ଦେଶ

ଆଜିର ସନ୍ଧ୍ୟା ଟିଫିନରେ ସ୍ୱାଦିଷ୍ଟ “ଚିଜି ବ୍ରେଡ ପକୋଡା”ର ମଜା ନିଅନ୍ତୁ

କରୋନା ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ପରିସ୍ଥିତିରେ ଲକ ଡାଉନ ଜାରି ହୋଇଛି । ଏମିତି ସ୍ଥିତିରେ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ବାହାର ଖାଦ୍ୟ ବନ୍ଦ ହୋଇଥିବାରୁ ସମସ୍ତେ ଏବେ ଘରେ ହିଁ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରୁଛନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଚିଜ- ବ୍ରେଡ ପକୋଡାର ପ୍ରସ୍ତୁତି ପ୍ରଣାଳୀ ନେଇ ଆସିଛୁ । ଏହାକୁ ନିଶ୍ଚିତ ରୂପେ ଥରେ ଘରେ ବନାନ୍ତୁ ଓ ଘର ଲୋକଙ୍କ ସହ ଏହାର ମଜା ନିଅନ୍ତୁ ।

ଆବଶ୍ୟକ ସାମଗ୍ରୀ:

1. ବ୍ରେଡ –  ସ୍ଲାଇଶ

2. ବେସନ- ଦୁଇ କପ

3. ଚିଜ – କୋରା ଯାଇଥିବା

4. ଅଧା କପ ମୋଜେରିଲା ଚିଜ

5. କିଛି ବେକିଙ୍ଗ ସୋଡ଼ା

bread

6. ଚାରୋଟି କଞ୍ଚା ଲଙ୍କା

7. ଛାଣିବା ପାଇଁ ତେଲ

8. ସିମ୍ଲା ଲଙ୍କା

9. ଲୁଣ ସ୍ୱାଦ ଅନୁସାରେ

10. ହଳଦୀ ପାଉଡର

ପ୍ରସ୍ତୁତି ପ୍ରଣାଳୀ:

ଏବେ ଏକ ପାତ୍ରରେ ସିମ୍ଲା ଲଙ୍କା, ଚିଜ, ଲୁଣ ଓ କଞ୍ଚା ଲଙ୍କାକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ଏବେ ଅନ୍ୟ ଏକ ବାଉଲରେ ବେସନ, ଲୁଣ, ହଳଦୀ, ବେକିଙ୍ଗ ସୋଡ଼ା ଓ ଆବଶ୍ୟକତା ଅନୁସାରେ ପାଣି ମିଶେଇ ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ । ବ୍ରେଡ ସ୍ଲାଇସରେ ଚିଜ ଲଗାଇ ଅନ୍ୟ ସ୍ଲାଇସରେ କଭର କରନ୍ତୁ । ଏବେ ଏହାକୁ ତିନି କୋଣିଆ କରି କାଟି ଦିଅନ୍ତୁ । କଡେଇରେ ତେଲ ଗରମ କରନ୍ତୁ । ରେଡି ହୋଇଥିବା ବ୍ରେଡ ସ୍ଲାଇସ ଗୁଡିକୁ ବେସନ ଘୋଳରେ ବୁଡାଇ ତେଲରେ ଛାଣି ଦିଅନ୍ତୁ ।  ମନେ ରଖିବେ ଆପଣଙ୍କ ଆଞ୍ଚ ଯେମିତି ମଧ୍ୟମରେ ହିଁ ରହିବ | ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଏହାକୁ ଚୁଲିରେ ରଖିବେ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button