ଅପରାଧ

ଡାକ୍ତରଙ୍କୁ ଗିରଫ କଲା ସିବିଆଇ , ରେଡ୍ ବେଳେ ମିଳିଲାଣି କୋଟିଏ ରୁ ଅଧିକ ଟଙ୍କାର ସମ୍ପତ୍ତି – Ibnodisha

[ad_1]

ପାରାଦୀପ : ପାରାଦୀପ ପୋର୍ଟ ହେଲଥ ଅଫିସର ଡାକ୍ତରଙ୍କ ଘରେ ମାରାଥନ୍ ରେଡ୍। ମିଳିଲାଣି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି। ଘର ଓ ଅଫିସ ସମେତ ୪ଟି ସ୍ଥାନରେ ରେଡ କରାଯାଉଛି। ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କା ସହ ଦାମୀ ମଦ ଓ ସିଗାରେଟ୍। ଏକା ସାଙ୍ଗରେ ପାରାଦୀପର ତିନୋଟି ସ୍ଥାନ ଜେବିରେ ଥିବା ଘର,ହାଉସିଂବୋର୍ଡରେ ଥିବା ଘର ସମେତ ଭୂୟାଁ ଛକରେ ଥିବା ଅଫିସ ଘରେ ଚଢ଼ାଉ କରାଯାଇଥିଲା।ସୂଚନା ଅନୁସାରେ ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟରେ କୋଲକାତାର ଏମିଏନସ୍ସ ସିପିଂ ଏଜେନ୍ସି ଠାରୁ ନେଉଥିଲେ ୫୦ ହଜାର ଟଙ୍କା ଲାଞ୍ଚ କାରବାର ବେଳେ ଗତକାଲି ମାଡିବସିଥିଲା ସିବିଆଇ। ଗୋଟିଏ ଜାହାଜର ନାବିକ ମାନଙ୍କର ହେଲଥ୍ କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ସିପିଂ ଏଜେନ୍ସି ଠାରୁ ଜଣ ପିଛା ୧୫୦୦ ଟଙ୍କା ଦାବି କରିଥିଲେ ଡାକ୍ତର ଆର.ଏନ ପାଣିଗ୍ରାହୀ। ଏହାକୁ ନେଇ ସିବିଆଇ ନିକଟରେ ଏଜେନ୍ସି ଅଭିଯୋଗ କରିବା ପରେ ୫୦ ହଜାର ଟଙ୍କା ଦେବାକୁ ଡିଲ୍ ହୋଇଥିଲା। ଏଜେନ୍ସି ପକ୍ଷରୁ ଭୁଇଁଆ ଛକ ନିକଟ ପବ୍ଲିକ ହେଲଥ ଅଫିସରେ ଡାକ୍ତର ଆର ଏନ ପାଣିଗ୍ରାହୀଙ୍କୁ ଟଙ୍କା ଦେବା ବେଳେ ମାଡି ବସିଥିଲା ସିବିଆଇ। ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ତାଙ୍କୁ ଭୁବନେଶ୍ବର ସିବିଆଇ ଅଫିସକୁ ଅଣାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button