ରାଜ୍ୟ

ରାଜ୍ୟରେ କମିଛି ପ୍ରଜନନ ହାର; ବଢି ଚାଲିଛି ଯୁବକ ଓ ବୟସ୍କଙ୍କ ସଂଖ୍ୟା – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଶାର ଜନସଂଖ୍ୟାରେ ଶିଶୁ, ଯୁବକ ଓ ବୟସ୍କଙ୍କ ସଂଖ୍ୟାରେ ଅହେତୁକ ପରିବର୍ତ୍ତନ ରାଜ୍ୟ ପାଇଁ ହୋଇପାରେ ବଡ଼ ବିପଦ। ପ୍ରତି ୨ ବର୍ଷରେ ଥରେ ଆୟୋଜିତ ଓଡ଼ିଶା ବିକାଶ କନକ୍ଲେଭ୍‌ ୨୦୨୩ରେ ଏଭଳି ଚର୍ଚ୍ଚା ଚିନ୍ତାର କାରଣ ପାଲଟିଛି। ଚଳିତ ବର୍ଷର ଥିମ୍‌ ରହିଛି ଓଡ଼ିଶା ୨୦୩୬। ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ବିକାଶ, ପରିବର୍ତ୍ତିତ ଜନସଂଖ୍ୟାର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୨୦୨୧ ମସିହାରେ ରାଜ୍ୟରେ ୫ରୁ ୧୪ ବର୍ଷ ବୟସ୍କ ଶିଶୁଙ୍କ ସଂଖ୍ୟା ୧୬ ପ୍ରତିଶତ ଥିବାବେଳେ ୨୦୩୬ ସୁଦ୍ଧା ସେଥିରେ ୩ ପ୍ରତିଶତ ହ୍ରାସ ପାଇଁ ୧୩ ପ୍ରତିଶତରେ ପହଞ୍ଚିବ ବୋଲି ସୂଚନା ମିଳିଛି। ରାଜ୍ୟର ୧୪ ଜିଲ୍ଲାର ଦମ୍ପତି ପରିବାରକୁ ଗୋଟିଏ ସନ୍ତାନରେ ସିମୀତ ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଯେଉଁଥିପାଇଁ ଆଗାମୀ ୧୦ ବର୍ଷ ମଧ୍ୟରେ ରାଜ୍ୟର ୩୦ ପ୍ରତିଶତ ପରିବାରରେ ଗୋଟିଏ ସନ୍ତାନ ହେବ। ଯେଉଁଠିକି ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିବ। କାରଣ ଏହି ଦୁଇ ଜିଲ୍ଲାରେ ଦମ୍ପତି ୨ରୁ ଅଧିକ ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରୁଥିବା ସୂଚନା ମିଳିଛି। ଏହି ପ୍ରଜନନ ହାର ବ୍ୟତିକ୍ରମ ଆସନ୍ତା ୨୦ ବର୍ଷ ପରେ ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟିବ ବୋଲି ସୂଚନା ଦେଇଛନ୍ତି ବିଶେଷଜ୍ଞ।ସେପଟେ ପ୍ରଜନନ ହ୍ରାସ ଓ ଆୟୁଷ ବୃଦ୍ଧି ମଧ୍ୟରେ ଓଡ଼ିଶାର ବୃଦ୍ଧାବୃଦ୍ଧମାନେ ଅଦୃଶ୍ୟ ହାରରେ ବିସ୍ତାର କରୁଛନ୍ତି। ଯାହାର ହାର ବର୍ତ୍ତମାନ ଭାରତ ତୁଳନାରେ ଓଡ଼ିଶାରେ ୪ ପ୍ରତିଶତ ଅଧିକ। ବିଶେଷ କରି ୬୦ ବର୍ଷରୁ ଅଧିକ ବୟସର ଜନସଂଖ୍ୟା୨୦୧୧ରେ ୩.୯ ନିୟୁତରୁ ୨୦୩୬ ସୁଦ୍ଧା ୮ ନିୟୁତକୁ ବୃଦ୍ଧି ପାଇବାକୁ ଯାଉଛି ବୋଲି ତଥ୍ୟ ରହିଛି। ସେପଟେ ବର୍ତ୍ତମାନ ରାଜ୍ୟରେ ଯୁବ ଜନସଂଖ୍ୟାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୧୫ରୁ ୫୯ବର୍ଷ ବୟସର ଜନସଂଖ୍ୟା ବଢିବାରେ ଲାଗିଛି। ଏହି ପରିବର୍ତ୍ତନର ପ୍ରଭାବ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ ନିଯୁକ୍ତି, ଶ୍ରମ ଶକ୍ତି, କାର୍ଯ୍ୟ ଦକ୍ଷତା ଓ ସାମାଜିକ ନିରାପତ୍ତା ଉପରେ ପଡିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button