ପାସ୍ତା କଲା କୋଟିପତି, ଭିଡିଓ ପୋଷ୍ଟ କରି ମୋଟା ଅଙ୍କର ରୋଜଗାର କଲେ ଯୁବକ – Ibnodisha

[ad_1]
ନୂଆଦିଲ୍ଲୀ: ସୋସିଆଲ ମିଡିଆ ରୋଜଗାରର ଏକ ମାଧ୍ୟମ। ତେଣୁ ଲୋକେ ଏହି ସୋସିଆଲ ମିଡିଆ ଜରିଆରେ ବିଭିନ୍ନ ପ୍ରକାର ପ୍ରତିଭା ଦେଖାଇ ଅର୍ଥ ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ଲାଟଫର୍ମ ଜରିଆରେ କିଏ ନାଚ ଦେଖାଉଛି ତ କିଏ ଗୀତ ଗାଉଛି। ସେହିପରି କିଏ ସହର ସହର ବୁଲି ବିଭିନ୍ନ ସ୍ଥାନ ଦେଖାଉଛି ତ ଆଉ କିଏ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହିତ ତାର ସ୍ବାଦ ଜଣାଉଛନ୍ତି। ସେହିପରି ଆଉ କିଛି ଜଣ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ତାହାର ଭିଡିଓ ପୋଷ୍ଟ କରୁଛନ୍ତି।
ଲୋକେ ବି ଏସବୁ ଭିଡିଓକୁ ପସନ୍ଦ କରୁଥିବା ସହିତ ଦେଖୁଛନ୍ତି। ଯଦ୍ବାରା ଭ୍ୟୁ ବଢ଼ୁଛି ଆଉ ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ମୋଟାଅଙ୍କର ଅର୍ଥ ମିଳୁଛି। ଏମିତି ଜଣେ ବ୍ୟକ୍ତି ଯିଏକି ପାସ୍ତା ବନାଇ କୋଟିପତି ହୋଇଥିବାର ଖବର ସାମ୍ନାକୁ ଆସିଛି।
ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଜିଆନଲୁକା ୨୦୧୯ରେ ଟିକଟକ ମାଧ୍ୟମରେ ତାଙ୍କର ପ୍ରଥମ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ ପାସ୍ତା ତିଆରି କରୁଥିବା ଦେଖିବାକୁ ମିଳିଥିଲା। ଜିଆନଲୁକା ସେ ସମୟରେ ପାଠପଢ଼ିବା ସହିତ ରେସ୍ତୋରାଁରେ ବି କାମ କରୁଥିଲେ।
ଜିଆନଲୁକା ତାଙ୍କର ଏହି ଅଭୁଲା ଓ ସଂଘର୍ଷମୟ ଯାତ୍ରାକୁ ନେଇ କହିଛନ୍ତି, ‘ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ମୋ ପାଇଁ ସହଜ ନଥିଲା। ଏଥିପାଇଁ ଖୁବ ପରିଶ୍ରମ କରିବାକୁ ପଡ଼ିଛି। ପାଠପଢ଼ା ସହିତ ରେସ୍ତୋରାଁରେ କାମ କରୁଥିବା ବେଳେ ମୁଁ ରସୁଣ ଓ ଟମାଟୋ ବ୍ୟବହାର କରି ପାସ୍ତା ତିଆରି କରିଥିଲି, ଯାହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଲୋକେ ପସନ୍ଦ କରିଥିଲେ। ଯଦ୍ବାରା ମୁଁ ଉତ୍ସାହିତ ହୋଇ ବିଭିନ୍ନ ଶୈଳୀର ପାସ୍ତା ତିଆରି କଲି। ଆଉ ଏହି ପାସ୍ତା ତିଆରି କରିବା ଶୈଳୀକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲି। ଏହି ପୋଷ୍ଟରୁ ମୁଁ ଲକ୍ଷଲକ୍ଷ ଭ୍ୟୁ ପାଇଥିଲି। ଯେଉଁଥିରୁ ମୁଁ ମୋଟାଅଙ୍କର ରୋଜଗାର କରିପାରିଲି।’
[ad_2]