ରାଜ୍ୟ

ଆଜିଠୁ ଆରମ୍ଭ କଟକ ବାଲିଯାତ୍ରା – Ibnodisha

[ad_1]

କଟକ : ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ। ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି । ୮ଦିନ ଧରି ଚାଲିବାକୁ ଥିବା ଏହି ଵାଣିଜ୍ୟକମହାକୁମ୍ଭରେ ଲୋକଙ୍କ କିଣାବିକା ଜମିବ। ଛୁଆ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବାଲିଯାତ୍ରାର ମଜା ନେବା ପାଇଁ ପ୍ରସ୍ତୁତ । ଭଳିକି ଭଳି ଦୋକାନଠୁ ଆରମ୍ଭ କରି ସୁଆଦିଆ ଖାଇବା ସମସ୍ତଙ୍କ ମନ ମୋହିଥାଏ । ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଏସିଆ ମହାଦେଶର ସର୍ବବୃହତ ମୁକ୍ତ ଆକାଶ ବାଣିଜ୍ୟ ମେଳାରେ ଦେଖିବାକୁ ମିଳିବ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାର ଦିଗ୍ ଦର୍ଶନ। ଐତିହାସିକ ବାଲିଯାତ୍ରାରେ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ପାଭିଲିୟନ କରଯାଇଛି। ଲୋକକଳା ମଞ୍ଚ ବୋଲି ନାମିତ ଏହି ପାଭିଲିୟନରେ ଦେଖିବାକୁ ମିଳିବ ଓଡ଼ିଶାର କଳା, ସଂସ୍କୃତି ତଥା ବହୁ ପୁରୁଣା ଲୋକ ନୃତ୍ୟ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇବ।

ସେହିପରି ପ୍ରସ୍ତୁତ ହୋଇଛି ସେଲଫି ଜୋନ । କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ ପ୍ରସ୍ତୁତ କରାଯାଇଛି । ଅଣ୍ଡର ୱାଟର ଟନେଲ ଆକ୍ୱାରିଆମର ବି ବ୍ୟବସ୍ଥା ରହିଛି । ସେହିପରି ଭଳି କି ଭଳି ଦୋଳି ମଧ୍ୟ ପ୍ରସ୍ତୁତ ହେଲାଣି । ଏଥିସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିଛନ୍ତି ଆୟୋଜକ । ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଚଳିତବର୍ଷ ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।

ଚଳିତବର୍ଷ ବାଲିଯାତ୍ରାରେ ୫୫ରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ୨୬ଟି ସହାୟତା କେନ୍ଦ୍ର ସହ ୫ ୱାଚ ଟାୱାରର ବ୍ୟବସ୍ଥା କରାଯାଇଛି। ଚୋରି, ଛିନ୍‌ତାଇ ଉପରେ ତୀକ୍ଷ୍ଣ ନଜର ରଖାଯିବ। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ପରିଚାଳନା, ନିଖୋଜ ଛୋଟ ପିଲାଙ୍କୁ ଉଦ୍ଧାର ଉପରେ ଗୁରୁତ୍ୱ ସହ ବରିଷ୍ଠ ନାଗରିକଙ୍କୁ ସହଯୋଗ ଉପରେ ଅଧିକ ଧ୍ୟାନ ଦିଆଯିବ। ତେବେ ଛୋଟ ଛୁଆଙ୍କୁ ବାଲିଯାତ୍ରା ଆଣିବା ସମୟରେ ସେମାନଙ୍କ ପକେଟରେ ଘର ଲୋକଙ୍କ ମୋବାଇଲ ନମ୍ବର ଲେଖିକି ଦେବା ପାଇଁ ଡିସିପି ପିନାକ ମିଶ୍ର ଅନୁରୋଧ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button