ରାଜ୍ୟ

୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ:

ଢେଙ୍କାନାଳ: ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଅହେତୁକ ବିଳମ୍ବ ପ୍ରତିବାଦରେ ଆଜି ଜିଲ୍ଲା ଓକିଲ ସଂଘ ଆହ୍ୱାନ କ୍ରମେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଢେଙ୍କାନାଳ ବନ୍ଦ ପ‌ାଳନ ହେଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବନ୍ଦ ପାଳନ ପାଇଁ ଦୋକାନ ବଜ଼ାର, ସ୍କୁଲ ଓ କଲେଜ ବନ୍ଦ ରହିଛି।
ଏହି ବନ୍ଦ ଫଳରେ ଢେଙ୍କାନାଳ ସହରରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଢେଙ୍କାନାଳ ସହରର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି। ସକାଳ ୬ଟାରୁ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button