
ଯାଜପୁର :ଧର୍ମଶାଳା:IBN ଓଡିଶା-ପୋଲିସ ଲୋକାଭିମୁଖୀ ହେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ କିଛି ଅସାଧୁ ପୋଲିସ କର୍ମଚାରୀ ଙ୍କ ପାଇଁ ପୁରା ବ୍ୟବସ୍ଥା ଏବେ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି।ଗୋଟେ ପଟେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଶାସନ ଆଉ ନିର୍ମଳ ପ୍ରଶାସନ ର ଭାବ ମୂର୍ତ୍ତି ଉପରେ ଛିଡା ହୋଇଥିବା ବେଳେ କିଛି ଦଲାଲ ଅଫିସର ଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଆଜି ବଦନାମ ହେବାକୁ ବସିଛି।ପ୍ରସଙ୍ଗ କ୍ରମେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପ୍ରତେକ କ୍ଷେତ୍ରରେ ଚର୍ଚ୍ଚା ରେ ରହି ଆସିଛି।ଲୁଟ, ଡକାୟତି, ରାହଜାନି ,ଛିନ୍ ତାଇ ର ସମସ୍ତ ପ୍ରକାର ଅପରାଧୀ ରାଜ୍ୟ ଆଉ ରାଜ୍ୟ ବାହାରୁ ଅନେକ ସମୟରେ ଧରା ହେଉଥିବାର ନଜର କୁ ଆସିଛି।ହେଲେ ସବୁ କଥା ଯେ ଠିକ ତାହା ଅଧିକାଂଶ ସମୟରେ ସାଧାରଣ ଲୋକଙ୍କ ପାଖରୁ ସେ ଖବର ଲୁଚି ଯାଉଛି।ଗୋଟେ ପଟେ ୫ଟି ର ସ୍ଲୋଗାନ ସରକାର ଦେଉଥିବା ବେଳେ ଏଥି ନିମନ୍ତେ ବ୍ଲକ ଠୁ ତହସିଲ ଆଉ ଥାନା ଠୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାଧାରଣ ଜନତା କେହିବି ହଇରାଣ ହରକତ ନ ହେବା ପାଇଁ ନିର୍ଦେଶ ଦିଆଯାଉଛି।ଆଉ ଏଥି ପାଇଁ ମଧ୍ୟ ସରକାର ଟୋଲ ଫ୍ରି ନମ୍ବର ପ୍ରଦାନ କରି ସେବା ଯୋଗାଇ ଛନ୍ତି। ହେଲେ ଧର୍ମଶାଳା ଥାନାରେ ଏ ୫ଟି ସତେ ଯେମିତି ପାଣିର ଗାର ପାଲଟିଛି।ନିଜ ମନ ମାନି ରେ ଶାସନ କରନ୍ତି ଏଠି ଥାନା ବାବୁ।ଯେ କୌଣସି ସାଧାରଣ ଜନତା ଆସିଲେ କେହି ବି ଅଶୀଳ ଭାଷା ପ୍ରୟୋଗ ରୁ ବର୍ତ୍ତି ନାହାନ୍ତି ଏ ଥାନାର କିଛି ତଳିହା କର୍ମଚାରୀ ଙ୍କ ଠାରୁ ।ପୂର୍ବରୁ ମଧ୍ୟ ଥାନାରେ ଦେବେନ୍ଦ୍ର ରାଉତ ନାମକ ଜଣେ କାର୍ଯ୍ୟରତ କନେଷ୍ଟବଳ ସାଧାରଣ ଜନତା ଙ୍କୁ ଅସଭ୍ୟ ଭାଷା ରେ ଗାଳି କରିବା ସହ ଜୈନିକ ଜଣେ ସାମ୍ବାଦିକ ଙ୍କୁ ମଧ୍ୟ ଖରାପ ଭାଷାରେ ଗାଳି ଗୁଳଜ କରିଥିବାର ଅଭିଯୋଗ ଆସିଥିଲା।ତେବେ ସେ ବାବୁ ଙ୍କ ଏପରି କାର୍ଯ୍ୟଧାରା ପାଇଁ ତାଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି।ଏହାର ପରେ ପରେ ଥାନାର ଜଣେ କାର୍ଯ୍ୟରତ ଜୈନିକ ଏସ ଆଇ ଙ୍କ କଦଯ୍ୟ ଭାଷା ରେ ଅତିଷ୍ଠ ହୋଇଗଲେଣି ସାଧାରଣ ଜନତା ଯାହା ଏବେ ଅଞ୍ଚଳ ସାରା ଚର୍ଚ୍ଚା ଜୋର ଧରିଛି।ଖାଲି ସେତିକି ନୁହଁ ଏତଲା ରଜୁ ହୋଇ ନଥିଲେ ମଧ୍ୟ ବିନା କାରଣ ରେ ଥାନାକୁ ଡକାଇ ମାନସିକ ନିର୍ଯାତନା ମଧ୍ୟ ଏଠି ଦିଆଯାଉଛି।