ଦେଶ

ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ! – Ibnodisha

[ad_1]

ଇସ୍ରାଏଲ : ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ। ଏହା ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଜାରି ହୋଇଛି ହାଇଆଲର୍ଟ। ଜର୍ମାନୀର ଲୁଫଥାନାସା ଏୟାରଲାଇନ୍ସ ଗୁରୁବାର ତେହରାନ ସହ ବିମାନ ସେବାକୁ ବାତିଲ କରି ଦେଇଛି। ସେହିପରି ରୁଷ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ମଧ୍ୟପ୍ରାଚ୍ୟ ଗସ୍ତରେ ନ ଯିବାକୁ ପରାମର୍ଶ ଦିଆଯାଇଛି। ଜର୍ମାନୀ ଓ ରୁଷର ଏପରି ପଦକ୍ଷେପ ପରେ ଇସ୍ରାଏଲ ଉପରେ ଇରାନର ସମ୍ଭାବ୍ୟ ଆକ୍ରମଣ ଭୟ ଆହୁରି ଘନୀଭୂତ ହେବାରେ ଲାଗିଛି। ଏପ୍ରିଲ ୧ରେ ସିରିଆର ଡାମସକସରେ ଥିବା ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଛି।

ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେବାକୁ ଇରାନ ଘୋଷଣା କରିବା ପରେ ମଧ୍ୟପ୍ରାଚ୍ୟର ଚିନ୍ତା ବଢ଼ିଛି। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନି ବୁଧବାର ଘୋଷଣା କରି ସାରିଛନ୍ତି ଯେ “ଇସ୍ରାଏଲ ଯେମିତି ହେଲେ ବି ଦଣ୍ଡ ପାଇବ।” ତେବେ ଏପ୍ରିଲ ୧ ଆକ୍ରମଣ ପଛରେ ଇସ୍ରାଏଲର ହାତ ପ୍ରକୃତରେ ରହିଛି କି ନାହିଁ, ସେକଥା ଦେଶ ପକ୍ଷରୁ ଏଯାଏ ସ୍ପଷ୍ଟ କରାଯାଇ ନାହିଁ। ଗୁରୁବାର ଜର୍ମାନୀ ଏୟାରଲାଇନ୍ସ ଲୁଫଥାନାସା ଏପ୍ରିଲ ୧୩ ଯାଏ ତେହରାନରୁ ଓ ତେହରାନକୁ ଯାଉଥିବା ବିମାନର ଉଡ଼ାଣକୁ ବନ୍ଦ କରି ଦେଇଛି। ବିମାନ ଉଡ଼ାଣ ହେଲେ କ୍ରୁ ସଦସ୍ୟଙ୍କୁ ତେହରାନରେ ରାତି କାଟିବାକୁ ପଡ଼ିବ। ଏହା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କାରେ ଲୁଫଥାନାସା ଏପରି ପଦକ୍ଷେପ ନେଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button