ଦେଶ

ସୁପର୍‌ ହିଟ୍‌ ହିନ୍ଦୀ ଚଳଚ୍ଚିତ୍ର ‘ଅମର୍‌ ଆକ୍‌ବର୍‌ ଆନ୍ଥୋନି’କୁ ପୁନଃନିର୍ମାଣ କରାଯାଉ: ସାଦିକ୍‌ ଖାଁ – Ibnodisha

[ad_1]

ଲଣ୍ଡନ୍‌: ସୁପର୍‌ ହିଟ୍‌ ହିନ୍ଦୀ ଚଳଚ୍ଚିତ୍ର ‘ଅମର୍‌ ଆକ୍‌ବର୍‌ ଆନ୍ଥୋନି’କୁ ପୁଣି ଥରେ ନିର୍ମାଣ କରିବାକୁ ତୃତୀୟ ଥର ପାଇଁ ଲଣ୍ଡନ୍‌ ନଗରୀର ମେୟର୍‌ ହେବାକୁ ବ୍ୟାପକ ଅଭିଯାନ ଚଳାଇଥିବା ସାଦିକ୍‌ ଖାଁ ବଲିଉଡ୍‌କୁ ଅନୁରୋଧ କରିଛନ୍ତି।

ପାକିସ୍ତାନରୁ ଯାଇ ଲଣ୍ଡନ୍‌ରେ ବସବାସ କରୁଥିବା ପିତାମାତାଙ୍କଠାରୁ ୧୯୭୦ ମସିହାରେ ଲଣ୍ଡନ୍‌ରେ ଜନ୍ମିତ ସାଦିକ୍‌ ଖାଁ କହିଛନ୍ତି ଯେ, ଲଣ୍ଡନ୍‌ ଭଳି ସହରରୁ ବଲିଉଡ୍‌କୁ ଏ ଭଳି ଅନୁରୋଧ କରିବା ପାଇଁ ଉପଯୁକ୍ତ ସମୟ ଉପନୀତ ହୋଇଛି ବୋଲି ତାଙ୍କର ମନେହେଉଛି।

ଲଣ୍ଡନ୍‌ ନଗରୀର ଦକ୍ଷିଣ ପ୍ରାନ୍ତରେ ବିଭିନ୍ନ ଜନସମ୍ପ୍ରଦାୟ ବସବାସ କରୁଥିବା ଟୁଟିଙ୍ଗ୍‌ରେ ୬ଜଣ ଭାଇଭଉଣୀଙ୍କ ମେଳରେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଆବାସିକ ଅଞ୍ଚଳରେ ବଡ଼ ହୋଇଥିବା ସାଦିକ୍‌ ଖାଁ କହିଛନ୍ତି, ବଲିଉଡ୍‌ ‌ଲାଗି ମୋ ତରଫରୁ ପ୍ରସ୍ତାବଟିଏ ରହିଛି। ଦୟାପୂର୍ବକ ‘ଅମର୍‌ ଆକ୍‌ବର୍‌ ଆନ୍ଥୋନି’କୁ ଇଂଲଣ୍ଡ୍‌ରେ ପୁନଃନିର୍ମାଣ କରାଯାଉ। କାରଣ, ଏବେ ଆମର ରାଜା ଖ୍ରୀଷ୍ଟିଆନ୍‌ (ରାଜା ତୃତୀୟ ଚାର୍ଲସ୍‌), ମୁସ୍‌ଲିମ୍‌ ମେୟର୍‌ (ସେ ନିଜେ) ଏବଂ ହିନ୍ଦୁ ପ୍ରଧାନମନ୍ତ୍ରୀ (ଋଷି ସୁନକ)।

ହସି ଦେଇ ମେୟର୍‌ ସାଦିକ୍‌ ଖାଁ କହିଲେ, ସେଥିରେ ମୁଁ ଅମିତାଭ ବଚ୍ଚନଙ୍କ ଭୂମିକା ନିର୍ବାହ କରିବି।ଉଲ୍ଲେଖଯୋଗ୍ୟ, ମୂଳ ଚଳଚ୍ଚିତ୍ର ‘ଅମର୍‌ ଆକ୍‌ବର୍‌ ଆନ୍ଥୋନି’ରେ ବିନୋଦ ଖାନ୍ନା (ହିନ୍ଦୁ ପୁଲିସ ଅଧିକାରୀ), ଋଷି କପୁର (ମୁସଲ୍‌ମାନ କବାଲି ଗାୟକ) ଓ ଅମିତାଭ ବଚ୍ଚନ (ଖ୍ରୀଷ୍ଟିଆନ୍‌ ମଦ ବେପାରୀ) ଭୂମିକାରେ ଅଭିନୟ କରିଥିଲେ।୧୫ ବର୍ଷ ବୟସରୁ ‘ଲେବର୍‌ ପାର୍ଟି’ରେ ଯୋଗ ଦେଇଥିବା ସାଦିକ୍‌ ଖାଁ କହିଛନ୍ତି, ବଲିଉଡ୍‌ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରାଯିବାରେ ଓ ଜନସାଧାରଣ ଆସି ଅର୍ଥ ନିବଶେ କରିବାରେ ଲଣ୍ଡନ୍‌ ହେଉଛି ଏକ ନମ୍ବର ସ୍ଥାନ। ଶିକ୍ଷାର୍ଥୀ, ପର୍ଯ୍ୟଟକ, ନିବେଶକ ଓ ବଲିଉଡ୍‌ ଚଳଚ୍ଚିତ୍ର ସୁଟିଙ୍ଗ୍‌ ସ୍ପଟ୍‌ ସନ୍ଧାନରେ ଭାରତୀୟମାନେ ଲଣ୍ଡନ୍‌ ଆସୁଥିବାର ମୁଁ ଦେଖୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button