ରାଜ୍ୟ

ଲୋକଙ୍କୁ ଧମକାଉଛନ୍ତି ଅଫିସର : ପ୍ରଦୀପ – Ibnodisha

[ad_1]

ଭୁବନେଶ୍ୱର : ସ୍ୱାସ୍ଥ୍ୟ, ଶିକ୍ଷା, ଆଇନଶୃଙ୍ଖଳା ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ । ପ୍ରେସମିଟରେ ସମାଲୋଚନା କଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ଭିତିଭୂମି ଅଭାବ ଯୋଗୁଁ ଏମ୍‌କେସିଜି ମେଡିକାଲ ସ୍ୱାସ୍ଥ୍ୟ ସୁବିଧା ଯୋଗାଇପାରୁନି । ସ୍ୱାସ୍ଥ୍ୟ ସହ ଶିକ୍ଷା ବ୍ୟବସ୍ଥା ବି ଗଂଜାମରେ ସଂପୂର୍ଣ୍ଣ ଭୁଶୁଡି ପଡିଛି । ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ, ଗଂଜାମରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଦିନକୁ ଦିନ ଗଂଜାମରେ କାହିଁକି ହତ୍ୟା ବଢି ଚାଲିଛି, ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ । ଏକାଧିକ ବରିଷ୍ଠ ଅଫିସରଙ୍କ ବଦଳି ସତ୍ତ୍ୱେ ଦୌରାତ୍ମ୍ୟ କମିନାହିଁ । ବିଜେଡି ଏଜେଣ୍ଟ ସାଜିଥିବା ଅଫଇସରମାନେ ଲୋକଙ୍କୁ ଧମକାଉଛନ୍ତି । ଜିଲ୍ଲାପାଳଙ୍କୁ କେତୋଟି ନମ୍ବର ଦିଆଯାଇଛି, ସାର୍ବଜନୀନ କରାଯାଉ । ଜିଲ୍ଲାପାଳ କାହା ସହ କଥା ହୋଇଛନ୍ତି, ସିଡିଆର ଯାଞ୍ଚ ହେଉ । ସିଏମ୍‌ଓରେ କେତେ ନମ୍ବର, କାହା ଜରିଆରେ ଅପରେଟ ହେଉଛି । ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖନ୍ତୁ ବୋଲି ଦାବି କଲେ ପ୍ରଦୀପ ପାଣିଗ୍ରାହୀ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button