ଅପରାଧ

ନୃଶଂସ ପାଲଟିଲା ପୁଅ; ବାପାଙ୍କ ସମେତ ପରିବାରର ୧୨ ଜଣଙ୍କୁ ଗୁଳି କରି ହତ୍ୟା କଲା – Ibnodisha

[ad_1]

ଇରାନ : ନୃଶଂସ ପାଲଟିଲା ପୁଅ। ଜନ୍ମ କଲା ବାପାକୁ ବି ଛାଡିଲାନି। ବାପାଙ୍କ ସମେତ ପରିବାରର ୧୨ ଜଣଙ୍କୁ ଗୁଳି କରି ହତ୍ୟା କଲା ପିଶାଚ ପୁଅ। ଏଭଳି କିଛି ହିଂସାତ୍ମକ ଘଟଣା ଘଟିଛି ଇରାନାରେ। ଶନିବାର ଦକ୍ଷିଣପୂର୍ବ ଇରାନର ଏକ ଗ୍ରାମାଞ୍ଚଳରେ ଏହି ହତ୍ୟାକଣ୍ଡ ଘଟିଛି। ଜଣେ ୩୦ ବର୍ଷୀୟ ବ୍ୟକ୍ତି ନିଜ ପରିବାରର ୧୨ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ପାରିବାରିକ କଳହ ଯୋଗୁଁ ବ୍ୟକ୍ତି ଜଣକ ନିଜ ବାପା, ଭାଇ ଏବଂ ପରିବାରର ଅନ୍ୟ ଦସ୍ୟଙ୍କ ଉପରକୁ ଗୁଳି ମାଡ କରିଥିବା ଜଣାପଡିଛି। କରମାନ ନ୍ୟାୟ ବିଭାଗ ପ୍ରଦେଶର ମୁଖ୍ୟ ଇବ୍ରାହିମ ହମିଦ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ଆକ୍ରମଣକାରୀ କିଏ ସେ ନେଇ ଚିହ୍ନଟ ହୋଇନାରି ନଥିବା ବେଳେ ସେ କାଲାସନିକୋଭ ରାଇଫଲ ଏକେ-୪୭ ରାଇଫଲ ବ୍ୟବହାର କରିଥିବା ଜଣାପଡିଛି। ପରେ ଦକ୍ଷିଣ-ମଧ୍ୟ ପ୍ରଦେଶର କିରମାନ ପ୍ରଦେଶରେ ସୁରକ୍ଷା ବାହିନୀ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button