ଦେଶ

ଏପ୍ରିଲ ୨୩ଯାଏ ଜେଲରେ ରହିବେ କବିତା – Ibnodisha

[ad_1]

ନୂଆଦିଲ୍ଲୀ: ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତାଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା କେ.କବିତାଙ୍କ ନ୍ୟାୟିକ ହେପାଜତ ଅବଧି କୋର୍ଟ ବଢ଼ାଇ ଦେଇଛନ୍ତି। ପ୍ରଥମେ ଏପ୍ରିଲ ୧୫ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବାର ଥିଲା। ହେଲେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବିଆରଏସ ନେତ୍ରୀ କେ.କବିତାଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କ ଉପରେ ଚାପ ପକାଇବାକୁ କବିତା ଚେଷ୍ଟା କରୁଥିବା ନେଇ ଇଡି ଦାବି କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ତେବେ ସୋମବାର ତାଙ୍କର ଅନ୍ତରୀଣ ଜାମିନ୍ ଆବେଦନ ମଧ୍ୟ ଖାରଜ ହୋଇଥିଲା। ପୁଅର ପରୀକ୍ଷା ଥିବା ଦର୍ଶାଇ କବିତା ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ କୋର୍ଟରେ ଆବେଦନ କରିଥିଲେ। ବିଆରଏସ ନେତ୍ରୀଙ୍କ ଆବେଦନ ଉପରେ ଶୁଣାଣି ବେଳେ ତାଙ୍କ ଓକିଲ କହିଥିଲେ ଯେ, କେ. କବିତାଙ୍କ ପୁଅଙ୍କର ପରୀକ୍ଷା ଏପ୍ରିଲ ମାସରେ ଆରମ୍ଭ ହେବାକୁ ଯାଉଛି। ତାଙ୍କର ୧୬ବର୍ଷର ପୁଅ ପରୀକ୍ଷା ସମୟରେ ମା’ର ସମର୍ଥନ ଆବଶ୍ୟକ କରେ। ଭାଇ କିମ୍ବା ବାପା, ମା’ଙ୍କ ଅନୁପସ୍ଥିତିକୁ ପୂରଣ କରିପାରିବେ ନାହିଁ। ଏପରି ପରିସ୍ଥିତିରେ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ। ଏହା ଶୁଣି ଶୁଣାଣି ସମୟରେ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲ ଜୋହେବ ହୁସେନ୍ କହିଥିଲେ ଯେ, ଏହି ମାମଲାରେ କବିତା ମୁଖ୍ୟ ଅଭିଯୁକ୍ତ। ସେ ତାଙ୍କ ବିରୋଧରେ ମୋବାଇଲ୍ ଫୋନରେ ଥିବା ପ୍ରମାଣକୁ ନଷ୍ଟ କରିଦେଇଛନ୍ତି। ଇଡି ଏବେ ପ୍ରମାଣ ଖୋଜିବାକୁ ଚେଷ୍ଟା କରୁଛି। ଏବେ ଜାମିନ୍ ଦେଲେ ତଦନ୍ତରେ ବାଧା ସୃଷ୍ଟି ହେବ। କବିତାଙ୍କ ପୁଅଙ୍କର ୧୨ଟି ପରୀକ୍ଷା ମଧ୍ୟରୁ ୭ଟି ଶେଷ ହୋଇଛି। ସେ ଏକୁଟିଆ ନାହାନ୍ତି। କାରଣ ତାଙ୍କ ବାପା ଏବଂ ବଡ ଭାଇ ମଧ୍ୟ ତାଙ୍କ ସହିତ ଅଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button