ଦେଶ

ମହିଳା ନୁହେଁ ପୁରୁଷ କରିଥା’ନ୍ତି ଅଧିକ ଶପିଂ: ରିପୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ : ଯେତେବେଳେ ଶପିଂ କଥା ମନକୁ ଆସେ, ସେଠାରେ ଯୁବତୀ କିମ୍ବା ମହିଳାଙ୍କ ନାଁ ନିଆଯାଏ । ଆପଣ ନିଶ୍ଚିତ ଭାବରେ ସବୁଠି ଶୁଣିଥିବେ ଯେ, ମହିଳାମାନେ ଅଧିକ ଶପିଂ କରନ୍ତି । ଅନଲାଇନ ହେଉ କି ଅଫଲାଇନ୍ ସବୁଠି ଅଧିକ ଶପିଂ ମହିଳାମାନେ ହିଁ କରିଥାନ୍ତି । ସଦ୍ୟତମ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଖୁଲାସା ହୋଇଛି । ରିପୋର୍ଟ ଅନୁଯାୟୀ, ମହିଳା ନୁହେଁ ପୁରୁଷମାନେ ଅଧିକ ଅନଲାଇନ ଶପିଂ କରିଥା’ନ୍ତି । ଆଇଆଇଏମ-ଅହମ୍ମଦାବାଦ କରିଥିବା ରିପୋର୍ଟ ଅନୁଯାୟୀ, ପୁରୁଷମାନେ ଅନଲାଇନ ଶପିଂରେ ଅଧିକ ଖର୍ଚ୍ଚ କରିଥା’ନ୍ତି । ୨୫ଟି ରାଜ୍ୟରୁ ୩୫ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ, ପୁରୁଷମାନେ ଅନଲାଇନ ଶପିଂରେ ହାରାହାରି ୨୪୮୪ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହା ମହିଳାଙ୍କ ଖର୍ଚ୍ଚଠାରୁ ୩୬ ପ୍ରତିଶତ ଅଧିକ ।

ଏହି ସର୍ଭେର ଫଳାଫଳ ଆଇଆଇଏମ ଅହମ୍ମଦାବାଦର ‘ଡିଜିଟାଲ ରିଟେଲ ଚ୍ୟାନେଲ ଓ କଷ୍ଟମର ଦି ଇଣ୍ଡିଆନ ପର୍ସପେକ୍ଟିଭ’ ଶୀର୍ଷକ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଭାରତୀୟଙ୍କ ମଧ୍ୟରେ ଅନଲାଇନ ଶପିଂର ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି । ଜଣାପଡିଛି କି, ୪୭ ପ୍ରତିଶତ ପୁରୁଷ ଏବଂ ୫୮ ପ୍ରତିଶତ ମହିଳା ଅନଲାଇନ୍‌ରେ ଫ୍ୟାଶନ ପୋଷାକ କିଣିଥା’ନ୍ତି । ଯେଉଁଠାରେ ୨୩ ପ୍ରତିଶତ ପୁରୁଷ ଏବଂ ୧୬ ପ୍ରତିଶତ ମହିଳା ଅନଲାଇନ୍‌ରେ ଇଲେକ୍ଟ୍ରୋନିକ ଉପକରଣ କିଣୁଛନ୍ତି । ସର୍ଭେରେ ସହରରରେ ରହୁଥିବା କଷ୍ଟମରଙ୍କ ଅନଲାଇନ୍ ଖର୍ଚ୍ଚ ପାର୍ଟନ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି । ରିପୋର୍ଟନୁସାରେ ଦିଲ୍ଲୀ, ଚେନ୍ନାଇ ଏବଂ ମୁମ୍ବାଇ ଭଳି ସହରର ଗ୍ରାହକଙ୍କ ତୁଳନାରେ ଜୟପୁର, ନାଗପୁର, ଲକ୍ଷ୍ନୌ ଏବଂ କୋଚି ଭଳି ସହରର ୬୩ ପ୍ରତିଶତରୁ ଅଧିକ ଗ୍ରାହକମାନେ ଅନଲାଇନ୍‌ରେ ଫ୍ୟାଶନ ପୋଷାକ କିଣୁଛନ୍ତି । ସେହିପରି ସର୍ଭେରେ ଅନ୍ୟ ଏକ ମଜାଦାର ରିପୋର୍ଟ ସାମ୍ନାକୁ ଆସିଛି, ପ୍ରାୟ ୮୭ ପ୍ରତିଶତ ଗ୍ରାହକ ଫ୍ୟାଶନ ଜିନିଷ ଓ ପୋଷାକ କିଣିବାବେଳେ କ୍ୟାସ ଅନ୍ ଡେଲିଭରୀ ବିକଳ୍ପକୁ ପସନ୍ଦ କରନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button