ଡିଜି କ୍ୟାମ୍ପ ଅଫିସରେ ଚାଲିଛି ନିର୍ବାଚନ ପ୍ରସ୍ତୁତି – Ibnodisha

[ad_1]
ଭୁବନେଶ୍ୱର: ବାଜିସାରିଛି ନିର୍ବାଚନୀ ବିଗୁଲ । ରାଜନୈତିକ ଦଳ କେମିତି ନିର୍ବାଚନ ଲଢିବେ ସେ ନେଇ ପ୍ରସ୍ତୁତି ଚଳାଇଥିବାବେଳେ ନିର୍ବାଚନକୁ କେମିତି ଶାନ୍ତିଶୃଙ୍ଖଳାର ସହ କରାଯିବ ସେନେଇ ପୁଲିସ ବି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଡିଆଇଜି ଉମା ଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍ ଅଧିକାରୀ ଉପସ୍ଥିତ ଅଛନ୍ତି । ଅପରେସନ୍ ଆଇଜି ଦେବଦତ୍ତ ସିଂହ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି । ଏହା ସହ ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲା ଏସ୍ପି ମଧ୍ୟ ଏହି ବୈଠକରେ ଯୋଡି ହୋଇଛନ୍ତି । ନିର୍ବାଚନ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରାଯାଉଛି । ଲୋକସଭା ସହ ରାଜ୍ୟରେ ନିର୍ବାଚନ ନେଇ ବିଗୁଲ ବାଜି ସାରିଛି । ୪ଟି ପର୍ୟ୍ୟାୟରେ ଓଡିଶାରେ ନିର୍ବାଚନ ହେବ । ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ ୧ରେ ରାଜ୍ୟରେ ଭୋଟିଂ ହେବ । ଏଥିସହ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନକୁ ଦୃଷ୍ଟିରେ ପୋଲିସ ଆଗରେ ଅନେକ ଚ୍ୟାଲେଞ୍ଜ ଥିବା ବେଳେ କିପରି ସୁରୁଖୁରରେ ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ ବୈଠକ ବସିଛି ।
[ad_2]