ଯେ କୋୖଣସି ଲୋକ ଏତଲା ଦେବା ପରେ ଉକ୍ତ ଏତଲା କୁ ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି ସଙ୍ଗେ ସଙ୍ଗେ ଗିରଫ କରି କୋର୍ଟ ଚାଲାଣ କରିବା ହେଉଛି ମାନବାଧିକାର ଉଲଂଘନ।ହେଲେ ଏକଥା କୁ ତିଳେ ମାତ୍ର ଖାତିର କରନ୍ତି ନାହିଁ ଧର୍ମଶାଳା ଥାନାର ଥାନା ବାବୁ।ନିଜର ପ୍ରମୋସନ ଆଶାରେ ନିଜ ଇଛା ମୁତାବକ ନିର୍ଦୋଶି କୁ ଦୋଷୀ କରିବାରେ ଭାରି ପାରଙ୍ଗମ ଏ ଥାନାର ଥାନା ବାବୁ।କଥାରେ ଅଛି ଅତି ଭକ୍ତି ଚୋର ର ଲକ୍ଷଣ ସେହିପରି ଥାନା ର ଥାନା ବାବୁ ଏପରି ମଧୁର କଥା କହି ପଛରେ ଏପରି କରନ୍ତି ଯେ ତାଙ୍କ ସହ ମିଳାମିଶା କରୁଥିବା ବ୍ୟକ୍ତି ନିଜର ନାମକୁ ଗୋପନ ରେ ରଖି ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।
ଖାଲି ସେତିକି ନୁହଁ ନିକଟ ଅତୀତରେ ଥାନା ର ଥାନା ବାବୁଙ୍କ ନାମରେ ଅଭିଯୋଗ ଆସିବା ପରେ ଧର୍ମଶାଳା ଅଞ୍ଚଳର ଜନୈକ ସାମ୍ବାଦିକ ଖବର ପରିବେଷଣ କରିବାକୁ ବାହାରୁଥିବା ବେଳେ ତାଙ୍କୁ ମଧ୍ୟ ରାତି ଅଧିଆ କାହାର ଚାପରେ ପଡି ଉଠାଇ ଆଣି ତା ପରଦିନ ନିଜର ମନ ଇଛାରେ ମନଗଢା କାହାଣୀ ଲେଖି ଏକ ପିଇଓ ଙ୍କୁ ଅସ୍ତ୍ର କରି କୋର୍ଟ ଚାଲାଣ କରିଥିଲେ।ଆଉ ଯାହାକୁ ନେଇ ଜାତୀୟ ମାନବାଧିକାର କମିଶନ ଉକ୍ତ ଘଟଣା କୁ ଗୁରୁତର ସହ ନେବା ପରେ ଥାନା ବାବୁ ଏବେ ସୁଦ୍ଧା ଅଡ଼ୁଆରେ ଅଛନ୍ତି।ଏପରିକି ଉକ୍ତ ସାମ୍ବାଦିକ ଙ୍କ ଘଟଣା ପରେ ଜିଲ୍ଲା ଏସ୍ପି ମଧ୍ୟ ବାବୁ ଙ୍କୁ ଅଫିସ କୁ ଡକାଇ ଭୟଙ୍କର ବର୍ଷିଥିଲେ।କିନ୍ତୁ କଥାରେ ଅଛି ମଣିଷ ପ୍ରକୃତି ମଲେ ତୁଟେ ନ୍ୟାୟ ରେ ପୁଣି ଯେଉଁ କଥା କୁ ସେଇ କଥା ।ନିଜର ମନ ମାନି ରେ ବାବୁ ଏଠି ଶାସନ କରି ଶାସକ ଦଳର ସଖୀ କଣ୍ଢେଇ ହୋଇ କାର୍ଯ୍ୟ କରନ୍ତି।କଥା ମାନିଲେ ଭଲ ନହଲେ ଗିରଫ ଧମକ ଦେଖାନ୍ତି।କିଛି ସାମ୍ବାଦିକ ଙ୍କୁ ମଧ୍ୟ ହାତ ବାରିଷ କରି ଦୈନିକ ସନ୍ଧ୍ୟା ସମୟରେ ନିଜ ଚାମ୍ବର କୁ ଡକାଇ ଗୁପ୍ତ ମନ୍ତ୍ରଣା ଦେବା ସହ ଚତୁର୍ଦିଗ ର କଥା କୁ ଆଦାୟ କରୁଥିବା ର ଏବେ ଅନେକ ବୁଦ୍ଧି ଜୀବି ମତ ଦେଇଛନ୍ତି।ଖାଲି ସେତିକି ନୁହଁ ଥାନା ସାମ୍ନାରେ ଏକ ମନ୍ଦିର ପ୍ରାଙ୍ଗଣରେ କିଛି ଥାନାର ଗୁମାସ୍ତା ଙ୍କୁ ନେଇ ଅନେକ ସମୟରେ ମୂଳ ଚାଲ କରି କେଶ କୁ ରଫାଦଫା କରୁଥିବାର ଥାନାର ସିସିଟିଭି ହିଁ ପ୍ରତେକ୍ଷଦର୍ଶୀ।ଏମିତିକି ଥାନାରେ କିଛି କନେଷ୍ଟବଳ ଙ୍କ ଜରିଆରେ ଜବତ ହୋଇଥିବା ଗାଡି କୁ ମୁକୁଲେଇବା ପାଇଁ କିଛି ପକେଟ ଗୁଂଜା ମଧ୍ୟ ବାବୁ ଙ୍କୁ ସଂଗ୍ରହ କରି ଦିଆଯାଉଥିବା ର ଅଞ୍ଚଳରେ ଚର୍ଚ୍ଚା ଏବେ ଜୋର ।ତେବେ ତୁରନ୍ତ ଏହା ଉପରେ ପୋଲିସ ମହାନିର୍ଦେଶକ ଦୃଷ୍ଟି ଦେବା ସହ ଏପରି କିଛି ଅସାଧୁ କର୍ମଚାରୀଙ୍କୁ ଜିଲ୍ଲା କାର୍ଯ୍ୟାଳୟ କୁ ବଦଳି କରିବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି।