ଦେଶ

ପିଶାଚ ପୁଅର ବର୍ବର କାଣ୍ଡ , ପରିବାରର 12 ଜଣକୁ କଲା ହତ୍ୟା ପୁଅ – Ibnodisha

[ad_1]

 ଇରାନା : ପିଶାଚ ପୁଅର ବର୍ବର କାଣ୍ଡ , ପରିବାରର 12 ଜଣକୁ କଲା ହତ୍ୟାପିଶାଚ ପାଲଟିଲା ପୁଅ । ବାପାଙ୍କ ସମେତ ପରିବାରର ୧୨ ଜଣଙ୍କୁ ଗୁଳି କରି ହତ୍ୟା କଲା ପିଶାଚ ପୁଅ। ଏଭଳି କିଛି ବର୍ବର କାଣ୍ଡ ଘଟିଛି ଇରାନାରେ । ଦକ୍ଷିଣପୂର୍ବ ଇରାନର ଏକ ଗ୍ରାମାଞ୍ଚଳରେ ଶନିବାର ଏହି ହତ୍ୟାକଣ୍ଡ ଘଟିଛି। ଜଣେ ୩୦ ବର୍ଷୀୟ ବ୍ୟକ୍ତି ନିଜ ପରିବାରର ୧୨ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ପାରିବାରିକ କଳହ ଯୋଗୁଁ ବ୍ୟକ୍ତି ଜଣକ ନିଜ ବାପା, ଭାଇ ଏବଂ ପରିବାରର ଅନ୍ୟ ଦସ୍ୟଙ୍କ ଉପରକୁ ଗୁଳି ମାଡ କରିଥିବା ଜଣାପଡିଛି। କରମାନ ନ୍ୟାୟ ବିଭାଗ ପ୍ରଦେଶର ମୁଖ୍ୟ ଇବ୍ରାହିମ ହମିଦ ଏନେଇ ସୂଚନା ଦେଇଛନ୍ତି। ଆକ୍ରମଣକାରୀ ହତ୍ୟା ପାଇଁ କାଲାସନିକୋଭ ରାଇଫଲ ଏକେ-୪୭ ରାଇଫଲ ବ୍ୟବହାର କରିଥିବା ଜଣାପଡିଛି। ପରେ ଦକ୍ଷିଣ-ମଧ୍ୟ ପ୍ରଦେଶର କିରମାନ ପ୍ରଦେଶରେ ସୁରକ୍ଷା ବାହିନୀ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଇରାନର ଗ୍ରାମାଞ୍ଚଳରେ ଗଣହତ୍ୟା ଘଟିବା ବିରଳ। ଏଠାକାର ଲୋକଙ୍କ କେବଳ ଶିକାର ପାଇଁ ବ୍ୟବହୃତ ବନ୍ଧୁକ ରଖିବା ଅଧିକାର ରହିଛି। ଏଭଳି ସ୍ଥିତିରେ ଏହି ହତ୍ୟାକାରୀ ବ୍ୟକ୍ତି ଜଣକ କାଲାସନିକୋଭ ରାଇଫଲ କେଉଁଠୁ ଆଣିଲେ ସେ ନେଇଁ ପ୍ରଶ୍ନ ଉଠିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button