ରାଜ୍ୟ

ଉପର ଚିକ୍ ଚିକ୍ ଭିତର ବାସୀ, ନିମୁକୁ ଏବେ ଆଉ ସବୁକୁ କେବେ ?

ଯାଜପୁର:ଧର୍ମଶାଳା:IBN ଓଡିଶା:- ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଜାରକା ବଡ଼ବଜାରରେ ଥିବା ନିମୁ ସୁଇଟ୍ସ ଆଣ୍ତ ରେଷ୍ଟୁରାଣ୍ଟରେ ଯାଜପୁର ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ ସ୍କ୍ବାଡ୍‌ ପକ୍ଷରୁ ଗତକାଲି ଅଚାନକ ଚଢ଼ଉ କରାଯାଇଥିଲା। ସ୍କ୍ବାଡ୍‌ ଏଠାରେ ମହଜୁଦ ଥିବା ବାସିଖାଦ୍ୟକୁ ନଷ୍ଟ କରିବା ସହିତ ଖାଦ୍ୟ ପ୍ରସ୍ତୁତ ସ୍ଥାନ ଦେଖି ବିରକ୍ତି ପ୍ରକାଶ କରିଥିଲା।ଏହାକୁ ନେଇ ରେଷ୍ଟୁରାଣ୍ଟ ମାଲିକଙ୍କ ଉପରେ ୩ ହଜାର ଟଙ୍କା ଜରିମାନା କରାଯାଇଛି। ସୂଚନା ଥାଉକି ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ରାକେଶ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଆସିଥିବା ଖାଦ୍ୟ ସୁରକ୍ଷା ସ୍କ୍ବାଡ୍‌ ଜାରକାର ଉକ୍ତ ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ଉ କରିଥିଲା। ଦୋକାନରେ ମହଜୁଦ ଥିବା ବିଭିନ୍ନ ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା। ବାସିଖାଦ୍ୟକୁ ବାହାରେ ଫିଙ୍ଗା ଯାଇଥିଲା। ଗ୍ରାହକମାନଙ୍କୁ ଉପଯୁକ୍ତ ମାନର ଖାଦ୍ୟ ଦେବାକୁ ଶ୍ରୀ ସାହୁ ତାଗିଦ୍‌ କରିଥିଲେ। ଆଉ ଏଥି ସହିତ ମାଲିକଙ୍କ ନିକଟରୁ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।ଖାଲି ସେତିକି ନୁହଁ ଜାରକା ବଜାର ଓ ବଡ କାଏମା ବଜାର ରେ ମଧ୍ୟ ଜୈନିକ କିଛି ମିଠା ତଥା ଜଳଖିଆ ଦୋକାନୀ ଅପରିସ୍କାର ସ୍ଥାନରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବାର ଅଧିକାଂଶ ରେ ଅଭିଯୋଗ ଆସୁଛି।ଖାଲି ସେତିକି ନୁହଁ ବିନା ଲାଇସେନ୍ସରେ ମଧ୍ୟ ପ୍ରାୟତଃ ଅଧିକାଂଶ ଦୋକାନୀ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଆଉ ଏହା ଉପରେ କାହିଁକି ନଜର ଦେଉ ନାହାଁନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ତାକୁ ନେଇ ଏବେ ଚର୍ଚ୍ଚା ଜୋର।ତେବେ ନିମୁ ଙ୍କ ପରେ ଆଉ କାହା ପାଳି ପଡୁଚି ତାହା ଦେଖିବାକୁ ବାକି ରହିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button