ସାମ୍ବାଦିକ ସଞ୍ଜୟ ମିଶ୍ର ଙ୍କୁ ଗିରଫ କରି ଅଡ଼ୁଆରେ ପଡିବେ ଧର୍ମଶାଳା ଆଇଆଇସି

ଯାଜପୁର:ଧର୍ମଶାଳା:IBN ଓଡିଶା-ଥମିବାର ନାଁ ଧରୁନି ଧର୍ମଶାଳା ଅଞ୍ଚଳର ସାମ୍ବାଦିକ ସଞ୍ଜୟ କୁମାର ମିଶ୍ର ଙ୍କ ଗିରଫ ଘଟଣା।ସଞ୍ଜୟ ଙ୍କ ବେଆଇନ ଗିରଫ ନେଇ ମାମଲା ଜାତୀୟ ମାନବାଧିକାର କମିଶନ ରେ ପହଁଚିବା ପରେ ଆରମ୍ଭ ହୋଇଯାଇଛି ତୁମ୍ଭି ତୋଫାନ।ଯାହାକୁ ନେଇ ପ୍ରତିରକ୍ଷାକାରି ଭଜମନ ବିଶ୍ୱାଳ ଏନେଇ ଏନଏଚଆରସି ମାମଲା ନମ୍ବର (୧୧୮/୧୮/୨୪/୨୦୨୨)ଦାୟର କରିବା ପରେ ଗତ ମାସ ୦୩/୦୫/୨୦୨୨ରେ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ଏସ୍ପି ଙ୍କୁ ନିରପେକ୍ଷ ତଦନ୍ତ କରି ରିପୋର୍ଟ ମଗାଯାଇଥିଲା।ହେଲେ ତଥ୍ୟ ଦେବାରେ ବିଳମ୍ବ କରିବାରୁ ପୁନଃ ଭଜମନ ଆବେଦନ କରିବା ପରେ ଏହାର ତିନି ମାସ ପରେ ଜିଲ୍ଲା ଏସ୍ପି ମିଥ୍ୟା ଓ ମନଗଢା ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ।ଯାହାକୁ ନେଇ ପ୍ରତିରକ୍ଷାକାରୀ ଭଜମନ ବିଶ୍ୱାଳ ଏନେଇ ତଥ୍ୟ ସଂଗ୍ରହ ରିପୋର୍ଟ ଏନଏଚଆରସି କୁ ପ୍ରଦାନ କରିଛନ୍ତି।ରିପୋର୍ଟରେ ଭଜମନ ଦର୍ଶାଇଛନ୍ତି ଯେ ଧର୍ମଶାଳା ଅଞ୍ଚଳ ରେ ଜଣେ ବିଶିଷ୍ଟ, ପ୍ରତିବଦ୍ଧ, ଉତ୍ସର୍ଗୀକୃତ, ଦାଇତ୍ୱ ବାନ, ସଚ୍ଚୋଟ ତଥା ସାହସୀ ସାମ୍ବାଦିକ ସଞ୍ଜୟ କୁମାର ମିଶ୍ର।
ଯାଜପୁର ଏସ୍ପି ରାହୁଲ ପିଆର ଏବଂ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଦ୍ୱାର ଦାଖଲ ହୋଇଥିବା ରିପୋର୍ଟଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା, ଅସ୍ପଷ୍ଟ, ଟ୍ୟାମ୍ପର୍ଡ, ଭିତ୍ତିହୀନ, ତୁଚ୍ଛତା, ମନିପୁଲଟିଭ୍ ଏବଂ ଆତ୍ମ ନିର୍ମିତ କାହାଣୀ । ପରଦା ପଛରେ ରହି ଅପରାଧୀ ଙ୍କୁ ସୁରକ୍ଷା ଦେଉଥିବା ଧର୍ମଶାଳା ଥାନା ର ରାକେଶ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀ ଯଥା ଉଭୟ ଗଙ୍ଗାଧରପୁର ଏବଂ କୁମାରୀ ଗ୍ରାମପଞ୍ଚାୟତର ପୂର୍ବରୁ ଦାୟିତ୍ୱ ରେ ଥିବା ପିଇଓ ନିର୍ମଳ ପଣ୍ଡା ଓ ପୂର୍ବତନ ବିଡ଼ିଓ ଶ୍ରୀ ଆରବିନ୍ଦା ବେହେରା ଙ୍କୁ ସରକାର ଏବଂ ସରକାରୀ ଦଳ ଘଣ୍ଟ ଘୋଡାଉଛି ବୋଲି ସାଧାରଣ ରେ ଦାବି ଜୋର ଧରିଛି।ଏମିତିକି ଦୁର୍ନୀତି ଗ୍ରସ୍ତ ପିଇଓ ଙ୍କ ଅଶୀଳ କଥାବାର୍ତା ଭାଇରଲ ହେବା ସହ ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ର ଛାୟା ତଳେ ରହି ପଂଚାୟତ ରେ ଅନେକ ମନ୍ଦ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଖାଇ ଅତ୍ୟନ୍ତ ଖରାପ ଖ୍ୟାତି ଅର୍ଜନ କରିଥିଲେ।
