ଦେଶ

ରେକର୍ଡ ଭାଙ୍ଗିଲା ଚାରିଧାମ ଯାତ୍ରା, ଦର୍ଶନ କଲେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ – Ibnodisha

[ad_1]

ଡେରାଡୁନ: ଚଳିତବର୍ଷ ଇତିହାସ ରଚିଛି ଚାରିଧାମ ଯାତ୍ରା । ଅହେତୁକ ମାତ୍ରାରେ ଛୁଟୁଛି ତୀର୍ଥଯାତ୍ରୀଙ୍କ ସୁଅ। ଚାରିଧାମରେ ଜାରି ରହିଥିବା ବରଫ ବର୍ଷା ସତ୍ତ୍ବେ ଏହାକୁ ଖାତିର ନକରି କେଦାରନାଥ, ବଦ୍ରିନାଥ, ମା’ ଗଙ୍ଗୋତ୍ରୀ ଓ ମା’ ଯମୁନେତ୍ରୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଉତ୍ତରାଖଣ୍ଡ ପୋଲିସର ରିପୋର୍ଟ ମୁତାବକ, ୧୬ ଅକ୍ଟୋବର ୨୦୨୩ ସୁଦ୍ଧା ୫୦ ଲକ୍ଷରୁ ଅଧିକ ଯାତ୍ରୀ ଦର୍ଶନ ପାଇଁ ଚାରିଧାମ ପହଞ୍ଚିଛନ୍ତି । ଯାହା ସମସ୍ତ ବର୍ଷର ରେକର୍ଡ ଭାଙ୍ଗିଥିବା ପୋଲିସ ରିପୋର୍ଟରୁ ଜଣାପଡିଛି । ଏତେ ମାତ୍ରାରେ ଯାତ୍ରୀଙ୍କ ଆଗମନରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଥିବା କହିଛନ୍ତି ପୋଲିସକର୍ମୀ । ଯାହା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜିଙ୍ଗ ହୋଇପଡିଛି ।

ତେବେ, ଚାରିଧାମ ଯାତ୍ରା ଆରମ୍ଭ ହେବାପରେ କେଦାରନାଥଧାମରେ ପ୍ରାୟ ୧୭.୦୮ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚି ଦର୍ଶନ କରିଥିବାବେଳେ, ବଦ୍ରିନାଥଧାମରେ ୧୫.୯୦ ଲକ୍ଷ, ଗଙ୍ଗୋତ୍ରୀରେ ୮.୪୬ ଲକ୍ଷ, ଯମୁନେତ୍ରୀରେ ୬.୪୯ ଲକ୍ଷ ଓ ହେମକୁଣ୍ଡରେ୧.୭୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚି ଦର୍ଶନ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button