ଦେଶ
ଅନ୍ଲାଇନ୍ ଗେମ୍ କମ୍ପାନିକୁ ୧ ଲକ୍ଷ କୋଟି ଟଙ୍କାର ‘ଜିଏସ୍ଟି’ ନୋଟିସ୍ – Ibnodisha

[ad_1]
ନୂଆଦିଲ୍ଲୀ: ଏଯାବତ୍ ଟିକସ ଏଡ଼ାଇ ଚାଲିଥିବା ‘ଅନ୍ଲାଇନ୍ ଗେମିଙ୍ଗ୍’ କମ୍ପାନିଗୁଡ଼ିକୁ ‘ଜିଏସ୍ଟି’ କର୍ତ୍ତୃପକ୍ଷମାନେ ୧ ଲକ୍ଷ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଆଜି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
କିନ୍ତୁ, ଅକ୍ଟୋବର ୧ ତାରିଖଠାରୁ କୌଣସି ବିଦେଶୀ ଗେମିଙ୍ଗ୍ କମ୍ପାନି ଭାରତରେ ପଞ୍ଜିକରଣ କରାଇଥିବାର ତଥ୍ୟ ନାହିଁ ବୋଲି ସେ କହିଛନ୍ତି। ବିଦେଶୀ ‘ଅନ୍ଲାଇନ୍ ଗେମିଙ୍ଗ୍ କମ୍ପାନି’ମାନେ ଅକ୍ଟୋବର ୧ରୁ ଭାରତରେ ପଞ୍ଜିକରଣ କରାଇବାକୁ ବାଧ୍ୟ ବୋଲି ସରକାର ‘ଜିଏସ୍ଟି’ ଆଇନ ସଂଶୋଧନ କରି କହିଥିଲେ।
ଅଗଷ୍ଟ ମାସରେ ‘ଜିଏସ୍ଟି ପରିଷଦ୍’ ସ୍ପଷ୍ଟୀକରଣ ଦେଇଥିଲା ଯେ, ‘ଅନ୍ଲାଇନ୍ ଗେମିଙ୍ଗ୍ ପ୍ଲାଟ୍ଫର୍ମ’ର ସମ୍ପୂର୍ଣ୍ଣ ‘ବାଜିଅର୍ଥ’ (ବେଟ୍ସ୍) ଉପରେ ୨୮% ‘ଗୁଡ୍ସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ୍’ (ଜିଏସ୍ଟି) ଲାଗୁ କରାଯିବ।
[ad_2]