ରାଜ୍ୟ

ରାଉରକେଲା ପୁଲିସ ଜିଲ୍ଲାରେ ବଢ଼ୁଛି ଦୁର୍ଘଟଣା: ମାସକୁ ଯାଉଛି ୧୪ ଜୀବନ – Ibnodisha

[ad_1]

୪୩ ମାସରେ ୫୮୫ ଜଣଙ୍କ ମୃତ୍ୟୁ

ରାଉରକେଲା: ବେପରୁଆ ଓ ଦ୍ରୁତ ଗାଡ଼ି ଚାଳନାରୁ ବଢ଼ୁଛି ଦୁର୍ଘଟଣା। କେବଳ ଜାତୀୟ ଓ ରାଜ୍ୟ ରାଜପଥ ନୁହେଁ ଗ୍ରାମାଞ୍ଚଳ ରାସ୍ତାରେ ମଧ୍ୟ ସମାନ ସ୍ଥିତି। ସୁନ୍ଦରଗଡ଼ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହାର ଦିନକୁ ଦିନ ବଢ଼ି ଚାଲିଛି। ରାଉରକେଲା ପୁଲିସ ଜିଲ୍ଲାରେ ୨୦୨୦ରୁ ୨୦୨୩ (ଜୁଲାଇ) ଶେଷ ସୁଦ୍ଧା ୪୩ ମାସରେ ମୋଟ ୫୮୫ ଜଣଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍‌ ମାସକୁ ୧୪ ଜଣଙ୍କ ଜୀବନ ଯାଉଛି। ମୋଟ ୧୬୬୧ ଦୁର୍ଘଟଣା ଘଟିଛି। ୧, ୦୯୬ ଗୁରୁତର ଓ ଆହତ ହୋଇଛନ୍ତି। ୨୦୨୦ରେ ମୋଟ ୩୯୧ ଦୁର୍ଘଟଣା ଘଟିଛି। ୧୨୯ ଜଣଙ୍କର ଜୀବନ ଯାଇଥିବାବେଳେ ୧୨୦ ଗୁରୁତର ଓ ୧୩୩ ଆହତ ହୋଇଛନ୍ତି।

୨୦୨୧ରେ ମୋଟ ୩୭୧ ସଡ଼କ ଦୁର୍ଘଟଣା ଘଟିଛି। ୧୬୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨୨ ଗୁରୁତର ଓ ୧୨୭ ଆହତ ହୋଇଛନ୍ତି। ୨୦୨୨ରେ ୫୨୮ ଦୁର୍ଘଟଣା ଘଟିଛି। ୧୫୧ ଜଣଙ୍କର ଜୀବନ ଯାଇଛି। ୧୫୨ ଗୁରୁତର ଓ ୧୯୭ ଆହତ ହୋଇଛନ୍ତି। ୨୦୨୩ ଜୁଲାଇ ସୁଦ୍ଧା ମୋଟ ୩୭୧ ସଡ଼କ ଦୁର୍ଘଟଣା ଘଟିଛି। ୧୪୨ ଜଣଙ୍କ ଜୀବନ ଯାଇଥିବାବେଳେ ୧୦୫ ଗୁରୁତର ଓ ୧୪୦ ଆହତ ହୋଇଛନ୍ତି। ଗତ ୪୩ ମାସ ମଧ୍ୟରେ ବ୍ରାହ୍ମଣୀତରଙ୍ଗ ଥାନା ଅଧୀନରେ ସର୍ବାଧିକ ୧୯୪ ଦୁର୍ଘଟଣା ଘଟିଛି। ୧୦୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ମଧ୍ୟରୁ ୫୦%ରୁ ଅଧିକ ଲୋକଙ୍କର ଜୀବନ ଯାଇଛି ୧୪୩ ନଂ ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ୍‌ ୱେରେ।

