିରେ ମିଶିବାକୁ ଚାହୁଁଛନ୍ତି, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ପୁଅ ତଥା ମଧ୍ୟ ପ୍ରଦେଶର ଏକମାତ୍ର କଂଗ୍ରେସ ସାଂସଦ ନକୁଳ ନାଥଙ୍କ ରାଜନୀତିକ କ୍ୟାରିୟରକୁ ନେଇ କମଲ ନାଥ ଚିନ୍ତିତ ଥିବାରୁ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। କମଲ ନାଥ ରାଜ୍ୟସଭା ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଦଳ ତାଙ୍କୁ ଟିକେଟ୍ ଦେବାକୁ ମନା କରି ଦେବାରୁ ସେ ଖପ୍ପା ହୋଇଛନ୍ତି।୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭାରେ ବିଜେପି ୧୬୩ଟି ଆସନ ଜିତିଥିବା ବେଳେ କମଲ ନାଥଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା କଂଗ୍ରେସ ମାତ୍ର ୬୬ ଆସନରେ ବିଜୟୀ ହୋଇଛି। କମଲ ନାଥଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଦଳର ଏହି ଅବସ୍ଥା ହେଲା ବୋଲି ଶୀର୍ଷ ନେତୃତ୍ୱ ମନେ କରୁଥିବା ଜଣାପଡ଼ିଛି। କମଲ ନାଥ ୨୦୧୮ ଡିସେମ୍ବରରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ସେ ମଧ୍ୟ ପ୍ରଦେଶର ଛିନ୍ଦୱାଡାରୁ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ତାଙ୍କ ପୁଅ ନକୁଳ ନାଥ ଏହି ଆସନରୁ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button