ଦେଶ

ଇଏ ହେଉଛନ୍ତି ସେଇ ମହାଶୟ, ଯିଏ ତାଜମହଲ ଓ ଲାଲ କୀଲ୍ଲାକୁ ବିକ୍ରି କରି ଦେଇଥିଲା

କହିବାକୁ ଗଲେ ଭାରତରେ ବହୁତ ଠକ ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଠକ ବିଷୟରେ କହିବାକୁ ଯାଉଛୁ ଯାହାର କାରନାମା ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଆଜି ଆମେ କଥାବାର୍ତ୍ତା କରୁଛୁ ଭାରତର ସବୁଠୁ ବଡ ଠକ ‘ନଟୱରଲାଲ’ର । ଏହି ଠକ ଜଣକ ତାଜମହଲକୁ ତିନି ଥର, ଲାଲ କିଲ୍ଲାକୁ ଦୁଇ ଥର ଓ ରାଷ୍ଟ୍ରପତି ଭବନକୁ ଥରେ ବିକ୍ରି କରି ଦେଇଥିଲା ଓ ଏହି କଥାର ବିଷୟରେ କେହି ଜାଣି ବି ପାରି ନ ଥିଲେ ।

ଏମିତିରେ ଯେତେବେଳେ ଏହି ବ୍ୟକ୍ତିକୁ ଗିରଫ୍ତାର କରାଗଲା ତେବେ, ସେ ପୁଲିସ ଦ୍ଵାରା ପୂଛତାଛରେ କହିଲା କି – “ମୁଁ କାହାକୁ ଧମକ ଦେଇ ଟଙ୍କା ନେଇ ନାହିଁ, ଓଲଟା ଲୋକମାନେ ନିଜ ହାତ ଯୋଡି ମୋତେ ଟଙ୍କା ଦେଇଛନ୍ତି । ଏହା ପରେ ସେ ଆଗକୁ କହିଲା କି ଯଦି ଆପଣଙ୍କ ପାଖରେ ମୁଣ୍ଡ ଅଛି ତେବେ ଆପଣ ସତ ଖୋଜି ପାରିବେ । ଆଜିର ଏହି ଆର୍ଟିକଲରେ ଆମେ ଏହି ଠକ ବିଷୟରେ କହିବାକୁ ଯାଉଛୁ ।

ନଟୱରଲାଲ ନାମରେ ପ୍ରସିଦ୍ଧ ଭାରତର ସବୁଠୁ ବଡ ଠକର ନାମ ମିଥଲେଶ କୁମାର ଶ୍ରୀବାସ୍ତବ ଅଟେ । କୁହାଯାଏ କି ସେ ଚୋର ଠାରୁ ବି ଟଙ୍କା ଓ ସୁନା ଲୁଟି ନେଉଥିଲା । ଏହା ଛଡା ସେ କେତେକ ବେଶ୍ୟାମାନଙ୍କ ଠାରୁ ବି ଟଙ୍କା ଓ ଗହଣା ଲୁଟି ନେଉଥିଲା । ମିଥଲେଶର ନାମ ସେତେବେଳେ ଚର୍ଚାରେ ଆସିଲା ଯେତେବେଳେ ସେ ରାଷ୍ଟ୍ରପତି ଭବନକୁ ବିକ୍ରି କରି ଦେଇଥିଲା ।

କହିଦେଉଛୁ ଯେ ମିଥଲେଶ ଅସଲ ଜୀବନରେ ଓକିଲାତି କରିଥିଲା । ସେ ଏତେ ବଡ ଠକ ଥିଲା କି ତାକୁ ୮ ଟି ରାଜ୍ୟର ପୁଲିସ ଖୋଜୁ ଥିଲା । ମିଥଲେଶ ନାମରେ ପାଖାପାଖି ୧୦୦ ରୁ ବି ଅଧିକ ମାମଲା ଦର୍ଜ ଅଛି । ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ତାଙ୍କୁ ପୁଲିସ ଦ୍ଵାରା ଗିରଫ୍ତାର ବି କରାଯାଏ ଓ କିନ୍ତୁ କିଛି ସମୟ ଭିତରେ ସେ ପୁଲିସକୁ ଚକମା ଦେଇ ଫେରାର ହେବାରେ ସଫଳ ହୋଇଯାଏ ।

ଜାଣିବା ନିମନ୍ତେ କହିଦେଉଛୁ ଯେ ମିଥଲେଶ ୮ ଥର ଅଲଗା ଅଲଗା ଜେଲରୁ ଫେରାର ହୋଇ ସାରିଛି । ମିଥଲେଶ ରାଜୀବ ଗାନ୍ଧୀ, ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ଅନ୍ୟ କେତେକ ଲୋକମାନଙ୍କର ନାମରୁ ବି ଠକି ସାରିଛି ।

ବର୍ଷ ୧୯୭୦ ରୁ ୧୯୯୦ ପର୍ଯ୍ୟନ୍ତ ସେ ସମସ୍ତ ଛୋଟ ରୁ ଛୋଟ ଓ ବଡ ରୁ ବଡ ଲୋକଙ୍କୁ ଠକି ଥିଲା । ଥରେ ପୁଲିସର ପୂଛତାଛରେ ସେ କହିଥିଲା କି “ମୁଁ ତ ଲୋକମାନଙ୍କୁ କେବଳ ମିଛ କହିଥାଏ ଓ ଯଦି ଲୋକମାନେ ମିଛକୁ ସତ ମାନି ମୋତେ ଟଙ୍କା ଦେଇ ଦେଉଛନ୍ତି ତେବେ ସେଥିରେ ମୋର କଣ ଭୁଲ ଅଛି ।“ ଏହା ଛଡା ସେ ସରକାରକୁ ପ୍ରସ୍ତାବ ବି ଦେଇଥିଲା କି ଯଦି ସରକାର ତାକୁ ଅନୁମତି ଦେବେ ତେବେ ସେ ନିଜର ଠକାମି ଦ୍ଵାରା ଭାରତ ଉପରେ ଥିବା ବିଦେଶର ସମସ୍ତ କରଜକୁ ବି ସମାପ୍ତ କରିଦେବ ।

ମିଥିଲେଶ କୁମାର ଶ୍ରୀବାସ୍ତବ ଉର୍ଫ ନଟୱରଲାଲର ଜନ୍ମ ସିବାନ ଜିଲ୍ଲାର ବଙ୍ଗରା ଗ୍ରାମରେ ହୋଇଥିଲା । ଏହା ଛଡା ସେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦର ନକଲି ହସ୍ତାକ୍ଷର କରି ବି ଠକି ଥିଲା । ଏହା ଛଡା ସେ ଧିରୂଭାଈ ଅମ୍ବାନୀ, ଟାଟା ଓ ବିରଲାଙ୍କଠୁ ବି କୋଟି କୋଟି ଟଙ୍କା ଠକି ନେଇଥିଲା । ଏମିଟି ଠକଙ୍କୁ ଆପଣ କଣ କହିବେ?

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button