ସେମିତି ୧୬୦ ଗୁରୁତର ଓ ଆହତ ହୋଇଛନ୍ତି। ଦ୍ବିତୀୟ ସ୍ଥାନରେ ରହିଛି ଲହୁଣିପଡ଼ା ବ୍ଲକ। ଏହି ବ୍ଲକରେ ୧୭୬ ଦୁର୍ଘଟଣାରେ ୯୯ ଜଣଙ୍କର ଜୀବନ ଯାଇଛି। ୮୩ ଲୋକ ଗୁରୁତର ଓ ଆହତ ହୋଇଛନ୍ତି। ତୃତୀୟ ସ୍ଥାନରେ ରହିଛି ଖଣି ଉପଦ୍ରୁତ କୋଇଡାରେ। ଏହି ବ୍ଲକର ଟିଙ୍କୋ, ଟେନ୍‌ସା, ଚୁନା,କୋଇଡା ଘାଟିରେ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ଗତ ୪୩ ମାସ ମଧ୍ୟରେ ୯୬ ଦୁର୍ଘଟଣାରେ ୭୫ ଜଣଙ୍କର ଜୀବନ ଯାଇଛି। ୩୪ ଜଣ ଗୁରୁତର ଓ ଆହତ ହୋଇଛନ୍ତି। ଚତୁର୍ଥ ସ୍ଥାନରେ ରହିଛି ଚାନ୍ଦିପୋଷ ଥାନା। ଏହି ଥାନା ଅଧିକରେ ୧୪୩ ନଂ ଜାତୀୟ ରାଜପଥ ଯାଇଥିବାରୁ କୋଇଡା ପରି ସର୍ବାଧିକ ଦୁର୍ଘଟଣା ଘଟୁଛି। ୧୧୮ ସଡ଼କ ଦୁର୍ଘଟଣାରେ ୩୭ ଜଣଙ୍କର ଜୀବନ ଯାଇଛି। ଗୁରୁତର ଓ ଆହତ ହୋଇଛନ୍ତି ୮୪ ଜଣ। କେ. ବଲାଙ୍ଗ ଥାନା ମୋଟ ୮୯ ଦୁର୍ଘଟଣା ମାମଲା ରୁଜୁ ହୋଇଛି।

୩୮ ଜଣଙ୍କର ଜୀବନ ଯାଇଥିବାବେଳେ ୫୧ ଜଣ ଗୁରୁତର ଓ ଆହତ ହୋଇଛନ୍ତି। ଏଥିରୁ ବାଦ୍‌ ପଡିଛି ରାଉରକେଲା ସହର। ରଘୁନାଥପାଲୀ, ପ୍ଲାଣ୍ଟସାଇଟ୍‌ ଥାନା ଅଧୀନରେ ଅଧିକ ସଡ଼କ ଦୁର୍ଘଟଣା ଘଟିଛି। ୧୦୭ ଦୁର୍ଘଟଣାରେ ୧୭ ଜଣଙ୍କର ଜୀବନ ଯାଇଥିବାବେଳେ ୩୬ ଗୁରୁତର ଓ ଆହତ ହୋଇଛନ୍ତି। ରଘୁନାଥପାଲୀରେ ମୋଟ ୧୫୮ଟି ଦୁର୍ଘଟଣା ମାମଲା ରୁଜୁ ହୋଇଛି। ୩୭ ଜଣଙ୍କର ଜୀବନ ଯାଇଛି। ୭୪ ଜଣ ଗୁରୁତର ଓ ଆହତ ହୋଇଛନ୍ତି। ସେକ୍ଟର-୧୯ରେ ୪୬ ଦୁର୍ଘଟଣାରେ ୯ , ଛେଣ୍ଡ ଥାନା ଅଧିନରେ ୫୯ ଦୁର୍ଘଟଣାରେ ୬, ଝିରପାଣି ଥାନା ଅଧିନରେ ୩୨ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ସେମିତି ବଣାଇ ଥାନା ଅଧିନରେ ୮୫ ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ରା ଥାନା ଅଧିନରେ ୩୬, ଉଦିତନଗର ଥାନା ଅଧିନରେ ୧୩, ବନ୍ଧମୁଣ୍ଡା ଥାନା ଅଧିନରେ ୧୧ ଜଣଙ୍କର ଜୀବନ ଯାଇଛି।

ବର୍ଷ ଦୁର୍ଘଟଣା ମୃତ୍ୟୁ ଗୁରୁତର ଆହତ
୨୦୨୦ ୩୯୧ ୧୨୯ ୧୨୦ ୧୩୩
୨୦୨୧ ୩୭୧ ୧୬୩ ୧୨୨ ୧୨୭
୨୦୨୨ ୫୨୮ ୧୫୧ ୧୫୨ ୧୯୭
୨୦୨୩ ୩୭୧ ୧୪୨ ୧୦୫ ୧୪୦
(ଜୁଲାଇ ସୁଦ୍ଧା)



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button