ସାମ୍ବାଦିକ ଶ୍ରୀ ମିଶ୍ର ଗିରଫ ବେଳେ ଯେଉଁଥିରେ ମୁଖ୍ୟ କାର୍ପଟ ଦାର ଧର୍ମଶାଳା ଥାନାର ଆଇଆଇସି ଏବଂ ତାଙ୍କର କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀ।ଯାହାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ରେ ଆଞ୍ଚ ଆସିବା ଦୃଷ୍ଟିରୁ ଗିରଫ କରାଯିବା ପରେ ସଞ୍ଜୟ ଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା।ଏପଟେ ଦୁର୍ନୀତି ଗ୍ରସ୍ତ ପିଇଓ ନିର୍ମଳ ପଣ୍ଡା ଜଣେ ଦୁର୍ନୀତି ଗ୍ରସ୍ତ ଅଧିକାରୀ ବୋଲି ନିକଟ ଅତୀତରେ ମନେରେଗା ଟଙ୍କା ଆତ୍ମସାତ ଘଟଣା ରେ ଲୋକାୟୁକ୍ତ
ଅଧିକାରୀଙ୍କ ଅନୁସନ୍ଧାନ ବେଳେ ଏହା ପ୍ରମାଣିତ ହୋଇଛି।ଏପଟେ ବିଡିଓ ନିର୍ମଳ ପଣ୍ଡା ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ସରକାରୀ ତହବିଲ କୁ
ମିଥ୍ୟାବିଲ ର ଅର୍ଥ କୁ ପୈଠ କରିବାକୁ ନିର୍ଦେଶ ଦେଇଥିଲେ।
ଦୋଷୀ ଏବଂ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହେବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଇଛି।
ସାଧାରଣ ଜନତାଙ୍କ ସୁରକ୍ଷା ତଥା ଦେଶ ର କଲ୍ୟାଣ ଦିଗରେ ନିରନ୍ତର କାର୍ଯ୍ୟ କରିଥିବାରୁ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଜାଗ୍ରତ ପ୍ରହରୀ ଭାବରେ ଘୋଷଣା କରିଛନ୍ତି।ତେବେ ଧର୍ମଶାଳା ପୋଲିସ ଦ୍ୱାରା ସଚ୍ଚୋଟ, ସାହସୀ ଏବଂ କର୍ତ୍ତବ୍ୟ ସାମ୍ବାଦିକ ସଞ୍ଜୟ କୁମାର ମିଶ୍ରଙ୍କ ବେଆଇନ ଗିରଫ ଓ କଠୋର ନିର୍ଯ୍ୟାତନା, ସ୍ୱେଚ୍ଛାକୃତ ଗିରଫ ,ଓ ଅତ୍ୟାଚାର ଯାହାକି ସଞ୍ଜୟ ଙ୍କ ମାନସିକ,ଶାରୀରିକ ଏବଂ ସମ୍ମାନ ଉପରେ ତାଙ୍କର ମାନବିକ ଅଧିକାରକୁ ଉଲ୍ଲଂଘନ କରାଯାଇଛି।
ତେଣୁ ଏପରି ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଜଥା ଶୀଘ୍ର ଆୟୋଗ ହସ୍ତକ୍ଷେପ କରିବା ସହ ଦୁର୍ନୀତିଗ୍ରସ୍ତ ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା ଏବଂ ଧର୍ମଶାଳା ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏମାନଙ୍କ ନାମରେ ଅପରାଧିକ ମାମଲା ପଞ୍ଜିକରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତ ବୋଲି କହିଛନ୍ତି।ଆଉ ଏଥି ସହିତ ସାମ୍ବାଦିକ ସଞ୍ଜୟ ଙ୍କ ପରିବାର କୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି।
ସାଧାରଣ ଜନତାଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଦୋଷୀ ତଥା ତ୍ରୁଟିପୂର୍ଣ୍ଣ ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା, ବିଡିଓ ଅରବିନ୍ଦା ବେହେରା ଏବଂ ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ଦରମା ରୁ କ୍ଷତିପୂରଣ ରାଶି ହ୍ରାସ କରିବାକୁ ଆୟୋଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା କୁ କହିଛନ୍ତି।ତେବେ ଭଜମନ ଙ୍କ ଏପରି ରିପୋର୍ଟ ପରେ ଆଗାମୀ ଦିନରେ ଧର୍ମଶାଳା ଥାନାର ଆଇଆଇସି ରାକେଶ ତ୍ରିପାଠୀ ଓ ଅସାଧୁ ପିଇଓ ନିର୍ମଳ ପଣ୍ଡା ଅଡ଼ୁଆରେ ପଡିବା ଏବେ ସ୍ପଷ୍ଟ ହୋଇଛି।