ମାଇଁ ପ୍ରେମରେ ପଡିଲା ଭଣଜା; ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ…. – Ibnodisha

[ad_1]
ପାଟନା: ମାଇଁ ପ୍ରେମରେ ପଡିଲା ଭଣଜା । ଆଉ ୪ ବର୍ଷ ଧରି ଏକାଠି ରହିବା ପରେ ମାଇଁ ଯେତେବେଳେ ବିବାହ ପାଇଁ ବାଧ୍ୟ କଲା, ସେତେବେଳେ ରାସ୍ତାରୁ ହଟାଇଦେଲା । ବିହାରର ବାଙ୍କାରେ ପୁଲିସ ଆଜି ମା-ଝିଅ ହତ୍ୟାକାଣ୍ଡକୁ ନେଇ ଏକ ବଡ ଖୁଲାସା କରିଛି ଓ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି । ପୁଲିସ ଏହି ମାମଲାରେ ୨୨ ବର୍ଷୀୟ ଇରଶାଦ ଅନସାରୀ ଏବଂ ତାଙ୍କ ଜେଜେବାପା ରୋଜିନ୍ ଅନସାରୀ (୬୫) କୁ ଗିରଫ କରିଛି । ବାସ୍ତବରେ ବାଙ୍କାର ରୁବେଦା ଖାତୁନଙ୍କ ସ୍ୱାମୀଙ୍କର ୨୦୧୬ରେ ମୃତ୍ୟୁ ଘଟିଥିଲା । ଏହାପରେ ଭଣଜା ଇରଶାଦ ଅନସାରୀ ତାଙ୍କ ମାମୁଙ୍କ ମୃତ୍ୟୁ ପରେ ରୁବେଦାଙ୍କ ସହ ରହୁଥିଲେ । ପ୍ରାୟ ୪ ବର୍ଷ ଧରି ରହିବା ମଧ୍ୟରେ ଉଭୟଙ୍କ ମଧ୍ୟରେ ଏକ ଅନୈତିକ ସମ୍ପର୍କ ଜନ୍ମ ହୋଇଥିଲା । ମାଇଁ-ଭଣଜାଙ୍କ ଅନୈତିକ ସମ୍ପର୍କ ବାବଦରେ ଜଣାପଡିବା ପରେ ଇରଶାଦଙ୍କ ଜେଜେବାପା ରୋଜିନ୍ ଅନସାରୀ ରୁବେଦା ଖାତୁନଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଇରଶାଦ ଅନସାରୀ ଏବଂ ରୋଜିନ୍ ଅନସାରୀ ଅଗଷ୍ଟ ୨୧, ରାତି ପ୍ରାୟ ୯ଟା ସମୟରେ ରୁବେଦା ଖାତୁନ ଏବଂ ତାଙ୍କ ୬ବର୍ଷର ଝିଅକୁ ଚାନ୍ଦନ ଡ୍ୟାମକୁ ନେଇଥିଲେ ।
ରୁବେଦାଙ୍କର ମୁଣ୍ଡବିନ୍ଧା ହେଉଥିବାରୁ ତାଙ୍କୁ ଚିକିତ୍ସା ବାହାନାରେ ନିଆଯାଇଥିଲା । ଆଉ ଡ୍ୟାମ ନିକଟରେ ପ୍ରଥମେ ଦୁହେଁ ତାଙ୍କର ଗଳା କାଟି ହତ୍ୟା କରିଥିଲେ । ଏହା ପରେ ତାଙ୍କ ମୃତଦେହକୁ ବୁଦା ଭିତରକୁ ଫିଙ୍ଗି ଦିଆଯାଇଥିଲା । ଅଟୋରେ ବସିଥିବା କୁନି ଝିଅ ସାମ୍ନାରେ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ କାଳେ କୁନି ଝିଅ କାହାକୁ କହିଦେବ ତାହା ଭାବି କୁନି ଝିଅକୁ ମଧ୍ୟ ଗଳା ଚିପି ହତ୍ୟା କରିଥିଲେ । ପରଦିନ ମା-ଝିଅଙ୍କ ମୃତଦେହ ମିଳିବା ପରେ ପୁଲିସ ତଦନ୍ତ କରିଥିଲା । ଏହାପରେ ପୁଲିସ ସ୍ଥାନୀୟ ଅଂଚଳରେ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ସିସିଟିଭି ଫୁଟେଜରେ ଏକ ଅଟୋ ଦେଖା ଦେଇଥିଲା । ଏହି ଆଧାରରେ ଯେତେବେଳେ ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ହତ୍ୟାକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ପଚରାଉଚୁରା କରାଯିବା ପରେ ହତ୍ୟାକାଣ୍ଡର କାରଣ ବାବଦରେ ଜଣାପଡିଥିଲା ।
The post ମାଇଁ ପ୍ରେମରେ ପଡିଲା ଭଣଜା; ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ…. appeared first on ONA KHABAR.
[ad_2]