ଖେଳ

କାହିଁକି ହଳଦିଆ ଜର୍ସି ପିନ୍ଧେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍? – Ibnodisha

[ad_1]

ନୂଆଦିଲ୍ଲୀ: ଆରମ୍ଭ ହୋଇ ସାରିଛି କ୍ରିକେଟ ବିଶ୍ୱକପ । ମୈଦାନରେ ମୁହାଁମୁହିଁ ହେଉଛନ୍ତି ବଡ ବଡ ଟିମ । କିଏ ଜିତିବ ଟ୍ରଫି, ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହେଲାଣି । ହେଲେ ଏହାରି ଭିତରେ ଆମେ ଆଉ ଏକ ରୋଚକ କଥା କହିବୁ । ଯାହା ଅଷ୍ଟ୍ରେଲିଆ ଟିମ ସହ ଜଡିତ । ଆପଣ ଜାଣିଛନ୍ତି କି ଅଷ୍ଟ୍ରେଲିଆ କ୍ରିକେଟ ଟିମ କାହିଁକି ହଳଦିଆ ଜର୍ସି ପିନ୍ଧନ୍ତି? ଏହା ପଛରେ କଣ କାରଣ ରହିଛି । କ୍ରିକେଟ ଖେଳ ସମୟରେ ପ୍ରାୟତଃ ଆମେ ଜର୍ସି ଦେଖିଲେ ଜାଣିବା ପାରିବା ଏହା କେଉଁ ଟିମ । ସେହିପରି ହଳଦିଆ ଜର୍ସିମାନେ ଏହା ଅଷ୍ଟ୍ରେଲିଆ ଟିମକୁ ହିଁ ବୁଝାଏ । ଅଷ୍ଟ୍ରେଲିଆ ଟିମର ଜର୍ସିରେ ଅଧିକ ହଳଦିଆ ରଙ୍ଗ ରହିଥାଏ । ଏହା ସହ ଅଳ୍ପ ଅଳ୍ପ ସବୁଜ ରଙ୍ଗ ବି ଥାଏ । ଅଷ୍ଟ୍ରେଲିଆ ଟିମ ଜର୍ସିର ଏମିତି ରଙ୍ଗ ହେବା ତା ଜାତୀୟ ଫୁଲ ସହ ଜଡିତ । ଅଷ୍ଟ୍ରେଲିଆର ଜାତୀୟ ଫୁଲ ଦ ଗୋଲ୍ଡେନ ବ୍ୟାଟେଲ । ଏହି ଫୁଲର ରଙ୍ଗ ହଳଦିଆ ଆଉ ପତ୍ରର ରଙ୍ଗ ସବୁଜ ହୋଇଥିବାରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ ତାର ଜର୍ସିର ରଙ୍ଗ ଏପରି ରଖିଛି । ଅଷ୍ଟ୍ରେଲିଆର ଜାତୀୟ ଫୁଲ ଦ ଗୋଲ୍ଡେନ ବ୍ୟାଟେଲ ଦେଖିବାକୁ ଖୁବ ସୁନ୍ଦର । ଏହି ଫୁଲ ପ୍ରାୟ ଅଷ୍ଟ୍ରେଲିଆରେ ହିଁ ଦେଖାଯାଏ । ଚଳିତ ବର୍ଷ ବିଶ୍ୱକପରେ ଅଷ୍ଟ୍ରେଲିଆ ଟିମର ଜର୍ସି ପୂରା ହଳଦିଆ ରଙ୍ଗ ହୋଇଥିବା ବେଳେ ଏହାର ବର୍ଡରରେ ସବୁଜ ରଙ୍ଗ ରହିଛି ।
୨୦୨୦ ଟି-୨୦ ସିରିଜ ବେଳେ ଅଷ୍ଟ୍ରେଲିଆ ଟିମ ନିଜର ୧୫୨ ବର୍ଷ ତଳର ଟିମକୁ ସମ୍ମାନ ଦେବାକୁ ଯାଇ ଏକ ନୂଆ ପ୍ରକାରର ଜର୍ସି ପିନ୍ଧିଥିଲା । ଏହି ଜର୍ସିର ଡିଜାଇନ କରିଥିଲେ ଆଣ୍ଟି ଫିୟୋନ କ୍ଲାର୍କ ଓ କାଣ୍ଟୋନି ହେଗନ । ସୂଚନା ଅନୁସାରେ ୧୮୬୮ ମସିହାରେ ଅଷ୍ଟ୍ରେଲିଆ ଦଳ ପ୍ରଥମଥର ପାଇଁ ବିଦେଶ ଗସ୍ତ କରିଥିଲେ । ଏହାରି ମଧ୍ୟରେ ଦଳ ୩ ମାସର ସମୁଦ୍ର ଯାତ୍ରା କରି ୟୁକେରେ ପହଞ୍ଚିଥିଲା, ଆଉ ସେଠାରେ ଓର୍ଲ୍ଡ ଫେମସ ଷ୍ଟାଡିୟମରେ ୪୭ଟି ମ୍ୟାଚ ଖେଳିଥିଲା ।
ଦିନିକିଆ ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ସବୁଠାରୁ ସଫଳ ଟିମ । ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପରେ ୫ ଥର ଚାମ୍ପିୟନ ହୋଇଛି । ସେହିପରି ୭ଥର ଦଳ ଫାଇନାଲରେ ପ୍ରବେଶ କରିଛି । ନିଜ ମାଟି ହେଉ କି ବିଦେଶ ଚାମ୍ପିୟନ ହୋଇ ବିଶ୍ୱକପରେ ସଫଳତା ହାସଲ କରିଛି କଙ୍ଗାରୁ ଦଳ । ତେବେ ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ବଡ ବଡ ରେକର୍ଡ ବି ନିଜ ନାଁରେ କରିଛି । ତେବେ ଏଥର ବିଶ୍ୱକପରେ କିଏ ମାରିବ ବାଜି? କାହାର ହେବ ୨୦୨୩ ବିଶ୍ୱକପ ଟ୍ରଫି । ତାହା ଉପରେ ରହିଛି ବିଶ୍ୱବାସୀଙ୍କ ନଜର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button