ଦେଶ
ଷଣ୍ଡ ଗୋଡେଇଲା, ବର୍ତ୍ତିବାକୁ ଯାଇ ବୁଡ଼ିମଲେ – Ibnodisha

[ad_1]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲା ଅନ୍ତର୍ଗତ ଡାଟାଗଞ୍ଜ ସହରରେ ଜଣେ ଚାଷୀ ଷଣ୍ଢ ଆକ୍ରମଣରୁ ବର୍ତ୍ତିବାକୁ ଯାଇ ପୋଖରୀରେ ବୁଡି ମରିଥିବା ଜଣାପଡିଛି । ପୁଲିସ ସୂଚନା ମୁତାବକ ବୁଧବାର ରାତିରେ ମୃତକ ଜଣକ ଫସଲ ଜଗିବାକୁ ବିଲକୁ ଯାଇଥିବାବେଳେ ହଠାତ୍ ଏକ ମାରଣା ଷଣ୍ଢ ତାଙ୍କୁ ଗୋଡାଇଥିଲା ।
ଷଣ୍ଢ ଆକ୍ରମଣରୁ ବର୍ତ୍ତିବାକୁ ଯାଇ ଚାଷୀଜଣକ ନିକଟରେ ଥିବା ଏକ ପୋଖରୀକୁ ଡେଇଁପଡିଥିଲେ । ରାତିରେ ଘରକୁ ନ ଫେରିବାକୁ ଗୁରୁବାର ସକାଳେ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇ ପୋଖରୀରେ ମୃତଦେହ ଭାସୁଥିବା ଲକ୍ଷ୍ୟ କରିଥିଲେ । ଚାଷୀଙ୍କୁ ଉପଯୁକ୍ତଦ କ୍ଷତିପୂରଣ ଦେବାକୁ ପରିବାରବର୍ଗ ଦାବି କରିଛନ୍ତି ।
[ad_2]